Business

ବରିନ୍ଦେରା କନଷ୍ଟ୍ରକ୍ସନ୍ସ ଲିମିଟେଡ୍ ପକ୍ଷରୁ ୧୨୦୦ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଅଗ୍ରଣୀ ଇଞ୍ଜିନିୟରିଂ, ପ୍ରକ୍ୟୁରମେଂଟ ଓ କନଷ୍ଟ୍ରକ୍ସନ କମ୍ପାନି ବରିନ୍ଦେରା କନଷ୍ଟ୍ରକ୍ସନ୍ସ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୁତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। ଏହା ହେଉଛି ଆବାସିକ ପ୍ରକଳ୍ପ, ବାଣିଜ୍ୟିକ କମ୍ପେ୍ଲକ୍ସ, କାର୍ଯ୍ୟାଳୟ, ରେଳ ଷ୍ଟେସନ, ହାଇ କୋର୍ଟ, ପାଠାଗାର, ମେଟ୍ରୋ ଡିପୋ, ଏୟାରକ୍ରାଫ୍ଟ ହାଙ୍ଗର, ସଡ଼କ ଆଦି ପ୍ରକଳ୍ପ ସ୍ଥାପନ କରିବାର ଏକ ଅଗ୍ରଣୀ ସଂସ୍ଥା।
କମ୍ପାନି ଇନିସିଆଲ ପବ୍ଲିକ ଅଫର ଜରିଆରେ ୧୨୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି। କମ୍ପାନି ପକ୍ଷରୁ ୯୦୦ କୋଟି ଟଙ୍କାର ନୂଆ ସେୟାର ଜାରି କରାଯିବ ଏବଂ ଅଫର ଫର ସେଲରେ ନିବେଶକମାନେ ୩୦୦ କୋଟି ଟଙ୍କାର ସେୟାର ବିକ୍ରି କରିବେ।
କମ୍ପାନି ସେୟାରକୁ ବମ୍ବେ ଷ୍ଟକ୍ ଏକ୍ସଚେଂଜ୍ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କରିବା ରେଡ ହେରି ପ୍ରୋସପେକ୍ଟସରେ ପ୍ରସ୍ତାବ ରହିଛି।
ଏହି ଇସ୍ୟୁର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ ଲିମିଟେଡ, ଇକ୍ୱିରସ କ୍ୟାପିଟାଲ ପ୍ରାଇଭେଟ ଲିମିଟେଡ ଓ ଆଇଆଇଏଫଏଲ ସିକ୍ୟୁରିଟିଜ ଲିମିଟେଡ।

Share

Leave a Reply

Your email address will not be published. Required fields are marked *

seventeen + eighteen =