HealthLatest

ସୁସ୍ଥ ହେବା ଯାଏ ଜଗା-ବଳିଆଙ୍କୁ ଏମ୍ସରେ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଦାବି

ଭୁବନେଶ୍ବର () ଜଗା ବଳିଆ ସମ୍ପୂର୍ଣ୍ଣ ସୁସ୍ଥ ହେବା ଯାଏ ଦିଲ୍ଲୀ ଏମ୍ସରେ ରୁହନ୍ତୁ। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡାଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏମ୍ସରେ ଜଗା-ବଳିଆଙ୍କ ଚିକିତ୍ସା ଏକ ଐତିହାସିକ ଚିକିତ୍ସା ଥିଲା । ଏହି ଦୁଇ ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ନିୟମିତ ଖବର ରଖିବା ପାଇଁ ରାଜ୍ୟ ସରକାର ନିୟମିତ ବ୍ୟବଧାନରେ ନିଜସ୍ବ ବିଶେଷଜ୍ଞ ଟିମଙ୍କୁ ଏମ୍ସ ପଠାନ୍ତି । ରାଜ୍ୟ ସରକାର ପଠାଇଥିବା ବିଶେଷଜ୍ଞ ଟିମର କହିବାନୁସାରେ ଯଦିଓ ସେମାନଙ୍କ ସ୍ଵାସ୍ଥ୍ୟରେ ଯଥେଷ୍ଟ ସୁଧାର ଆସୁଛି ହେଲେ ଅପେକ୍ଷାକୃତ କମ ଓଜନ ସାଙ୍ଗକୁ ନ୍ୟୁରୋ ସମସ୍ୟା ରହିଥିବା ଯୋଗୁଁ ସ୍ଵାସ୍ଥ୍ୟାବସ୍ଥାରେ ସ୍ଥିରତା ଆସୁ ନାହିଁ। ସେମାନେ ଘରେ ରହି ଚିକିତ୍ସିତ ହେବା ସ୍ଥିତିରେ ନାହାଁନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କିନ୍ତୁ ଏମ୍ସ କର୍ତ୍ତୃପକ୍ଷ ଜଗା-ବଳିଆଙ୍କୁ ଘରକୁ ପଠାଇ ଦେବାକୁ ଯୋଜନା କରୁଛନ୍ତି । ରାଜ୍ୟରେ ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ସ୍ବାସ୍ଥ୍ୟ ସେବାରେ ଯଥେଷ୍ଟ ଉନ୍ନତି ଆସିଥିଲେ ମଧ୍ୟ ଜଗା-ବଳିଆଙ୍କ ଚିକିତ୍ସା ପାଇଁ ଯାହା ଆବଶ୍ୟକ ତାହା ହୁଏତ ମିଳିନପାରେ । ତେଣୁ ସେମାନଙ୍କୁ ଏମ୍ସରୁ ଡିସଚାର୍ଜ ନକରିବା ପାଇଁ ଏମ୍ସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଏଥିସହିତ ଜଗା-ବଳିଆଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଦୋହରାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × two =