ଝଗଡା କରୁଥିବା ସ୍ବାମୀ-ସ୍ତ୍ରୀଙ୍କ ବଢ଼ିଥାଏ ବୟସସୀମା
ରିସର୍ଚ୍ଚରୁ ଜଣାପଡିଛି ଯେ ଯେଁଉ ଦମ୍ପତ୍ତିଙ୍କ ମଧ୍ୟରେ ଝଗଡା ହୋଇଥାଏ ସେମାନଙ୍କର ବୟସ ବଢ଼ିଥାଏ। ଏହା ଆପଣଙ୍କୁ ଆଶ୍ଚର୍ୟ୍ୟ ଲାଗୁଥିବ ନିଶ୍ଚୟ କିନ୍ତୁ ବିଶେଷଜ୍ଞମାନେ ଏହା ପ୍ରମାଣିତ କରିଛନ୍ତି ଯେ ଯେଉଁ ସ୍ବାମୀ-ସ୍ତ୍ରୀ ନିଜ ଭିତରେ ଝଗଡା କରନ୍ତି ସେମାନଙ୍କ ମଧ୍ୟରେ ନା କେବଳ ପ୍ରେମ ସମ୍ପର୍କ ମଜବୁତ ହୋଇଥାଏ ବରଂ ସେମାନଙ୍କର ବୟସ ବଢ଼ିଥାଏ। ଏଠାରେ ଆମେ କହିରଖିବାକୁ ଚାହିଁବୁ ଯେ ଏଠାରେ ଝଗଡା ଘରୋଇ ହିଂସାକୁ କୁହାଯାଇନାହିଁ ବରଂ ସମାନ୍ୟ ଭୁଲ ବୁଝାମଣାକୁ କୁହାଯାଇଛି।
ବିଶେଷଜ୍ଞମାନେ ଜଣାଇଛନ୍ତି ଯେ ଆମେରିକା ଦମ୍ପତ୍ତିଙ୍କ ମଧ୍ୟରେ ୧୯ ଝଗଡା ହୋଇଥାଏ ଏବଂ ମାସରେ ୫ ଦିନ ଏକା ଶୋଇଥାନ୍ତି। ଏହି ଷ୍ଟଡି ଅନୁଯାୟୀ ପାରିବାରିକ ଝଗଡା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇନଥାଏ ବରଂ ଏଥିରେ ଲମ୍ବା ବୟସର ସମ୍ଭାବନା ରହିଛି।
ଏହି ରିସର୍ଚ୍ଚରୁ ଜଣାପଡିଛି ଯେ ପାରିବାରିକ ଝଗଡା ଦ୍ବାରା ବୟସ ଲମ୍ବା ହୋଇଥାଏ। ଏହି ରିସର୍ଚ୍ଚରେ ୧୯୨ ବିବାହିତ ଦମ୍ପତ୍ତିଙ୍କୁ ସାମିଲ କରାଯାଇଥିଲା। ଏହି ସବୁ ଦମ୍ପତ୍ତି ୩୨ ବର୍ଷ ବୟସର ଥିଲେ। ଏଥିରେ ସ୍ବାମୀ-ସ୍ତ୍ରୀଙ୍କ ବ୍ୟବହାରକୁ ଦେଖାଗଲା ଏବଂ ସେମାନଙ୍କୁ ତାଙ୍କର ଝଗଡା ବିଷୟରେ ପ୍ରଶ୍ନ କରାଗଲା। ଶେଷରେ ଏହା ସିଦ୍ଧାନ୍ତ ହେଲା ଯେ ଯେଉଁ ଦମ୍ପତ୍ତିଙ୍କର ନିଜ ଭିତରେ ଝଗଡା ହୋଇଥାଏ ସେମାନେ ଅଧିକ ବର୍ଷ ଯାଏଁ ବଞ୍ଚି ରହିଥାନ୍ତି ।