Business

ଟ୍ରାନ୍ସରେଲ୍ ଲାଇଟିଂ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୪ ଡିସେମ୍ବର ୧୯ରେ ଖୋଲିବ

ଭୁବନେଶ୍ୱର: ଟ୍ରାନ୍ସରେଲ୍ ଲାଇଟିଂ ଲିମିଟେଡ୍ ଏହାର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ)କୁ ୨୦୨୪ ଡିସେମ୍ବର ୧୯ଗୁରୁବାର ଖୋଲିବାକୁ ପ୍ରସ୍ତାବ ରଖିଛି। ଆଙ୍କର ନିବେଶକମାନେ ବିଡ୍ ଖୋଲିବାର ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ଡିସେମ୍ବର ୧୮ ବୁଧବାର ଦିନ ବିଡ୍ ଦାଖଲ କରିପାରିବେ ଏବଂ ୨୦୨୪ ଡିସେମ୍ବର ୨୩, ସୋମବାର ଦିନ ବିଡ୍ ବନ୍ଦ ହେବ।
ଏହି ଇସ୍ୟୁରେ ଇକ୍ୱିଟି ସେୟାର ପିଛା ଦାମ୍ ୪୧୦ ଟଙ୍କାରୁ ୪୩୨ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି। ସର୍ବନିମ୍ନ ୩୪ଟି ସେୟାର ପାଇଁ ବିଡ୍ ଦାଖଲ କରିହେବ ଏବଂ ଏହା ପରେ ୩୪ଟି ଲେଖାଏଁ ଇକ୍ୱିଟି ସେୟାରକୁ ସେଥିରେ ଯୋଡ଼ାଯାଇପାରିବ।
ଏହି ଇନିସିଆଲ ପବ୍ଲିକ୍ ଅଫରିାଂର ୪୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ କମ୍ପାନିର ଅନ୍ୟତମ ପ୍ରତିଷ୍ଠାତା ଆନଜମା ହୋଲଡିଂସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ୧୦,୧୬୦,୦୦୦ ଇକ୍ୱିଟି ସେୟାର ବିକ୍ରି କରାଯିବ।
ଏହି ଇସ୍ୟୁରୁ ସଂଗୃହୀତ ହେବାକୁ ଥିବା ପାଣ୍ଠିକୁ କମ୍ପାନି ୧) ଏହାର ବର୍ଦ୍ଧିତ କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା, ୨) ପୁଞ୍ଜି ବ୍ୟୟ ବହନ କରିବା ଏବଂ ୩) ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବ।
କମ୍ପାନିର ଇକ୍ୱିଟି ସେୟାରକୁ ବମ୍ବେ ଷ୍ଟକ୍ ଏକ୍ସଚେଂଜ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି। ଏହି ଅଫରର୍ ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଇନଗା ଭେଂଚର୍ସ ପ୍ରାଇଭେଟ୍ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିିମିଟେଡ୍‌, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଲିମିଟେଡ୍ ଓ ଆଇଡିବିଆଇ କ୍ୟାପିଟାଲ୍ ମାର୍କେଟ୍‌ସ ଆଣ୍ଡ୍ ସିକ୍ୟୁରିଟିଜ୍ ଲିମିଟେଡ୍‌।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ମାନଙ୍କ ଲାଗି ସଂରକ୍ଷିତ ରଖାଯିବ । ତାହାର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଆଙ୍କର ନିବେଶକଙ୍କୁ ଦିଆଯାଇପାରିବ । ସେଥିରୁ ଏକ ତୃତୀୟାଂଶ ଇକ୍ୱିଟି ସେୟାର ଘରୋଇ ମ୍ୟୁଚୁଆଲ ଫଣ୍ଡ ଲାଗି ସଂରକ୍ଷିତ ରହିବ। ନିଟ କ୍ୟୁଆଇବିର ୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ମ୍ୟୁଚୁଆଲ ଫଣ୍ଡ ଲାଗି ରଖାଯିବ । ଯଦି ମ୍ୟୁଚୁଆଲ ଫଣ୍ଡର ହାରାହାରି ଭାଗ କ୍ୟୁଆଇବି ଭାଗର ୫ ପ୍ରତିଶତରୁ କମ ରହିବ ତେବେ ତାହାକୁ କ୍ୟୁଆଇବି ଭାଗରେ ଯୋଡ଼ାଯିବ। ନିଟ ଅଫରର ୧୫ ପ୍ରତିଶତ ରାଶିକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରଖାଯିବ । ସେଥିରୁ ୩୫ ପ୍ରତିଶତ ଇକ୍ୱିଟି ସେୟାର ଖୁଚୁରା ନିବେଶକମାନଙ୍କ ଲାଗି ରହିବ।

Share

Leave a Reply

Your email address will not be published. Required fields are marked *

five × 5 =