Latestକ୍ରୀଡା

ଭୁବନେଶ୍ୱରରେ ନଭେମ୍ବର ୨୫ରୁ ଜୁନିୟର ପୁରୁଷ ହକି ବିଶ୍ୱକପ

ଭୁବନେଶ୍ୱର: ହକି ପ୍ରେମୀଙ୍କ ଲାଗି ଖୁସି ଖବର । ଓଡ଼ିଶାରେ ହେବ ବିଶ୍ୱକପ । ଜୁନିୟର ପୁରୁଷ ହକି ବିଶ୍ୱକପ ଆସନ୍ତା ନଭେମ୍ବର ୨୫ରୁ ଅନୁଷ୍ଠିତ ହେବ । ଭୁବନେଶ୍ୱରରେ ଦ୍ୱାଦଶ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଅନୁଷ୍ଠିତ ହେବ । ୨୦୧୮ ପୁରୁଷ ହକି ବିଶ୍ୱକପ ପରେ ଏହା ହକିପ୍ରେମୀଙ୍କ ପାଇଁ କ୍ରୀଡ଼ା ଉପଭୋଗର ଆଉ ଏକ ସୁଯୋଗ ଆଣିଦେଇଛି । ଏହି ପ୍ରତିଯୋଗିତା ଆସନ୍ତା ନଭେମ୍ବର ୨୫ରୁ ଡିସମ୍ବେର ୫ ପର୍ୟ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି ।
ତେବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଘୋଷଣା ଆରମ୍ଭ ହୋଇନଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଭାରତକୁ ଜୁନିୟର ହକି ବିଶ୍ୱକମ ଆୟୋଜନ ଅଧିକାର ମିଳିବା ପରେ ତାହା ଆସାମର ଗୌହାଟିରେ ହେବାର ଥିଲା । ମାତ୍ର ଆସାମ ସରକାର ଉକ୍ତ ପ୍ରତିଯୋଗିତାରୁ ଓହରି ଯିବାରୁ ବିକଳ୍ପ ଭେନ୍ୟୁ ଭାବେ ଭୁବନେଶ୍ୱର ଓ ଲକ୍ଷ୍ନୌକୁ ଦିଆଯାଇଥିଲା । ତେବେ ମ୍ୟାଚ ଦେଖିବାକୁ ୪୦ରୁ ୫୦ ପ୍ରତିଶତ ଦର୍ଶକଙ୍କୁ ସୁଯୋଗ ଦିଆଯିବା ସହ କୋଭିଡ୍ ନିୟମକୁ କଡ଼ାକଡ଼ି କରାଯିବ ବୋଲି କୁହାଯାଇଛି । ଜୁନିୟର ପୁରୁଷ ହକି ବିଶ୍ୱକପ ପାଇଁ ବାଙ୍ଗାଲୋର ସାଇ ସେଣ୍ଟରରେ ଚାଲିଥିବା ଭାରତୀୟ ଦଳର ଶିବିରରେ ଓଡ଼ିଶାରୁ ୭ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ଆଗକୁ ୨୦୨୩ରେ ପୁରୁଷ ହକି ବିଶ୍ୱକପ ଭୁବନେଶ୍ୱର ଓ ରାଉରକେଲାରେ ମଧ୍ୟ ଖେଳାଯିବା ନେଇ ପୂର୍ବରୁ ସ୍ଥିରୀକୃତ ହୋଇଯାଇଛି ।

Share

Leave a Reply

Your email address will not be published. Required fields are marked *

eight − 7 =