ମୋଦିଙ୍କ ଗେମ୍ କାମ ଦେବନି
ଭୁବନେଶ୍ବର () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶର ଫେଲ ମାରିବା ପରେ ଓଡିଶା ଓ ପଶ୍ଚିମବଙ୍ଗକୁ ଆଖେଇଛନ୍ତି । ଏହିସବୁ ରାଜ୍ୟରୁ ବିଜେପି ଯେତିକି ସିଟ ହରେଇବ ସେସବୁକୁ ଓଡିଶା ଓ ପଶ୍ଚିମବଙ୍ଗରୁ ଭରଣା କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏହାଦ୍ବାରା ସେମାନେ ସଫଳ ହେବେନାହିଁ ବୋଲି ମୋଦିଙ୍କ ଓଡିଶା ଗସ୍ତ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି କଂଗ୍ରେସ ଓ ବିଜେଡି ।
2014ରେ ମଧ୍ୟ ବିଜେପି ଏହି ଚେଷ୍ଟା କରି ଫେଲ ମାରିଛି । ଏକ ଜାତୀୟ ଦଳ ଭାବେ ଆଗକୁ ନିର୍ବାଚନ ଥିବାରୁ ପ୍ରଧାନମନ୍ତ୍ରୀ ଓଡିଶା ଆସିଛନ୍ତି । ଏହାକୁ ଏକ ରାଜନୈତିକ କାର୍ଯ୍ୟକ୍ରମ ବୋଲି ମଧ୍ୟ କୁହାଯାଇପାରେ । ଉତ୍ତର ଭାରତରେ ଅସ୍ଥିର ହେବାରୁ ପୂର୍ବ ଭାରତରେ ଚେଷ୍ଟା କରୁଛନ୍ତି । କିନ୍ତୁ ଏଥିରେ ସେ ସଫଳ ହେବେନି ବୋଲି କହିଛନ୍ତି ପିସିସି ସଭାପତି ।
ସେହିଭଳି ବିଜେଡି ମଧ୍ୟ କହିଛି ଯେ, ପଂଚାୟତ ନିର୍ବାଚନରେ ଅନୁଷ୍ଠିତ ସବୁ ପୌର ପରିଷଦ ଉପନିର୍ବାଚନ ଓ ପଂଚାୟତ ଉପନିର୍ବାଚନରେ ବିଜେପି ହାରିଛି । ବିଜେପୁର ଉପନିର୍ବାଚନ ପାଇଁ ବିଜେପି ପାଇଁ ଏକ ବଡ ପରୀକ୍ଷା ଥିଲା । ସେଥିରେ ଦଳ ଫେଲ ମାରିଛି । ତେଣୁ ପଶ୍ଚିମବଙ୍ଗ ଓ ଓଡିଶା ଉପରେ ଯେଉଁ ଫର୍ମୁଲା ଆପଣେଉଛନ୍ତି ତାହା କାମ ଦେବନି ବୋଲି କହିଛନ୍ତି ବିଜେଡି ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ।