Business

ୱାର୍ଡୱିଜାର୍ଡ ଇନୋଭେସନ୍ସ ପକ୍ଷରୁ ମୁଫିନ ଗ୍ରିନ ଫାଇନାନ୍ସ ସହ ସହଯୋଗିତା

ଭୁବନେଶ୍ୱର: ଦେଶର ଅଗ୍ରଣୀ ଇଲେକ୍ଟ୍ରିକ ଦୁଇଚକିଆ ଯାନ ନିର୍ମାତା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡ ପକ୍ଷରୁ ସ୍ୱତନ୍ତ୍ର ତିନିଚକିଆ ଇଲେକ୍ଟ୍ରିକ ଯାନ ଋଣ ଲାଗି ଦେଶର ଅଗ୍ରଣୀ ଅଣ ବ୍ୟାଙ୍କିଙ୍ଗ ଆର୍ôଥକ ସଂସ୍ଥା (ଏନବିଏଫସି) ମୁଫିନ ଗ୍ରିନ ଫାଇନାନ୍ସ ଲିମିଟେଡ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଏହି ସହଯୋଗିତାରେ ୱାର୍ଡୱିଜାର୍ଡର ଏଲ୩ ଯାତ୍ରୀବାହୀ ଓ ଏଲ୫ ମାଲବାହୀ ଇଲେକ୍ଟ୍ରିକ ତିନି ଚକିଆ ଯାନ ପାଇଁ ଆର୍ôଥକ ସମାଧାନ ପ୍ରଦାନ କରାଯିବ ଯାହା ଫଳରେ ତାହା ସାରା ଦେଶର ଗ୍ରାହକଙ୍କ ନିକଟରେ ପହଂଚିପାରିବ। ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡର ନିର୍ଦ୍ଦେଶକ (ସେଲସ ଆଣ୍ଡ ଷ୍ଟ୍ରାଟେଜି) ଶ୍ରୀ ଅଖତର ଖତ୍ରି ଓ ମୁଫିନ ଗ୍ରିନ ଫାଇନାନ୍ସ ଲିମିଟେଡର ମୁଖ୍ୟ ବ୍ୟବସାୟ ଅଧିକାରୀ ଶ୍ରୀ ଧୀରଜ ଅଗ୍ରୱାଲ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି।
ଏହି ସହଯୋଗିତାରେ ମୁଫିନ ଗ୍ରିନ ଫାଇନାନ୍ସ ଲିମିଟେଡ ଏହାର ସ୍ୱୀକୃତିପ୍ରାପ୍ତ ଡିଲର ନେଟୱର୍କ ଜରିଆରେ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡର ତିନିଚକିଆ ଇଲେକ୍ଟ୍ରିକ ଯାନ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ଆର୍ôଥକ ସମାଧାନ ପ୍ରଦାନ କରିବ। କମ୍ପାନି ପକ୍ଷରୁ ୱାରେଂଟି ସମୟ ମଧ୍ୟରେ ଉଭୟ ଲିଡ ଏସିଡ ଓ ଲିଥିୟମ ଆୟନ ବ୍ୟାଟେରି ପାଇଁ ସହଯୋଗ ପ୍ରଦାନ କରାଯିବ। ଏହି ସହଯୋଗିତାରେ ମୁଫିନ ଗ୍ରିନ ଫାଇନାନ୍ସ ପକ୍ଷରୁ ଜୟ ଇ-ବାଇକ ଇଲେକ୍ଟ୍ରିକ ଦୁଇଚକିଆ ଯାନ ଓ ଜୟ ଇ-ରିକ ଇଲେକ୍ଟ୍ରିକ ତିନିଚକିଆ ଯାନ ଫ୍ଲିଟ ପରିଚାଳନା ପାଇଁ ମଧ୍ୟ ଆର୍ôଥକ ସହଯୋଗ ପ୍ରଦାନ କରାଯିବ।
ଏକ ଦୃଢ଼ ଇଭି ବ୍ୟବସ୍ଥା ଗଠନ କରିବା ଲାଗି ମିଳିତ ସହଯୋଗ ଉପରେ ଏହି ଏମଓୟୁ ଗୁରୁତ୍ୱାରୋପ କରୁଛି। ମୁଫିନ ପକ୍ଷରୁ ଋଣ ମୂଲ୍ୟାଙ୍କନ, ଫାଇନାନ୍ସ ମିଆଦ ଓ କାର୍ବନ କ୍ରେଡିଟ ସୁବିଧା ପ୍ରଦାନ କରାଯିବ। ୱାର୍ଡୱିଜାର୍ଡ ପକ୍ଷରୁ ବାଏବ୍ୟାକ ସମେତ ପରିଚାଳନା ସହାୟତା ପ୍ରଦାନ କରାଯିବ।
ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଯତୀନ ଗୁପ୍ତେ କହିଛନ୍ତି ଯେ, ‘‘ସବୁଜ ଗମନାଗମନକୁ ଆଗକୁ ବଢ଼ାଇବା ପାଇଁ ଆମର ମିଶନ ସହିତ ସ୍ଥାୟୀତ୍ୱକୁ ସମର୍ଥନ କରିବା ଲାଗି ମୁଫିନ ଗ୍ରିନ ଫାଇନାନ୍ସ ସହିତ ସହଯୋଗିତା ସ୍ଥାପନ କରିବାକୁ ଆମେ ଉତ୍ସାହିତ । ଏହି ସହଯୋଗିତା ଆମକୁ ଉପଭୋକ୍ତା ବର୍ଗକୁ ସଶକ୍ତ କରିବାରେ ଏବଂ ଗ୍ରାହକଙ୍କ ଉପଯୁକ୍ତ ଆର୍ôଥକ ସହାୟତାକୁ ସୁଗମ କରି ଇଭିର ପ୍ରବେଶ ବୃଦ୍ଧି କରିବାରେ ସାହାଯ୍ୟ କରିବ । ମୁଫିନ ଗ୍ରିନ ଫାଇନାନ୍ସ ଲିମିଟେଡ ସହ ସହଯୋଗିତାରେ ଇଭି ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଭାରତରେ ଇଭି ମାଲିକାନାକୁ ଅଧିକ ସୁଲଭ ଏବଂ ଲୋକଙ୍କ ପାଖରେ ପହଂଚାଇବା ପାଇଁ ଆମେ ଆଶା ରଖିଛୁ।’’
ମୁଫିନ ଗ୍ରିନ ଫାଇନାନ୍ସ ଲିମିଟେଡର ସହ-ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦ୍ଦେଶକ କପିଲ ଗର୍ଗ କହିଛନ୍ତି, ‘‘ୱାର୍ଡୱିଜାର୍ଡ ସହିତ ଆମର ସହଯୋଗିତା ଭାରତରେ ସ୍ଥାୟୀ ଗମନାଗମନର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଆମର ପ୍ରତିଶ୍ରୁତିକୁ ପ୍ରତିଫଳିତ କରୁଛି । ୱାର୍ଡୱିଜାର୍ଡର ଏଲ୩ ଯାତ୍ରୀବାହୀ ଏବଂ ଏଲ୫ ମାଲବାହୀ ଇଲେକ୍ଟ୍ରିକ୍ ତିନି ଚକିଆ ଯାନ ପାଇଁ ସୁଲଭ ଏବଂ ନମନୀୟ ଆର୍ôଥକ ବିକଳ୍ପ ପ୍ରଦାନ କରି ଆମେ ଗ୍ରାହକମାନଙ୍କ ପାଇଁ ଇଭି ଗ୍ରହଣକୁ ଅବାଧ ଏବଂ ସୁଲଭ କରିବାକୁ ଲକ୍ଷ୍ୟ ରଖିଛୁ ଏବଂ ଏକ ସବୁଜ ଭବିଷ୍ୟତ ପ୍ରତି ଯୋଗଦାନ କରୁଛୁ।’’

Share

Leave a Reply

Your email address will not be published. Required fields are marked *

one × 3 =