କ୍ରୀଡା

ଏବର୍ଷର ଆଇପିଏଲ୍ ବିଦେଶରେ

ଆଇପିଏଲ୍ର ୨୦୧୯ ସଂସ୍କରଣକୁ ବିଦେଶରେ କରିବାକୁ କ୍ରୀଡ଼ା ମନ୍ତ୍ରଣାଳୟ ବିସିସିଆଇକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଆସନ୍ତା ମାର୍ଚ୍ଚ ୨୯ରୁ ଆଇପିଏଲ୍ର ୧୨ତମ ସଂସ୍କରଣ ଆରମ୍ଭ ହେବ।
ସେହିପରି ଏପ୍ରିଲ ଶେଷ କିମ୍ବା ମେ’ ମାସରେ ଦେଶରେ ସାଧାରଣ ନିର୍ବାଚନ ହେବାର ସମ୍ଭାବନା ରହିଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ଆଇପିଏଲ୍କୁ ଦେଶ ବାହାରେ କରିବାକୁ ଆଲୋଚନା ଆରମ୍ଭ ହୋଇଛି। ଏନେଇ ବିସିସିଆଇର ଏକ ପ୍ରତିନିଧି ମଣ୍ଡଳ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସହ ଆଲୋଚନା କରିଥିବା ଜଣାପଡ଼ିଛି। ପୂର୍ବରୁ ମଧ୍ୟ ଦେଶରେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୨୦୦୯ରେ ଦକ୍ଷିଣ ଆଫ୍ରିକା ଏବଂ ୨୦୧୪ରେ କିଛି ମ୍ୟାଚ୍ ୟୁଏଇରେ ଖେଳା ଯାଇଥିଲା। ଦେଶରେ ୨୦୦୮ରୁ ଆଇପିଏଲ୍ ଆରମ୍ଭ ହୋଇଥିଲା। ପ୍ରଥମ ସଂସ୍କରଣରୁ ହିଁ ଏହା ବେଶ ଲୋକପ୍ରିୟତା ହାସଲ କରିଛି।
ସାଧାରଣ ନିର୍ବାଚନ ଥିବାରୁ ପ୍ରଚାର ଓ ପ୍ରସାର ତଥା ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ପୁଲିସ୍ ଫୋର୍ସ ମୁତୟନ କରିବାକୁ ପଡ଼ିବ।
ଏପରି ସ୍ଥିତିରେ ଯଦି ଆଇପିଏଲ୍ ହୁଏ, ତା’ହେଲେ ଅନ୍ତର୍ଜାତୀୟ ତଥା ଜାତୀୟ ଖେଳାଳିଙ୍କୁ ପର୍ୟ୍ୟାପ୍ତ ପରିମାଣର ସୁରକ୍ଷା ଯୋଗାଇ ଦିଆଯାଇ ନପାରେ। ତେଣୁ ଏଥର ଆଇପିଏଲ୍ ଭାରତ ବାହାରେ କରିବାକୁ ବିସିସିଆଇ ଯୋଜନା କରୁଥିବା ଜଣାପଡ଼ିଛି।

Share

Leave a Reply

Your email address will not be published. Required fields are marked *

eighteen − fourteen =