Latestଜାତୀୟ

ମୋଦି ନିଜର ରାଜନୀତିକ ଫାଇଦା ପାଇଁ କାର୍ଯ୍ୟ କରନ୍ତି, କାହିଁକି କହିଲେ କୁଶୱାହା ଜାଣନ୍ତୁ …

ଦୀର୍ଘ କିଛି ମାସ ହେଲା ଉପେନ୍ଦ୍ର କୁଶୱାହା ଏବଂ ବିଜେପି ମଧ୍ୟରେ ତୁତୁ ମେଁମେଁ ଚାଲିଥିଲା। ଶୀତ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିହାର ସହଯୋଗୀ ଉପେନ୍ଦ୍ର କୁଶୱାହା ଆଜି କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏକୁ ମଧ୍ୟ ସେ ବାଏବାଏ କହିଛନ୍ତି।

ବିଜେପି ଓ ଜେଡିୟୁ ମଧ୍ୟରେ ୨୦୧୯ ବିହାର ଲୋକସଭା ନିର୍ବାଚନରେ ସିଟ୍ ଶେୟାରିଂ ନିଷ୍ପତ୍ତିକୁ ନେଇ ଖୁସୱାହା ଖୁସି ନଥିଲେ। ଆଜି ବିଜେପି ବିରୋଧରେ ବିଭିନ୍ନ ବିରୋଧୀ ଦଳ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଏକାଠି ହୋଇଥିବା ବେଳେ କୁଶୱାହା ସେଥିରେ ଯୋଗଦେଇ ମୋଦି ସରକାର ବିରୋଧରେ ରଣହୁଙ୍କାର ଦେବେ ବୋଲି ଚର୍ଚ୍ଚା ହେଉଛି।

ଆର୍ଏଲ୍ଏନଏସ୍ପି ମୁଖ୍ୟ ଉପେନ୍ଦ୍ର କୁଶୱାହା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, “ ମୁଁ ଆପଣଙ୍କ ନେତୃତ୍ୱକୁ ଦେଖି ୫ ବର୍ଷ ତଳେ ଏନ୍ଡିଏ ମେଣ୍ଟରେ ସାମିଲ ହୋଇଥିଲି। ଆଶା ଥିଲା ଅନେକ କିଛି ସକାରାତ୍ମକ ଘଟଣା ଘଟିବ। ୨୦୧୪ ଲୋକସଭା ନିର୍ବାଚନ ବେଳେ ଆପଣ ବିହାରବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ। କେବଳ ବିହାରବାସୀ ନୁହନ୍ତି ସାରା ଦେଶ ଆପଣଙ୍କ ପ୍ରତିଶ୍ରୁତି କେବେ ପୂରଣ ହେଉଛି, ସେକଥା ଦେଖିବାକୁ ଅପେକ୍ଷା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ମୁଁ ବିଜେପି ପ୍ରତି ସମର୍ଥନ ଜଣାଇଥିଲି। କିନ୍ତୁ ମୋଦିଙ୍କ ନେତୃତ୍ୱ ଧୋକା ଦେଇଛି। ସରକାର ଗରିବଙ୍କ ପାଇଁ କାର୍ୟ୍ୟ କରୁନାହାନ୍ତି। କେବଳ ନିଜର ରାଜନୀତିକ ଫାଇଦାକୁ କଳବଳେ କୌଶଳେ ହାସଲ କରିବାକୁ ଚାହୁଁଛନ୍ତି।”ଶ୍ରୀ କୁଶୱାହା ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ନିଜର ଇସ୍ତଫା କଥା ଘୋଷଣା କରିଛନ୍ତି।

Share

Leave a Reply

Your email address will not be published. Required fields are marked *

five × three =