ଟ୍ରାନ୍ସୟୁନିୟନ୍ ସିବିଲ୍ ପକ୍ଷରୁ ଭବେଶ ଜୈନଙ୍କୁ ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଭାବେ ନିଯୁକ୍ତି
ଭୁବନେଶ୍ୱର: ଟ୍ରାନ୍ସୟୁନିୟନ୍ ସିବିଲ୍ ପକ୍ଷରୁ ଭବେଶ ଜୈନଙ୍କୁ ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। କମ୍ପାନିର ପୂର୍ବତନ ଏମ୍ଡି ଓ ସିଇଓ ରାଜେଶ କୁମାରଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସେ ଜାରି ରଖିବେ। ଏହି ପଦରେ ପାଂଚ ବର୍ଷ କାର୍ଯ୍ୟ କରିବା ପରେ ନିକଟରେ ଶ୍ରୀ କୁମାର ନିଜ ପଦରୁ ଇସ୍ତଫା ଦେଇଥିଲେ।
ଶ୍ରୀ କୁମାରଙ୍କ ନିଷ୍ପତି ପ୍ରତି ସମ୍ମାନ ଜଣାଇ ଟ୍ରାନ୍ସୟୁନିୟନ୍ ସିବିଲ୍ର ଅଧ୍ୟକ୍ଷ ଭି ଅନନ୍ତରମଣ କହିଛନ୍ତି ଯେ, “ଆଗକୁ ବଢ଼ିବା ଓ ଦୀର୍ଘ ୩୨ ବର୍ଷ ଆର୍ଥିକ ସେବା କ୍ଷେତ୍ରରେ କାମ କରିବା ପରେ ନିଜ ପାଇଁ ଓ ନିଜ ପରିବାର ସହ ସମୟ ବିତାଇବା ସମ୍ପର୍କରେ ରାଜେଶ ପୂର୍ବରୁ ଅବଗତ କରିଥିଲେ। ଟ୍ରାନ୍ସୟୁନିୟନ୍ ସିବିଲ୍ର ଉତ୍ପତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଥିବାରୁ ରାଜେଶଙ୍କୁ ଆମେ ଧନ୍ୟବାଦ ଜଣାଉଛୁ ଓ ତାଙ୍କ ନିଷ୍ପତିର ସମ୍ମାନ କରୁଛୁ। ତାଙ୍କ ନେତୃତ୍ୱରେ କମ୍ପାନି ବେଶ୍ ଅଗ୍ରଗତି କରିଛି ଏବଂ ଜୀବନର ଏହି ପବରର୍ତୀ ପର୍ଯ୍ୟାୟ ଯାତ୍ରାରେ ଆମେ ତାଙ୍କୁ ଶୁଭେଚ୍ଛା ଜଣାଉଛୁ।’’
ଟ୍ରାନ୍ସୟୁନିୟନ୍ ସିବିଲ୍ରେ ଦୀର୍ଘ ପାଂଚ ବର୍ଷ ଧରି ମୁଖ୍ୟ ରାଜସ୍ୱ ଅଧିକାରୀ ଭାବେ କାର୍ଯ୍ୟ କରିଥିବା ଶ୍ରୀ ଜୈନଙ୍କୁ ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଭାବେ ପଦୋନ୍ନତି ଦିଆଯାଇଛି। ଥମସନ ରଏଟର୍ସ, ସିଟି ଓ କୋନ୍ ଭଳି ସଂସ୍ଥାରେ କାର୍ଯ୍ୟ କରିବା ସହ ଆର୍ଥିକ ସେବାରେ ତାଙ୍କର ଦୀର୍ଘ ଦଶନ୍ଧିର ଅଭିଜ୍ଞତା ରହିଛି। ୱେଲିଙ୍ଗକର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ୍ରୁ ମ୍ୟାନେଜମେଂଟ୍ ଏବଂ ମୁମ୍ବାଇର ଭିଇଏସଆଇଟିରୁ ସେ ଇଞ୍ଜିନିୟରିଂ କରିଚନ୍ତି। ହାର୍ଭାର୍ଡ ବିଜନେସ୍ ସ୍କୁଲ୍ରେ ସେ ବରିଷ୍ଠ ଏକ୍ଜିକ୍ୟୁଟିଭ୍ ଲିଡରସିପ୍ ଭୂମିକାରେ ମଧ୍ୟ କାର୍ଯ୍ୟ କରିଛନ୍ତି।
ଟ୍ରାନ୍ସୟୁନିୟନ୍ ଇଂଟରନ୍ୟାସନାଲର ସଭାପତି ଟଡ୍ ସ୍କିନର୍ କହିଛନ୍ତି ଯେ, “ଭାରତୀୟ ଅର୍ଥନୀତିକୁ ଆଗକୁ ବଢ଼ିବାରେ ସହଯୋଗ କରିବାର ଅଭିଳାଷ ରଖିଥିବା ଜଣେ ସଫଳ ଲିଡର ହେଉଛନ୍ତି ଭବେଶ। ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଆଗକୁ ବଢ଼ାଇବା ଓ ବ୍ୟବସାୟ ବାତାବରଣକୁ ସହଜ କରିବା ଲାଗି ନିୟୁତାଧିକ ଲୋକ ଓ ବ୍ୟାବସାୟିକ ସଂସ୍ଥା ନିକଟରେ ଋଣ ପହଂଚାଇବାରେ ଟ୍ରାନ୍ସୟୁନିୟନ୍ ସିବିଲ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଧ୍ୟାନ ଦେଉଛନ୍ତି।’’
ନିଜ ନିଯୁକ୍ତି ସମ୍ପର୍କରେ ଶ୍ରୀ ଜୈନ କହିଛନ୍ତି ଯେ, “ଟ୍ରାନ୍ସୟୁନିୟନ୍ ସର୍ବଦା ଏଭଳି ସମାଧାନ ପ୍ରଦାନ ଉପରେ କାମ କରୁଛି ଯାହା ଗ୍ରାହକ ଓ ବ୍ୟବସାୟକୁ ସଶକ୍ତ କରୁଛି। ଏକ ବର୍ଦ୍ଧିତ ଡିଜିଟାଲ୍ ଦୁନିଆରେ ଆମେ ଉଭୟଙ୍କ ଭିତରେ ବିଶ୍ୱାସକୁ ଦୃଢ଼ କରିବାକୁ ଚାହୁଛୁ ଯାହା ଫଳରେ ସେମାନେ ଶ୍ରେଷ୍ଠ ଜିନିଷ ପାଇପାରିବେ। ଏଭଳି ଏକ ପ୍ରତିଭାବାନ ଟିମ୍ର ନେତୃତ୍ୱ ନେଉଥିବାରୁ ମୁଁ ଅତ୍ୟନ୍ତ ଉଲ୍ଲସିତ ଏବଂ ସମସ୍ତଙ୍କ ଲାଭ ପାଇ ବଜାରରେ ହୋଇଥିବା ଭଲ କାମକୁ ଜାରି ରଖିବି।’’