ବାଲେଶ୍ୱରରେ ବିଜେଡି ଜିତିବ
ଭୁବନେଶ୍ୱର() ରାଜ୍ୟର ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ମଙ୍ଗଳବାର ମତ ଦାନ ଶେଷ ହୋଇଛି । ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ ହୋଇଯାଇଛି । ଆସନ୍ତା ୧୦ ତାରିଖରେ ଭୋଟ ଗଣତି କରାଯିବା ପରେ ଫଳାଫଳ ଜଣାପଡ଼ିବ । ତେବେ ଏହା ପୂର୍ବରୁ କେଉଁ ଦଳ ଉଭୟ ଉପନିର୍ବାଚନରେ ବାଜିମାତ କରିବ ତାକୁ ନେଇ ରାଜନୈତିକ ମହଲରେ କଳ୍ପନା ଜଳ୍ପନା ଲାଗିରହିଥିବାବେଳେ କଂଗ୍ରେସ ନେତା ସୁର ରାଉତ ରାୟତରାୟ ଫଳାଫଳ ନେଇ ପୂର୍ବାନୁମାନ କରିଛନ୍ତି ।
ସେ କହିଛନ୍ତି ଯେ, ବାଲେଶ୍ୱରରେ କଂଗ୍ରେସ ତୃତୀୟ ସ୍ଥାନରେ ରହିବ । ବିଜେପି ଦ୍ୱିତୀୟ ସ୍ଥାନରେ ରହିବ । ତେବେ ବିଜୁ ଜନତା ଦଳ ବାଲେଶ୍ୱରରେ ଟପ କରିବ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ବାଲେଶ୍ୱରରେ ୬ରୁ ୭ ହଜାର ଭୋଟରେ ବିଜେଡି ଜିତିବ ବୋଲି ସେ କହିଛନ୍ତି । ଏହାଛଡ଼ା ସ୍ୱାଧୀନ ପ୍ରାର୍ଥୀ ବେଣୁ ମଉସା ଦୁଇ ଶହରୁ ଅଢେଇ ଶହ ଭୋଟ ପାଇବେ ବୋଲି ଶ୍ରୀ ରାଉତ ରାୟ କହିଛନ୍ତି । ଅନ୍ୟପକ୍ଷରେ ତିର୍ତ୍ତୋଲରେ କଂଗ୍ରେସ ଜିତିବ ନହେଲେ ଦ୍ୱିତୀୟ ସ୍ଥାନରେ ରହିବ ବୋଲି ସୁର ରାଉତରାୟ କହିଛନ୍ତି ।