Business

ବେଦାନ୍ତ ଲିମିଟେଡ୍ ପକ୍ଷରୁ ୨୦୨୪-୨୪ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଟିକସ ପରବର୍ତ୍ତୀ ଲାଭ ୨୩୦% ବୃଦ୍ଧି ପାଇ ୫,୬୦୩ କୋଟି ଟଙ୍କା

ଭୁବନେଶ୍ୱର: ବେଦାନ୍ତ ଲିମିଟେଡ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷର ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ହୋଇଥିବା ଦ୍ୱିତୀୟ ତ୍ରୈମାସିକର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଏହି ସମୟରେ କମ୍ପାନିର ରାଜସ୍ୱ ୩୭,୧୭୧ କୋଟି ଟଙ୍କା ହୋଇଛି ଯାହା ତ୍ରୈମାସିକରେ ୫% ଓ ବାର୍ଷିକଭିତିରେ ୧୦% ଅଧିକ। କମ୍ପାନିର ଇବିଆଇଟିଡିଏ ୧୦,୩୬୪କୋଟି ଟଙ୍କା ହୋଇଛି ଯାହା ଲଗାତାର ଦ୍ୱିତୀୟ ତ୍ରୈମାସିକରେ ୧୦ ହଜାର କୋଟି ଟଙ୍କାରୁ ଅଧିକ ହୋଇଥିବା ବେଳେ ବାର୍ଷିକ ଭିତିରେ ୪୪% ବୃଦ୍ଧି ପାଇଛି। ଇବିଆଇଟିଡିଏ ମାର୍ଜିନ ୩୪% ବୃଦ୍ଧି ପାଇଛି।
ବେଦାନ୍ତ ଲିମିଟେଡର ନିଟ ଋଣ ସେପ୍ଟେମ୍ବର ୩୦ ସୁଦ୍ଧା ୫୬,୯୨୭ କୋଟି ଟଙ୍କା ହୋଇଛି ଯାହା ୨୦୦୪ ଜୁନ ତୁଳନାରେ ୪,୪୦୦ କୋଟି ଟଙ୍କା କମ୍‌। କମ୍ପାନି ଏଚଜେଡଏଲର ଅଫର ଫର ସେଲ୍‌ରେ ୩୧୩୩ କୋଟି ଟଙ୍କା ଓ କ୍ୟୁଆଇପି ଜରିଆରେ ୮୫୦୦ କୋଟି ଟଙ୍କା ସଂଗ୍ରହ କରିଛି। ଇକ୍ରା ପକ୍ଷରୁ କମ୍ପାନିର ରେଟିଂକୁ ଏଏକୁ ବୃଦ୍ଧି କରାଯାଇଥିବା ବେଳେ କ୍ରିସିଲ ରେଟିଂସ୍ ଏହାର ଆଉଟ୍‌ଲୁକ୍‌କୁ ସକାରାତ୍ମକ ଆଡ଼କୁ ଉନ୍ନତି ଆଣିଛି।
ଏହି ସମୟରେ ବେଦାନ୍ତ ରିସୋର୍ସେସ ଲିମିଟେଡ (ଭିଆରଏଲ) ବଣ୍ଡ ଜାରି କରି ୧.୨ ବିଲିୟନ ଡଲାର ସଂଗ୍ରହ କରିପାରିଛି ଏବଂ ଋଣ ଉପରେ ସୁଧ ଖର୍ଚ୍ଚକୁ ଏହା ୩ ପ୍ରତିଶତ କମ୍ କରିପାରିଛି। ମୂଳ କମ୍ପାନିର ନିଟ୍ ଋଣ ପ୍ରଥମ ଅର୍ଧବାର୍ଷିକୀରେ ୧ ବିଲିୟନ ଡଲାର ହ୍ରାସ ପାଇଛି ଯାହା ଦଶନ୍ଧି ମଧ୍ୟରେ ସର୍ବନିମ୍ନ। କମ୍ପାନିର ଡିମର୍ଜର ଚୂଡ଼ାନ୍ତ ପର୍ଯ୍ୟାୟରେ ଓ ସଠିକ୍ ପଥରେ ରହିଛି।
ଆଲୋଚ୍ୟ ସମୟରେ କାଷ୍ଟ ମେଟାଲ ଉତ୍ପାଦ ୩ ପ୍ରତିଶତ ବୃଦ୍ଧି ପାଇ ୧୨୦୫ କେଟି ହୋଇଥିବା ବେଳେ ଆଲୁମିନିୟମ ଉତ୍ପାଦନ ୪% ବୃଦ୍ଧି ପାଇ ଟନ ପିଛା ୧୭୩୪ ଡଲାର ରହିଛି। ଆଲୁମିନା ଉତ୍ପାଦନ ୮% ବୃଦ୍ଧି ପାଇ ୪୯୯ କେଟି ହୋଇଛି। ଜିଙ୍କ ଉତ୍ପାଦନ ୫% ବୃଦ୍ଧି ପାଇ ୫୨୪ କେଟି, ଦୈନିକ ତୈଳ ଓ ଗ୍ୟାସ ଉତ୍ପାଦନ ୧୦୪.୯ କେପିଇଇପିଡି, ଲୁହାପଥର ଉତ୍ପାଦନ ୭% ବୃଦ୍ଧି ପାଇ ୧.୩ ନିୟୁତ ଟନ୍‌, ଫେରୋକ୍ରୋମ ଉତ୍ପାଦନ ୩୮ କେଜି ଏବଂ ଲମ୍ବା କ୍ୟାଥୋଡ ଉତ୍ପାଦନ ୪୧ କେଟି ହୋଇଛି।
ବେଦାନ୍ତ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅରୁଣ ମିଶ୍ର କହିଛନ୍ତି ଯେ, “ବେଦାନ୍ତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ସର୍ବୋଚ୍ଚ ଇବିଆଇଟିଡିଏକୁ ୨୦,୬୩୯ କୋଟି ଟଙ୍କାର ପହଂଚାଇ ଗର୍ବ ଅନୁଭବ କରୁଛି। ଚଳିତ ବର୍ଷର ଦ୍ୱିତୀୟାର୍ଦ୍ଧ ଏକ ପରିବର୍ତନଶୀଳ ସମୟ ହେବ ଏବଂ ଆମର ପ୍ରମୁଖ ଅଭିବୃଦ୍ଧି ଏବଂ ଏକୀକରଣ ପ୍ରକଳ୍ପଗୁଡିକ ଆସୁଛି ଏବଂ ବୃଦ୍ଧି ପାଇବ। ଆମର ଢାଂଚାଗତ ହସ୍ତକ୍ଷେପ ଏବଂ ପଦକ୍ଷେପ ମାଧ୍ୟମରେ ଆମେ ଗତ ୧୨-୧୫ ମାସ ମଧ୍ୟରେ ଆମର ଉତ୍ପାଦନ ଖର୍ଚ୍ଚକୁ ଯଥେଷ୍ଟ ହ୍ରାସ କରିଛୁ ଏବଂ ଆଗାମୀ ତ୍ରୟମାସରେ ଆମେ ଏହି ଧାରା ଜାରି ରଖିବୁ। ଆମେ ଆଗକୁ ବଢ଼ୁଥିବା ବେଳେ ପରିଚାଳନାଗତ ଉତ୍କର୍ଷତା, ନିରନ୍ତର ଅଭିବୃଦ୍ଧି ଏବଂ ଇଏସଜି ନେତୃତ୍ୱ ଆମର ପ୍ରାଥମିକତା ରହିଛି । ଏକ ସମୃଦ୍ଧ, ବିବିଧ ସମ୍ପତି ପୋର୍ଟଫୋଲିଓ, ଏକ ଶକ୍ତିଶାଳୀ ବାଲାନ୍ସ ସିଟ୍ ଏବଂ ଚାଲୁଥିବା ଅଭିବୃଦ୍ଧି ପ୍ରକଳ୍ପ ସହିତ ଆମେ ଅସାଧାରଣ ସାମଗ୍ରିକ ପ୍ରଦର୍ଶନ ପ୍ରଦାନ କରିବାକୁ ଭଲ ସ୍ଥିତିରେ ଅଛୁ।’’
ବେଦାନ୍ତ ଲିମିଟେଡର ସିଏଫ୍‌ଓ ଅଜୟ ଗୋଏଲ କହିଛନ୍ତି ଯେ, “ଏହା ଏକ ଉତ୍କୃଷ୍ଟ ତ୍ରୈମାସିକ ଥିଲା ଯାହା ଆମର କର୍ପୋରେଟ୍ ଏବଂ ରଣନୈତିକ ପଦକ୍ଷେପରେ ଉଲ୍ଲେଖନୀୟ ଅଗ୍ରଗତି, ଦୃଢ଼ ଆର୍ôଥକ ଫଳାଫଳ ଏବଂ ଉତ୍କୃଷ୍ଟ ପରିଚାଳନାଗତ ପ୍ରଦର୍ଶନରେ ପ୍ରଦର୍ଶିତ ହୋଇଛି। ଆମେ ଆମର ସର୍ବୋଚ୍ଚ ପ୍ରଥମାର୍ଧ ଇବିଆଇଟିଡିଏ ୨୦,୬୩୯ କୋଟି ଟଙ୍କା ହୋଇଛି, ଯେଉଁଥିରେ ୪୬% ଇବିଆଇଟିଡିଏ ମାର୍ଜିନ ଏବଂ ପିଏଟି ସହିତ ୪,୪୬୭ କୋଟି ଟଙ୍କା ହୋଇଛି ଯେଉଁଥିରେ ୨୩୦% ବୃଦ୍ଧି ଘଟିଛି। ଏହି ଦୃଢ଼ ପ୍ରଦର୍ଶନ ମୂଲ୍ୟ ଦକ୍ଷତା, ପରିମାଣ ବୃଦ୍ଧି ଏବଂ ଅନୁକୂଳ ଉତ୍ପାଦ ମୂଲ୍ୟ ଦ୍ୱାରା ପରିଚାଳିତ ହୋଇଛି। ଏହାବ୍ୟତୀତ ଆମେ ବେଦାନ୍ତରେ ୧ ବିଲିୟନ ଡଲାରର କ୍ୟୁଆଇପି ଏବଂ ୪୦୦ ନିୟୁତ ଡଲାରର ଏଚଜେଡଏଲ ଓଏଫଏସ ମାଧ୍ୟମରେ ୧.୪ ବିଲିୟନ ଡଲାର ସଂଗ୍ରହ କରିଛୁ । ସେହିପରି ୧.୨ ବିଲିୟନ ଡଲାରର ଭିଆରଏଲ ବଣ୍ଡ୍ ଜାରି ହେବା ସହ ଡିଲିଭରେଜିଂ ଯୋଗୁଁ ଆମେ ହୋଲ୍‌କୋକୁ ହ୍ରାସ କରିଛୁ। ଋଣ ପରିମାଣ ୪.୮ ବିଲିୟନ ଡଲାର ରହିଛି ଯାହା ଏକ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ସ୍ତର। ଏହା ଆମକୁ ବର୍ତମାନ ଏବଂ ଆଗାମୀ ବର୍ଷଗୁଡ଼ିକରେ ଆମର ଅଂଶୀଦାରମାନଙ୍କ ପାଇଁ ସ୍ଥାୟୀ ମୂଲ୍ୟ ସୃଷ୍ଟି କରିବାକୁ ଭଲ ସ୍ଥିତିରେ ରଖିଛି।”

Share

Leave a Reply

Your email address will not be published. Required fields are marked *

three × one =