Health

ଏହି ଖରାପ ଅଭ୍ୟାସ ବୟସ୍କ କରିଦିଏ

ସକାଳୁ ଉଠି ଆମେ ଏପରି ଅନେକ କାମ କରିଥାଉ ଯାହା ଆଗକୁ ଆମ ସ୍ବାସ୍ଥ୍ୟା ଉପରେ ଖରାପ ପ୍ରଭାବ ପକାଇଥାଏ। ଏବେ ଯେଉଁ ଛୋଟ ଛୋଟ କଥାକୁ ଅମେ ଧ୍ୟାନ ଦେଉନି ତାହା ବାସ୍ତବରେ ଆମ ସ୍ବାସ୍ଥ୍ୟ ପାଇଁ ହାନିକାରକ ପ୍ରମାଣିତ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ ସକାଳୁ ଉଠି ଯେଉଁ ସବୁକାମ କରିବା ଆଦୌ ଉଚିତ ନୁହଁ ତାହା ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା କଣ ରହିଛି ତାହା..
-ଅନେକ ଲୋକଙ୍କ ଅଭ୍ୟାସ ରହିଛି ସକାଳୁ ଉଠି ସେମାନେ ଗରମ ପାଣିରେ ଗାଧୋଇଥାନ୍ତି। ଏପରି କରୁଥିବା ବ୍ୟକ୍ତିଙ୍କ ଉପରେ ସମୟ ପୂର୍ବରୁ କୁଞ୍ଚିତ ରେଖା ପଡ଼ିଯାଇଥାଏ।
-ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ପ୍ରାୟତଃ ବ୍ୟକ୍ତି ନିଜର ଜଳଖିଆକୁ ଖାଇନଥାନ୍ତି। ଏହି ବ୍ୟକ୍ତିଙ୍କୁ ସମୟ ପୂର୍ବରୁ ଅନେକ ରୋଗ ହୋଇଥିବା ବେଳେ ଖୁବ ଶୀଘ୍ର ବାର୍ଦ୍ଧକ ଆସିଯାଇଥାଏ।
– ଶରୀରକୁ ସଠିକ୍ ସମୟରେ ଖାଇବା ନମିଳିବା ଦ୍ବାରା ବ୍ୟକ୍ତି ଥକା ଅନୁଭବ କରିଥାନ୍ତି। ଯାହା ଫଳରେ ପେଟ ଖରାପ ହେବା ସହ ଗ୍ୟାସ ଆଦି ସମସ୍ୟା ଉପୁଜିଥାଏ।
-କିଛି ବ୍ୟକ୍ତି ସକାଳୁ ଉଠିବା ମାତ୍ରେ ପ୍ରଥମେ ସିଗାରେଟ ପିଇବା ତାଙ୍କର ଅଭ୍ୟାସ ରହିଥାଏ। ଏପରି କରିବା ଦ୍ବାରା ଶରୀର ଉପରେ ବହୁତ ଖରାପ ପ୍ରଭାବ ପଡ଼ିଥାଏ। ଏହା ଦ୍ବାରା ବହୁତ କମ ବୟସରେ ଦେହାନ୍ତ ହେବାର ଦେଖାଯାଇଥାଏ।

Share

Leave a Reply

Your email address will not be published. Required fields are marked *

10 − 1 =