Latestଜାତୀୟ

ଯୋଗୀଙ୍କୁ ନିର୍ବାଚନ କମିଶନର ନୋଟିସ

ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ସାରା ଦେଶରେ ରାଜନୈତିକ ଚର୍ଚ୍ଚା ମଧ୍ୟ ବଢିବାରେ ଲାଗିଛି । ଭୋଟ ପାଖେଇ ଆସୁଥିବା ସମୟରେ ନେତା ମାନଙ୍କ ବୟାନକୁ ନେଇ ମଧ୍ୟ ଏବେ ଜୋରସୋରରେ ଚାଲିଛି । ତେବେ ମିଳିଥିବା ସୂଚନା ଅନୁସାରେ, ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ରାଲିରେ ଆଦିତ୍ୟ ଯବାନଙ୍କୁ ମୋଦିଙ୍କ ସେନା ବୋଲି କହିଥିଲେ । ତେବେ ଏହାକୁ ନେଇ ବିରୋଧୀ ସମାଲୋଚନା କରିବା ସହ ଜଣେ ମୁଖ୍ୟମନ୍ତ୍ରୀ ଏପରି କହିବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ । କେବଳ ଏତିକି ନୁହେଁ ବରଂ ଯୋଗୀଙ୍କ ନାଁରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ହୋଇଥିବା ମଧ୍ୟ ଜଣାପଡିଛି । ଏହାପରେ ତାଙ୍କ ନିକଟକୁ ନୋଟିସ ମଧ୍ୟ ପଠାଯାଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଏପ୍ରିଲ ୫ ଅପରାହ୍ନ ସୁଦ୍ଧା ଏହାର ଜବାବ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଯୋଗୀ ନିର୍ବାଚନ ରାଲିରେ କଂଗ୍ରେସକୁ ସମାଲୋଚନା କରିବା ପାଇଁ ଯାଇ କହିଥିଲେ ଯେ, କଂଗ୍ରେସ ନେତା ଆତଙ୍କବାଦୀଙ୍କୁ ବିରିୟାନି ଖୁଆଉଥିବା ସମୟରେ ମୋଦି ସେନା ବନ ଖୁଆଉଛନ୍ତି ବୋଲି । କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଥିଲେ ଯେ, ମାସୁଦ ଭଳି ଆତଙ୍କବାଦୀଙ୍କୁ କଂଗ୍ରେସ ନେତା ଜୀ ଶଦ୍ଦ ବ୍ୟବହାର କରୁଛି । ତେଣୁ ସାରା ଦେଶର ଲୋକମାନେ ଜାଣିଛନ୍ତି କଂଗ୍ରେସ କିପରି ଭାବରେ କାମ କରୁଛି । ତେବେ ଏପରି ବୟାନ ପରେ ଯୋଗୀଙ୍କ ଅଡୁଆ ବଢିଛି । ନିର୍ବାଚନ କମିଶନ ତାଙ୍କୁ ନୋଟିସ ପଠାଇବା ସହ ତାହାର ଉତ୍ତର ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen − one =