-୧୧ ଡିଗ୍ରୀ ତାପମାନରେ ପରେଡ୍ ,କେଉଁଠି ପଢନ୍ତୁ…
ହାଡଭଙ୍ଗା ଶୀତରେ ପ୍ରବଳ ଥଣ୍ଡାରୁ ଜନଜାତୀ ଜିଲ୍ଲା ଲାହୋଲରେ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଜିଲ୍ଲା ମୁଖ୍ୟାଳୟ କେଲାଙ୍ଗରେ ମାଇନସ୍ ୧୧ ଡିଗ୍ରୀ ତାପମାନରେ ଏବଂ ବରଫ ମଝିରେ ସାଧାରଣତନ୍ତ୍ର ଦିବସର ପରେଡ୍ ପାଇଁ ପୋଲିସ୍ ଯବାନଙ୍କ ସମେତ ସ୍କୁଲ ପିଲା ମଧ୍ୟ ଏହି ପରେଡରେ ସାମିଲ ହୋଇଛନ୍ତି ।
ରିହର୍ସଲ ପରେଡରେ ନିରୀକ୍ଷଣ କରୁଥିବା ଡିଏସପି ହରିଶ୍ ଶର୍ମା କହିଥିଲେ ଯେ ଡିସି ଅଶ୍ୱିନୀ କୁମାର ଧ୍ୱଜାରୋହଣ କରିବେ । ସାଧାରଣତନ୍ତ୍ର ଦିବସକୁ ଉଚିତ୍ ସମୟରେ ଶେଷ କରିବା ପାଇଁ ସମସ୍ତଙ୍କ ଚେଷ୍ଟା ରହିବ ।