Latestରାଜନୀତି

ଧର୍ମୀୟ ରାଜନୀତିକୁ ବିରୋଧ କରିବେ ପୁରୀବାସୀ: ମହେଶ୍ୱର

ହାତରେ ଜଗନ୍ନାଥ ବିଗ୍ରହଙ୍କୁ ଧରି ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ନିର୍ବାଚନୀ ପ୍ରଚାର କରିବା ପ୍ରସଙ୍ଗ ନେଇ ତେଜିଲା ବିବାଦ । ଏନେଇ ପୁରୀ ବିଧାନସଭା ବିଜେଡି ପ୍ରାର୍ଥୀ ମହେଶ୍ୱର ମହାନ୍ତି କହିଛନ୍ତି ଯେ, ଯେଉଁମାନେ ଧର୍ମୀୟ ରାଜନୀତି କରିବାକୁ ଷଡ଼ଯନ୍ତ୍ର କରିଛନ୍ତି ସେମାନଙ୍କୁ ପୁରୀବାସୀ ଦୃଢ଼ ପ୍ରତିବାଦ କରିବେ । ନିର୍ବାଚନରେ କୌଣସି ପ୍ରକାର ଧର୍ମୀୟ ରାଜନୀତି ହେବା ଉଚିତ୍ ନୁହେଁ । ତେଣୁ ବିଜେପି ଏଭଳି କୁପ୍ରକୃତି ଚିନ୍ତାଧାରାରୁ ନିବୃତ ରହୁ ବୋଲି କହିଛନ୍ତି ମହେଶ୍ୱର ।

ସେହିଭଳି ନିକଟରେ ସମ୍ବିତ ପାତ୍ର ପୁରୀରେ ‘ଶଙ୍ଖ’ ଫୁଟୁ ବୋଲି ଦେଇଥିବା ମନ୍ତବ୍ୟ ନେଇ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମହେଶ୍ୱର ଏବଂ କହିଛନ୍ତି, ସେ ଯଦି ନିଜେ କହୁଛନ୍ତି ପୁରୀ ଭଳି ଧର୍ମୀୟ ସ୍ଥାନରେ ‘ପଦ୍ମ’ ବଦଳରେ ‘ଶଙ୍ଖ’ ଫୁଟୁ ତେବେ ପୁରୀରେ ନିଶ୍ଚୟ ‘ଶଙ୍ଖ’ ଫୁଟିବ । ପୁରୀବାସୀ ଦୀର୍ଘ ବର୍ଷ ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty − 1 =