ସେପ୍ଟେମ୍ବର 20ରୁ ରଗବି ବିଶ୍ବକପ
ଭୁବନେଶ୍ବର: ରଗବି ବିଶ୍ବକପ ପ୍ରଥମ କରି ଏସିଆରେ ଖେଳାଯାଉଛି । ସେଥିପାଇଁ ବିଶ୍ବକପକୁ ଏସିଆର ପ୍ରମୁଖ ଦେଶକୁ ଟ୍ରାଫିକୁ ନିଆଯାଉଛି । ଭାରତ ଭ୍ରମଣରେ ଥିବ ଏହି ଟ୍ରଫି ଗତ କାଲି ସନ୍ଧ୍ୟା 7 ଟାରେ ବିଜୁପଟନାୟକ ବିମାନ ବନ୍ଦର ଦେଇ ଓଡିଶା ରେ ପହଞ୍ଚିଥିଲା । ବିମାନ ବନ୍ଦରରେ କ୍ରୀଡା ମନ୍ତ୍ରୀ , ସଚିବ ଏମିତିକି ତମାମ ରଗବି ପ୍ରେମୀ ଉପସ୍ଥିତ ହୋଇଥିଲେ ।
ଶୁକ୍ରବାର ସକାଳୁ ଟ୍ରାଫିକୁ ଅର୍କ କ୍ଷେତ୍ର କୋଣାର୍କ ମନ୍ଦିର କୁ ନିଆଯାଇଥିଲା । ସେଠୁ ଫେରିବା ପରେ ଟ୍ରାଫିକୁ ରାଜ୍ୟ ସଚିବାଳୟକୁ ନିଆଯାଇଥିଲା । ଉପସ୍ଥିତ ଥିବା କ୍ରୀଡା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଟ୍ରଫି ଓଡିଶା ଆସିଥିବାରୁ ବିଶ୍ବ ରଗବି ଗଭର୍ଣ୍ଣି ବଡିକୁ ଧନ୍ୟବଦ ଦେଇଥିଲେ । ଏହାପରେ ଟ୍ରଫିକୁ କିଟ କ୍ୟାମ୍ପସକୁ ନେବାର ଯୋଜନା ରହିଛି ।
ସୂଚନା ମୁତାବକ ଏହା ହେଉଛି ନବମ ରଗବି ବିଶ୍ଵକପ। ଯାହା 4 ବର୍ଷରେ ଥରେ ଅନୁଷ୍ଠିତ ହୁଏ । ଆସନ୍ତା ବର୍ଷ ପ୍ରଥମ କରି ଏସିଆ ମହାଦେଶର ଜାପାନ ରେ ଏହି ବିଶ୍ବକପ ଅନୁଷ୍ଠିତ ହେବ । ଏହି ବିଶ୍ବକପ ପ୍ରତିଯୋଗିତାରେ 20 ଟି ଦେଶ ଭାଗ ନେବେ ଓ ଏହା 2019 ସେପ୍ଟେମ୍ବର 20 ରୁ ଆରମ୍ଭ ହୋଇ ନଭେମ୍ବର 2 ପର୍ଯ୍ୟନ୍ତ ଚାଲିବ ।