Latestଜାତୀୟରାଜନୀତି

ଟ୍ରମ୍ପ୍ ପଛରେ, ବିଡେନ୍‌ ଆଗରେ

ନୂଆଦିଲ୍ଲୀ ()  ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ବିଡେନ୍‌ ଓ ଟ୍ରମ୍ପ୍‌ଙ୍କ ମଧ୍ୟରୁ କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି, ତାହା ଆଜି ସ୍ପଷ୍ଟ ହେବ । ବର୍ତ୍ତମାନ ସୁଦ୍ଧା ଇଲେକ୍ଟୋରାଲ୍ ଭୋଟରେ ଆଗରେ ଅଛନ୍ତି ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍ । ସେ ୨୨୩ଟି ଇଲେକ୍ଟୋରାଲ ଭୋଟ ସହ ଆଗୁଆ ରହିଥିଲା ବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଛି ୧୪୮ ଇଲେକ୍ଟୋରାଲ୍ ଭୋଟ୍ ।ପ୍ରାଥମିକ ପର୍ୟ୍ୟାୟରେ ଗଣତିରୁ ଜଣାପଡ଼ିଛି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କର ପ୍ରତିନ୍ଦ୍ୱନ୍ଦୀ ଜୋ ବିଡେନଙ୍କ ମଧ୍ୟରେ କଡ଼ା ମୁକାବିଲା ହେଉଛି ।ତେବେ ଆସନ୍ତୁ ଜାଣିବା ଟ୍ରମ୍ପ୍‌ ଓ ବିଡେନ୍‌ କେଉଁ କେଉଁ ରାଜ୍ୟ ଜିତିଛନ୍ତି । ତେବେ ଏବେସୁଦ୍ଧା ୪୧ଟି ରାଜ୍ୟର ଫଳାଫଳ ଆସିଥିବାବେଳେ ମାତ୍ର ୯ଟି ରାଜ୍ୟର ଫଳାଫଳ ଆସିବାକୁ ବାକି ରହିଛି । ପେନ୍‌ସ୍ଲେଭିଆ ଓ ଜର୍ଜିଆରେ ଟ୍ରମ୍ପ୍‌ ଆଗୁଆ ରହିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଟ୍ରମ୍ପ୍‌ ଫ୍ଲୋରିଡା, ସାଉଥ୍‌ ଡାକଟୋ, ମିସୌରୀ, ଲୁହସନିଆ, ନେବ୍ରାସ୍କା, ନର୍ଥ ଡାକ୍ଟୋ, ଅରକାନ୍ସ, ଅଲବାମା, ମିସିସିପି, ଓକ୍ଲାହୋମା, ଟେନେସି, କେଣ୍ଟକୀ, ଓ୍ବେଷ୍ଟ ଭର୍ଜିନିଆ, ଓ୍ବୋମିଙ୍ଗ, ଇଣ୍ଡିଆନା, ଟେକ୍ସାସ, ସାଉଥ୍‌ କ୍ୟାରେଲିନା ଓ ଆକ୍ଲାହୋମା ପ୍ରମୁଖ ରାଜ୍ୟ ଜିତିଥିବାର ସୂଚନା ରହିଛି । ସେହିପରି ଭର୍ଜିନିଆ, କାଲିଫର୍ଣ୍ଣିଆ, କାଲୋରାଡା, ନ୍ୟୁ ହେମ୍ପସାୟର୍‌ଏ ଡିଷ୍ଟିକ୍ଟ ଅଫ୍‌ କଲମ୍ବିଆ, ନ୍ୟୁୟର୍କ, ଓ୍ବମୋର୍ଟ, କନୋକିଟ୍ଟ, ଡେଲାଓ୍ବେୟର, ଇଲିନୋଇସ୍‌, ମେରୀଲାଣ୍ଡ, ମୈସାଚୁସେଟସ୍‌, ନ୍ୟୁଜର୍ସି ଓ ରୋଡ୍‌ ଆଇଲାଣ୍ଡ ପ୍ରମୁଖ ରାଜ୍ୟ ବାଇଡେନ୍‌ଙ୍କଭାଗରେ ପଡିଛି । ବର୍ତ୍ତମାନ ସୁଦ୍ଧା ଡେମୋକ୍ରାଟିକ୍ ପାର୍ଟି ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭରେ ବହୁମତ ହାସଲ ଦିଗରେ ଅଗ୍ରସର ହେଉଛି । ସିନେଟ ପାଇଁ ରିପବ୍ଲିକାନ୍ ପାର୍ଟି ଓ ଡେମୋକ୍ରାଟିକ୍ ପାର୍ଟି ମଧ୍ୟରେ କଡ଼ା ମୁକାବିଲ ହେଉଛି । ମତଗଣନା ପୂର୍ବରୁ ହ୍ୱାଇଟ ହାଉସରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ୟୁଏସ ସୁରକ୍ଷାକର୍ମୀ ଓ ଗୁଇନ୍ଦା ସଂସ୍ଥା ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଆଖପାଖ ଅଂଚଳରେ ଯାଉଥିବା ଲୋକଙ୍କୁ ଉପରେ ମଧ୍ୟ ନଜର ରଖାଯାଉଛି ।

Share

Leave a Reply

Your email address will not be published. Required fields are marked *

3 × three =