Latestଜାତୀୟ

ଆଜି ନେପାଳ ପାଳନ କରୁଛି ରାଷ୍ଟ୍ରୀୟ ଶୋକ : ବିମାନ ଦୁର୍ଘଟଣା

ନେପାଳ ପୋଖରା ବିମାନ ଦୁର୍ଘଟଣା । ୭୨ ଜଣଙ୍କ ମଧ୍ୟରୁ ଉଦ୍ଧାର ହୋଇଛି ୬୮ଜଣଙ୍କର ମୃତଦେହ । ଏବେ ବି ରେସ୍କ୍ୟୁ ଅପରେସନ୍ ଜାରି ରହିଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ ଦୁର୍ଘଟଣାର ଶିକାର ହୋଇଥିବା ୟେଟି ବିମାନଟି ବହୁ ପୁରୁଣା । ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ ରାଡାର ଟ୍ୱେଂଟି ଫର ଅନୁଯାୟୀ, ୟେଟି ଏୟାରଲାଇନ୍ସର ବିମାନ ୧୫ ବର୍ଷ ପୁରୁଣା ଥିଲା ।

ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ବିମାନଟି ଏକ ପୁରୁଣା ଟ୍ରାନ୍ସପଣ୍ଡର ସହିତ ଚାଲିଥିଲା । ଗତକାଲି ପୋଖରା ବିମାନ ବନ୍ଦରରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ୭୨ ଜଣ । ଯେଉଁଥିରେ ୫ ଜଣ ଭାରତୀୟ ଥିଲେ । ଏଥିମଧ୍ୟରୁ ୪ ଜଣ ଉତ୍ତରପ୍ରଦେଶର ଗାଜୀପୁର ଜିଲ୍ଲାର । ଏହି ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆଜି ନେପାଳରେ ରାଷ୍ଟ୍ରୀୟ ଶୋକ ପାଳନ ହେଉଛି । ଏହି ବିମାନ ଦୁର୍ଘଟଣା ଗତ ୩୦ ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ଦୁର୍ଘଟଣା ମଧ୍ୟରୁ ଗୋଟିଏ ।

Share

Leave a Reply

Your email address will not be published. Required fields are marked *

18 − sixteen =