Health

ଖାଲି ପେଟରେ ପିଅନ୍ତୁ ଅଦା ରସ, ଏହି ସବୁ ରୋଗ ହେବ ଦୂର

ସାଧାରଣତଃ ଆମ ସମସ୍ତଙ୍କ ଘରେ ଅଦା ନିଶ୍ଚିତ ଭାବେ ଉପଲବ୍ଧ। ମସଲା ଜାତୀୟ ସାମଗ୍ରୀ ମଧ୍ୟରେ ଏହା ପ୍ରଧାନ। ଏହା ତରକାରୀ ଆଦିରେ ମସଲା ଭାବେ ବ୍ୟବହୃତ ହେବା ସହ ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅଦା ରସ ଶରୀରର ଅନେକ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ। ବିଶେଷ କରି ସକାଳୁ ଅଦା ରସ ପିଇଲେ ଅନେକ ଲାଭ ମିଳିଥାଏ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ –

-ସକାଳୁ ଖାଲି ପେଟରେ ଅଦା ରସ ପିଇଲେ ଗଳା ଦରଜ, ରକ୍ତ ଶର୍କରା ବୃଦ୍ଧି ସମସ୍ୟା, ପେଟସମସ୍ୟା, ଆଣ୍ଠୁଗଣ୍ଠି ଦରଜ, କୋଲେଷ୍ଟ୍ରଲ୍ ଓ କର୍କଟ ଭଳି ମାରାତ୍ମକ ରୋଗଠାରୁ ଶରୀର ଦୂରେଇ ରହିଥାଏ।
-ଏହା ଶରୀରରେ ଗ୍ଲୁକୋଜର ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ। ଫଳରେ ଶର୍କରା ସ୍ତର ବଢି ନ ଥାଏ। ମଧୁମେହ ରୋଗୀଙ୍କ ପାଇଁ ଏହା ଲାଭଦାୟକ।
-ସକାଳୁ ଖାଲି ପେଟରେ ଏକ କପ୍‌ ଅଦା ରସ ପିଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।
-ଆଣ୍ଠୁଗଣ୍ଠି ଦରଜ ଥିଲେ ପ୍ରତିଦିନ ସକାଳୁ ଏକ କପ୍‌ ଅଦା ପିଅନ୍ତୁ।
-ନିୟମିତ ସକାଳୁ ଖାଲି ପେଟରେ ଅଦା ରସ ପିଇଲେ ଥକ୍କାପଣ ମଧ୍ୟ ଦୂର ହୋଇଥାଏ।

Share

Leave a Reply

Your email address will not be published. Required fields are marked *

5 × five =