ପୁଣି ବଢିଲା ଲକ୍ଡାଉନ୍ ଅବଧି
ନୂଆଦିଲ୍ଲୀ () ଆଉ ୧୪ ଦିନ ବଢ଼ିଲା ଲକ୍ଡାଉନ୍ । ଦେଶରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ତୃତୀୟ ଲକ୍ଡାଉନ୍ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ମେ ୩ ତାରିଖରେ ସରିଥାନ୍ତା ।
ତେବେ ମେ ୪ରୁ ପୁଣି ଥରେ ଦୁଇ ସପ୍ତାହ ପାଇଁ ସାରା ଦେଶକୁ ଲକ୍ଡାଉନ୍ରେ ରହିବାକୁ ପଡ଼ିବ । କରୋନା ଆମକୁ ଏମିତି ଘରେ ବନ୍ଦ କରି ରଖିବାକୁ ବାଧ୍ୟ କରିଛି ।