Latestରାଜନୀତି

କାହିଁକି ହାଇକୋର୍ଟର ଦ୍ୱାରସ୍ଥ ହେଲେ ବିଜେପି ନେତା ଭୃଗୁ ଓ ଗୋଲକ ? ପଢନ୍ତୁ …

କଟକ () ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ହାଇକୋର୍ଟ ଗଲେ ବିଜେପିର ଦୁଇ ନେତା । ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ର ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି । ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ପୁଲିସ ପାଖରେ ହାଜର ପାଇଁ ଏହି ଦୁଇ ନେତାଙ୍କୁ ନୋଟିସ କରିଛି ବ୍ରହ୍ମପୁର ପୁଲିସ ।

ଗତ ୨୯ ତାରିଖରେ ହୋଇଥିବା ନୋଟିସରେ ଫେବୃଆରୀ ୭ ତାରିଖରେ ପୁଲିସ ପାଖରେ ହାଜର ପାଇଁ ଗୋଲକଙ୍କ ଡକାଯାଇଥିଲା । ଏବଂ ୯ ତାରିଖରେ ଭୃଗୁ ବକ୍ସିପାତ୍ରଙ୍କୁ ହାଜର ପାଇଁ ନୋଟିସ୍ ହୋଇଥିଲା ।

ତେବେ ଗତକାଲି ପୁଲିସ ପାଖରେ ହାଜର ହୋଇନାହାନ୍ତି ଗୋଲକ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଓକିଲଙ୍କ ଜରିଆରେ ୧ ମାସ ସମୟ ମାଗିଛନ୍ତି ଗୋଲକ ମହାପାତ୍ର । ସେପଟେ ଆସନ୍ତାକାଲି ଭୃଗୁ ବକ୍ସିପାତ୍ରଙ୍କୁ ହାଜର ପାଇଁ ନୋଟିସ କରାଯାଇଥିବା ବେଳେ ଏହି ଦୁଇ ନେତା ହାଇକୋର୍ଟରେ ଆଗୁଆ ଜମିନ ପାଇଁ ଆବେଦନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eleven − ten =