ପୈତୃକ ସମ୍ପତିରୁ ଝିଅ ସନ୍ତାନମାନେ ଭାଗ ପାଇପାରିବେ
ନୂଆଦିଲ୍ଲୀ() ପୈତୃକ ସମ୍ପତିରୁ ଝିଅର ସନ୍ତାନମାନେ ମଧ୍ୟ ଭାଗ ପାଇପାରିବେ । ଝିଅ ମୃତ୍ୟୁବରଣ କରିଥିଲେ ବି ତାଙ୍କ ପିଲାମାନେ ସମ୍ପତିରୁ ଭାଗ ପାଇପାରିବେ । ସୁପ୍ରିମକୋର୍ଟ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।
ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ତେବେ ଗୁରୁତ୍ୱପୂର୍ଣର୍ କଥାଟି ହେଉଛି, ୨୦୦୫ ସେପ୍ଟେମ୍ବର ୯ରେ ହୋଇଥିବା ସଂଶୋଧନ ଅନୁଯାୟୀ, ଯଦି ବାପା ଓ ଝିଅ ଜୀବିତ ଥିବେ ତେବେ ଭାଗ ମିଳିପାରିବ । କିନ୍ତୁ ଏବେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତିଯେ, ଯଦି ବାପା ସଂଶୋଧିତ ବିଜ୍ଞପ୍ତି ଆସିବା ପୂର୍ବରୁ ମୃତୁ୍ୟବରଣ କରିଥିବେ ତଥାପିବି ଝିଅ ଉକ୍ତ ଆଇନ ଅନୁଯାୟୀ ସମ୍ପତିରୁ ଭାଗ ପାଇପାରିବ । ଏମିତିକି ଝିଅ ମୃତୁ୍ୟବରଣ କରିଥିଲେବି ତାଙ୍କର ସନ୍ତାନମାନେ ସମ୍ପତିର ଭାଗ ପାଇବା ପାଇଁ ଦାବି କରିପାରିବେ ।