ମନୋରଞ୍ଜନ

ପବ୍ଲିସିଟି ପାଇଁ ଏମତି କଲେ ଦୀପକ, ପଢନ୍ତୁ…

କିଛି ଦିନ ତଳେ ଅଭିନେତ୍ରୀ ତଥା ଆଇଟମ୍ ଗର୍ଲ ଭାବେ ସାରା ଦେଶରେ ଜଣା ଶୁଣା ରାକ୍ଷୀ ସାଓ୍ଵନ୍ତ ବିବାହ କରିବେ ବୋଲି ଜଣା ପଡ଼ିଥିଲା । ଡିସେମ୍ବର ୩୧,୨୦୧୮ରେ ସେ ୟୁଟ୍ୟବର ଦୀପକ କଲାଲଙ୍କୁ ବିବାହ କରିବେ ବୋଲି ସମସ୍ତଙ୍କୁ ଜଣାଇଥିଲେ । କିନ୍ତୁ ଡିସେମ୍ବର ୩୧ରେ ସେଭଳି କିଛି ଘଟି ନଥିଲା । ଦୁହେଁ କେବଳ ଚର୍ଚ୍ଚାରେ ରହିବା ପାଇଁ ଏପରି ମିଥ୍ୟା ପ୍ରଚାର କରିଥିବା ସାମ୍ନାକୁ ଆସିଥିଲା । ଏବେ ସବୁ ବେଳେ ବିବାଦୀୟ ମନ୍ତବ୍ୟ ନେଇ ନିଜକୁ ଚର୍ଚ୍ଚାରେ ରଖୁଥିବା ଦୀପକ କଲାଲ ନିଜର ପବ୍ଲିସିଟି ପାଇଁ ନିଜକୁ ମାଡ଼ ମରାଇଥିବା ଜଣା ପଡ଼ିଛି ।
ସୂଚନା ମୁତାବକ, କିଛି ଦିନ ତଳେ ଦୀପକ ଏକ ଭିଡିଓ ସେୟାର କରି ମୋତେ କିଛି ଲୋକ ମାଡ଼ ମାରିଛନ୍ତି ବୋଲି କହିଥିଲେ । ଯାହା ପରେ ଲୋକମାନେ ତାଙ୍କୁ ସାନ୍ତ୍ୱନା ଦେବା ଆରମ୍ଭ କରିଥିଲେ । ଏବେ ଦୀପକ ନିଜେ ନିଜକୁ ଜାଣି ଶୁଣି ମାଡ଼ ମାରି ଭିଡିଓ କରିଥିବା ସାମ୍ନାକୁ ଆସିଛି । ନିଜ ୟୁଟ୍ୟୁବ୍ ଚ୍ୟାନେଲର ସବସ୍କ୍ରାଇବର ବଢ଼ାଇବା ସହ ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ସେ ଏପରି କରିଥିବା ସାମ୍ନାକୁ ଆସିଛି । ଦୀପକଙ୍କ ଏହି ପବ୍ଲିସିଟି ଷ୍ଟଣ୍ଟ ବିଷୟରେ ଏକ ୟୁଟ୍ୟୁବ୍ ଚ୍ୟାନେଲ ଜରିଆରେ ଖୁଲାସା କରାଯାଇଛି । ଯାହା ଏବେ ଭାଇରାଲ ହୋଇଛି । ଦୀପକ ନିଜ ଇନଷ୍ଟାରେ ନିଜର ମାଡ଼ ମରା ଫଟୋକୁ ସେୟାର କରି ମୋତେ ମାଡ଼ ମରାଯାଉଥିବା ଭିଡିଓକୁ ମୋର ଯୁଟ୍ୟୁବ୍ ଚ୍ୟାନେଲରେ ଦେଖନ୍ତୁ ବୋଲି ଲେଖିଛନ୍ତି । ଏହା ସହ ତାଙ୍କୁ ମାଡ଼ ମାରୁଥିବା ଯୁବକ ଜଣଙ୍କ ଜଣେ ପ୍ରଯୋଜକ ବୋଲି ଜଣାପଡ଼ିଛି । ଯିଏ ରାପର ବାଦଶାହାଙ୍କ ସହ ମଧ୍ୟ କାମ କରି ସାରିଛନ୍ତି । ଏତେ ସବୁ ସଙ୍କେତରୁ ଦୀପକ ପବ୍ଲିସିଟି ଷ୍ଟଣ୍ଟ କରିଥିବା ପ୍ରମାଣ ହୋଇଛି ।

Share

Leave a Reply

Your email address will not be published. Required fields are marked *

four × five =