Business

ୱାରି ଏନର୍ଜିସ୍ ଲିମିଟେଡର ଇନିସିଆଲ ପବ୍ଲିକ ଅଫର ୨୦୨୪ ଅକ୍ଟୋବର ୨୧ ଖୋଲିବ

ଭୁବନେଶ୍ୱର: ୱାରି ଏନର୍ଜିସ୍ ଲିମିଟେଡର ଇନିଶିଆଲ୍ ପବ୍ଲିକ ଅଫର ୨୦୨୪ ଅକ୍ଟୋବର ୨୧ ସୋମବାର ଖୋଲିବ। ଆଙ୍କର ନିବେଶକମାନେ ବିଡିଂ ତାରିଖ ଗୋଟିଏ କାର୍ଯ୍ୟ ଦିବସ ପୂର୍ବରୁ ୨୦୧୪ ଅକ୍ଟୋବର ୧୮ରେ ବିଡ ଦାଖଲ କରିପାରିବେ। ବିଡ ବନ୍ଦ ହେବାର ଶେଷ ତାରିଖ ହେଉଛି ୨୦୧୪ ଅକ୍ଟୋବର ୨୩ ବୁଧବାର।
ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ ୧୪୨୭ ଟଙ୍କାରୁ ୧୫୦୩ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି । ନିବେଶକ୍ମନେ ସର୍ବନିମ୍ନ ୯ଟି ଇକ୍ୱିଟି ସେୟାର କିନିପରିବେ ଏବଂ ଏଥିରେ ୯ଟି ଇକ୍ୱିଟି ସେୟାରର ଗୁଣିତକ ହିସାବରେ ଇକ୍ୱିଟି ସେୟାର ଯୋଡ଼ିପାରିବେ।
ଏହି ଅଫରରେ ୩୬୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବା ଏବଂ ଅଫର ଫର ସେଲରେ ନିବେଶକମାନେ ୪,୮୦୦,୦୦୦ ଇକ୍ୱିଟି ସେୟାର ବିକ୍ରି କରିବେ। ୱାରୀ ସାଷ୍ଟେନେବଲ ଫାଇନାନ୍ସ ପ୍ରାଇଭେଟ ଲିମିଟେଡ ୪,୩୫୦,୦୦୦ ଇକ୍ୱିଟି ସେୟାର ଓ ଚନ୍ଦୁରକର ଇନଭେଷ୍ଟମେଂଟସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ୪୫୦,୦୦୦ ଇକ୍ୱିଟି ସେୟାର ବିକ୍ରି କରାଯିବ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ( ସେବି) ନିୟମ ଅନୁସାରେ ଅଫରରେ ଥିବା ଇକ୍ୱିଟି ସେୟାରର ୫୦ ପ୍ରତିଶତ ଯୋଗ୍ୟ ସଂସ୍ଥାଗତ ନିବେଶକମାନଙ୍କ ଲାଗି ସଂରକ୍ଷିତ ରହିବ। ତାହାର ଏକ ତୃତୀୟାଂଶ ସେୟାର ଘରୋଇ ମ୍ୟୁଚୁଆଲ୍ ଫଣ୍ଡ ପାଇଁ ରଖାଯିବ। କ୍ୟୁଆଇବି ଭାଗର ୫ ପ୍ରତିଶତ ଇକ୍ୱିଟି ସେୟାରକୁ କେବଳ ମ୍ୟୁଚୁଆଲ ଫଣ୍ଡ ପାଇଁ ରଖାଯିବ। ଅଫରର ୧୫ ପ୍ରତିଶତ ଇକ୍ୱିଟି ସେୟାର ଅଣ ସଂସ୍ଥାଗତ ନିବେଶକଙ୍କ ପାଇଁ ରଖାଯିବ। ନିଟ ଅଫରର ୩୫ ପ୍ରତିଶତ ଇକ୍ୱିଟି ସେୟାରକୁ ଖୁଚୁରା ନିବେଶକମାନଙ୍କ ଲାଗି ରଖାଯିବ। ଯୋଗ୍ୟ କର୍ମଚାରୀଙ୍କ ପାଇଁ ମଧ୍ୟ ଇକ୍ୱିଟି ସେୟାର ସଂରକ୍ଷିତ ରଖାଯିବ।
କମ୍ପାନୀର ଇକ୍ୱିଟି ସେୟାରକୁ ବିଏସଇ ଲିମିଟେଡ (“ବିଏସଇ”) ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଅଫ ଇଣ୍ଡିଆ ଲିମିଟେଡ (“ଏନଏସଇ”, ବିଏସଇ, “ଷ୍ଟକ ଏକ୍ସଚେଞ୍ଜ”) ସହିତ ତାଲିକାଭୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି ।
ଏହି ଅଫରରେ ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆକ୍ସିସ କ୍ୟାପିଟାଲ ଲିମିଟେଡ୍‌, ଆଇଆଇଏଫଏଲ ସିକ୍ୟୁରିଟିଜ୍ ଲିମିଟେଡ୍‌, ଜେଫେରିଜ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ନୋମୁରା ଫାଇନାନ୍ସିଆଲ୍ ଆଡଭାଇଜରି ଆଣ୍ଡ ସିକ୍ୟୁରିଟିଜ୍ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ, ଏସବିଆଇ କ୍ୟାପିଟାଲ୍ ମାର୍କେଟସ ଲିମିଟେଡ୍‌, ଇଣ୍ଟେନସିଭ ଫାଇନାନ୍ସିଆଲ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଆଇଟିଆଇ କ୍ୟାପିଟାଲ୍ ଲିମିଟେଡ୍‌।

Share

Leave a Reply

Your email address will not be published. Required fields are marked *

four × three =