BusinessPower Sector

ଆନ୍ତର୍ଜାତିକ ଯୋଗ ଦିବସ ପାଳନ କଲା ଟିପିଏସ୍ଓଡିଏଲ୍

ବ୍ରହ୍ମପୁର, ଜୁନ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି । ଦକ୍ଷିଣ ଓଡ଼ିଶାର ବିଭିନ୍ନ କାର୍ଯ୍ୟାଳୟରେ କମ୍ପାନୀର କର୍ମଚାରୀମାନେ ଯୋଗ ଦିବସ ପାଳନ କରିଛନ୍ତି । ଏହି ଅବସରରେ ବ୍ରହ୍ମପୁରସ୍ଥିତ କର୍ପୋରେଟ ଅଫିସରେ ଏକ ଯୋଗାଭ୍ୟାସ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । କମ୍ପାନୀର କର୍ମଚାରୀ ଓ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଏହି ଯୋଗାଭ୍ୟାସ କାର୍ଯ୍ୟକ୍ରମ ୨ ଘଣ୍ଟା ଧରି ଚାଲିଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ ଯୋଗାସନ ସମେତ ପ୍ରାଣାୟାମର ଅଭ୍ୟାସ କରାଯାଇଥିଲା । କାର୍ଯ୍ୟକ୍ଷେତ୍ର ଓ ବ୍ୟକ୍ତିଗତ ଜୀବନ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ଶାରୀରିକ ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିରତା ପାଇଁ ଯୋଗଭ୍ୟାସର ଗୁରୁତ୍ୱକୁ କର୍ମଚାରୀମାନେ ହୃଦୟଙ୍ଗମ କରିଥିଲେ । ଧ୍ୟାନ ଓ ଶବାସନ ଅଭ୍ୟାସ ସହ ଏହି ଯୋଗାଭ୍ୟାସ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, “ଯୋଗର ସୃଷ୍ଟି ଭାରତରୁ । ଭାରତ ଭୂମିର ପ୍ରାଚୀନ, ଶାରିରୀକ, ମାନସିକ ଓ ଆଧ୍ୟାତ୍ମିକ ଅଭ୍ୟାସ ହେଉଛି ଯୋଗ । ଏହା ବ୍ୟକ୍ତିର ଶରୀର ଓ ମସ୍ତିଷ୍କକୁ ସକାରାତ୍ମକତାରେ ଭରିଦିଏ । ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରି ଆମେ ଗର୍ବ ଅନୁଭବ କରୁଛୁ । କମ୍ପାନୀର କର୍ମଚାରୀମାନେ କିଭଳି ଯୋଗାଭ୍ୟାସକୁ ନିଜ ଦୈନନ୍ଦିନ ଜୀବନଚର୍ଯ୍ୟାରେ ସାମିଲ କରିବେ ସେନେଇ ସେମାନଙ୍କୁ ପ୍ରୋତ୍ସାହିତ କରୁଛୁ ।”

ଟିପିଏସ୍ଓଡିଏଲ୍ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରି ଭାରତର ଯୋଗାଭ୍ୟାସ ପରମ୍ପରାକୁ ନିଜ କର୍ମଚାରୀମାନଙ୍କ ମଧ୍ୟରେ ପ୍ରୋତ୍ସାହିତ କରିବା ସହ କର୍ମଚାରୀମାନଙ୍କର ସାମଗ୍ରିକ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ପ୍ରଦାନ କରିଛି ।

Share

Leave a Reply

Your email address will not be published. Required fields are marked *

fourteen − 9 =