Latestଜାତୀୟ

ନ୍ୟୁଜିଲାଣ୍ଡରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ନ୍ୟୁଜିଲାଣ୍ଡକୁ ବାତ୍ୟା ଗେବ୍ରିୟଲ ଭୟ । ଆଗକୁ ବଢ଼ିବା ସହ ସାମୁଦ୍ରିକ ଝଡ଼ ପ୍ରକୋପ ଦେଖାଉଛି । ନ୍ୟୁଜିଲାଣ୍ଡର ଉତ୍ତର ଦ୍ୱୀପ ଆଡକୁ ବଢୁଛି ବାତ୍ୟା ଗେବ୍ରିୟଲ । ଅକଲାଣ୍ଡ ଓ ଆଖାପାଖ ଅଞ୍ଚଳରେ ହିଟ୍‌ କରିପାରେ ସାମୁଦ୍ରିକ ବାତ୍ୟା । ଏହାର ପ୍ରକୋପକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡରେ ଜାତୀୟ ଜରୁରିକାଳୀନ ପରିସ୍ଥିତି ଜାରି ହୋଇଛି । ଏବେ ଅକଲାଣ୍ଡର ପୂର୍ବରେ ଶହେ କିଲୋମିଟର ଦୂରରେ ରହିଛି ସାମୁଦ୍ରିକ ଝ଼ଡ଼ । ଏହା ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ ଗତି କରିବ ।

ବାତ୍ୟା ପ୍ରଭାବରେ ଆରମ୍ଭ ହୋଇଛି ପ୍ରବଳ ବର୍ଷା ପବନ। ଅନ୍ଧାରରେ ଅଛନ୍ତି ୫୮ହଜାର ଘର । ବହୁ ଘରଦ୍ୱାର ଭାଙ୍ଗିଥିବା ବେଳେ ଉପୁଡିଛି ବିଦ୍ୟୁତ ଖୁଣ୍ଟ । ବିଦ୍ୟୁତ ସରବରାହ ବ୍ୟାହାତ ହୋଇଛି । ଅକଲ୍ୟାଣ୍ଡ ଆଖପାଖ ଅଞ୍ଚଳରେ ପ୍ରବଳ ପବନ ଓ ବର୍ଷା ଜାରି ରହିଛି। ସମୁଦ୍ରରେ ଉଠୁଛି ବଡ଼ ବଡ଼ ଜୁଆର । ସମୁଦ୍ର ପାଣି କୂଳ ଲଂଘି ଜନବସତିରେ ପଶିଲାଣି । ବାତ୍ୟାକୁ ଦୃଷ୍ଟିରେ ରଖି ଅକଲାଣ୍ଡ ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି । କୋରମଣ୍ଡଳ ଓ ଗେସ୍ୱୋବର୍ଣ୍ଣରେ ଲୋକଙ୍କୁ ଘର ଖାଲି କରିବାକୁ କୁହାଯାଛି । ଅକଲ୍ୟାଣ୍ଡରେ ବନ୍ଦ ରହିଛି ସ୍କୁଲ ଓ କଲେଜ । ନର୍ଥଲ୍ୟାଣ୍ଡ ଅଞ୍ଚଳରେ ଘଣ୍ଟାପ୍ରତି ୧୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି ।

Share

Leave a Reply

Your email address will not be published. Required fields are marked *

2 × four =