କାମଚଳା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନଭିସ
ନୂଆଦିଲ୍ଲୀ() ରାଜ୍ୟପାଳଙ୍କୁ ଭେଟି କାମଚଳା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନଭିସ୍ । ରାଜ୍ୟପାଳ ମଧ୍ୟ ଦେବେନ୍ଦ୍ରଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି । ଆସନ୍ତାକାଲି ବିଧାନସଭାର କାର୍ୟ୍ୟକାଳ ଶେଷ ହେଉଥିବାରୁ ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର । ଇସ୍ତଫା ଦେବା ପରେ ପ୍ରେସମିଟରେ ମହାରାଷ୍ଟ୍ରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଫଡନଭିସ ।
ଇସ୍ତଫା ଦେବା ପୂର୍ବରୁ ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କୁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ସରକାର ଗଠନ ପାଇଁ ସହଯୋଗର ହାତ ବଢାଇବା ବଦଳରେ ନିଜ ଜିଦରେ ଅଟଳ ରହିଥିଲା ଶିବସେନା ।