Business

ଟିପିସିଓଡିଏଲ୍ ପକ୍ଷରୁ ବାଲିଯାତ୍ରା ୨୦୨୪ ପାଇଁ ଉନ୍ନତ ସୁରକ୍ଷା ବ୍ୟବସ୍ଥା ସହିତ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟେଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ କଟକରେ ହେବାକୁ ଥିବା ବାଲିଯାତ୍ରା ମହୋତ୍ସବରେ ସୁରକ୍ଷିତ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।
ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଐତିହ୍ୟକୁ ସମ୍ମାନ ଜଣାଇ ୨୦୨୪ ନଭେମ୍ବର ୧୫ରୁ ଆରମ୍ଭ ହେଉଛି ଏସିଆର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳା ବାଲିଯାତ୍ରା। ସାଂସ୍କୃତିକ ଓ ଐତିହାସିକ ପ୍ରଦର୍ଶନୀ, ହସ୍ତତନ୍ତ ପ୍ରଦର୍ଶନ ଏବଂ ସ୍ଥାନୀୟ ଖାଦ୍ୟ ସହିତ ଏହା ସବୁ ବୟସର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ସାଂସ୍କୃତିକ ଆକର୍ଷଣ ହୋଇରହିଛି।
ଟିପିସିଓଡିଏଲ୍ ପକ୍ଷରୁ ବାଲିଯାତ୍ରା ମେଳା ପଡ଼ିଆର ସମଗ୍ର ୧୩୦ ଏକର ଜମିକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ଷ୍ଟଲ୍ ମାଲିକଙ୍କ ପାଇଁ ପ୍ରାୟ ୧୦୦୦ ଅସ୍ଥାୟୀ ସଂଯୋଗ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷର ସରଳ ଓ ପ୍ରଭାବଶାଳୀ ଆବେଦନ ଓ ବିଦ୍ୟୁତ ସଂଯୋଗ ପ୍ରକ୍ରିୟାକୁ ସେମାନେ ଭୂୟଶୀ ପ୍ରଶଂସା କରିଛନ୍ତି।
ବାଲିଯାତ୍ରା ଉପର ଓ ତଳ ପଡ଼ିଆରେ ଭରସାଯୋଗ୍ୟ ଓ ସୁରକ୍ଷିତ ବିଜୁଳି ସୁନିଶ୍ଚିତ କରିବା ପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସବଷ୍ଟେସନଗୁଡ଼ିକୁ ସୁରକ୍ଷା ପ୍ରାଚୀର ଦ୍ୱାରା ଆବନ୍ଧ କରିବା, ଖୋଲା କଣ୍ଡକ୍ଟରଗୁଡ଼ିକୁ ଏଲଟି ଏବିରେ ରୂପାନ୍ତରିତ କରିବା, ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଇବା ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି।
ଟିପିସିଓଡିଏଲ୍ ପକ୍ଷରୁ ୧୦ଟି ଫ୍ୟୁଜ୍ କଲ୍ ସେଣ୍ଟର ସ୍ଥାପନ କରାଯାଇଛି। ସେଗୁଡ଼ିକ ଯେକୌଣସି ଅଭିଯୋଗ କିମ୍ବା ବୈଷୟିକ ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ ଥିବା ବେଳେ ମେଳା ପଡ଼ିଆରେ ସୁରୁଖୁରୁରେ ବିଦ୍ୟୁତ ପରିଚାଳନା ସୁନିଶ୍ଚିତ କରିବ।
ବାଲିଯାତ୍ରା ୨୦୨୪ ପାଇଁ ପ୍ରସ୍ତୁତି ସମ୍ପର୍କରେ ଟିପିସିଓଡିଏଲର ସିଇଓ ଅରଭିନ୍ଦ୍ ସିଂହ ସିଂହ କହିଛନ୍ତି ଯେ, ‘ବାଲିଯାତ୍ରା ଆରମ୍ଭ ହେଉଥିବା ବେଳେ ଏହି ପାର୍ବଣ ଋତୁକୁ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ଓ ଆନନ୍ଦଦାୟକ ଅନୁଭୂତିରେ ପରିଣତ କରିବା ପାଇଁ ଟିପିସିଓଡିଏଲ୍ ସମର୍ପିତ ରହିଛି। ଆମର ବ୍ୟାପକ ଯୋଜନା ଏବଂ ସୁଦୃଢ଼ ଭିତିଭୂମି ସହିତ ଆମେ ସୁନିଶ୍ଚିତ କରୁଛୁ ଯେ ମହୋତ୍ସବର ଶକ୍ତି ଆବଶ୍ୟକତାକୁ କିଭଳି ଦକ୍ଷତାର ସହ ଏବଂ ସୁରକ୍ଷିତ ଭାବରେ ପୂରଣ କରାଯାଇପାରିବ । ଟିପିସିଓଡିଏଲ୍ ସବୁବେଳେ ଆପଣମାନଙ୍କ ପାଇଁ ଓ ସର୍ବଦା ଆପଣମାନଙ୍କ ସହିତ ରହିଛି ।
ଏହି ପ୍ରୟାସ ମାଧ୍ୟମରେ ଟିପିସିଓଡିଏଲ୍ ଗୋଷ୍ଠୀ କଲ୍ୟାଣ ଏବଂ ନିରାପତ୍ତା ପ୍ରତି ନିଜର ସମର୍ପଣକୁ ଦୋହରାଇଛି।

Share

Leave a Reply

Your email address will not be published. Required fields are marked *

5 × 5 =