Business

ଟିସିଏସ୍ ପକ୍ଷରୁ ୨୦୨୫ ସାଇବର୍ ନିରାପତା ଆଉଟ୍‌ଲୁକ୍ ଉନ୍ମୋଚିତ; ସଂସ୍ଥାଙ୍କ ଲାଗି ଜେନ୍‌ଏଆଇ, କ୍ଲାଉଡ୍ ନିରାପତା ଓ ଜିରୋ ଟ୍ରଷ୍ଟ୍ ହେବ ପ୍ରମୁଖ ପ୍ରାଥମିକତା

ଭୁବନେଶ୍ୱର: ଅଗ୍ରଣୀ ଆଇଟି କମ୍ପାନି ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍ (ଟିସିଏସ୍‌) ପକ୍ଷରୁ ଟିସିଏସ୍ ବିଶେଷଜ୍ଞଙ୍କ ଦ୍ୱାରା ପ୍ରଯୁକ୍ତି ଧାରା ଓ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ପ୍ରସ୍ତୁତ କରାଯାଇଥିବା ୨୦୨୫ ସାଇବର୍ ନିରାପତା ଆଉଟଲୁକ୍ ଉନ୍ମୋଚନ କରାଯାଇଛି। ଆଗାମୀ ବର୍ଷରେ ବିପଦ ଦୃଶ୍ୟପଟରୁ ଦୂରେଇବା ଲାଗି ସଂସ୍ଥାଗୁଡ଼ିକ ଲାଗି ଜେନେରେଟିଭ୍ ଆର୍ଟିଫିସିଆଲ୍ ଇଂଟେଲିଜନ୍ସ (ଜେନ୍‌ଏଆଇ), କ୍ଲାଉଡ୍ ନିରାପତା ଓ ଯୋଗାଣ ଶୃଙ୍ଖଳ ଦୃଢ଼ତା ଗୁରୁତ୍ୱପୂର୍ଣ୍ଣ।
ଶିଳ୍ପର ପରବର୍ତୀ ପିଢ଼ିର ଅଭ୍ୟୁଦୟ ଜାରି ରହିବ ଯାହା ନୂଆ ଓ ଜଟିଳ ବିପଦ ସୃଷ୍ଟି କରିବ। ଟିସିଏସର ବିଶେଷଜ୍ଞ ଓ ଲିଡରମାନେ ସାତଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଚିହ୍ନଟ କରିଛନ୍ତି ଯାହା ସାଇବର ନିରାପତାକୁ ପ୍ରଭାବିତ କରିବ ଏବଂ ବର୍ଦ୍ଧିତ ସାଇବର ଆକ୍ରମଣ ଲାଗି ପ୍ରସ୍ତୁତ ରହିବା ପାଇଁ ନିରାପତାରେ ନିବେଶକୁ ଅଗ୍ରାଧିକାର ଦେବାର ସଂସ୍ଥାଗୁଡ଼ିକ ପାଇଁ ସହାୟକ ହେବ।
ଟିସିଏସ୍‌ର ସାଇବର୍ ସିକ୍ୟୁରିଟି ଗ୍ଲୋବାଲ୍ ହେଡ୍ ଗଣେଶ ସୁବ୍ରମଣ୍ୟମ ବୈକୁଣ୍ଠମ କହିଛନ୍ତି ଯେ, “ଭୂରାଜନୈତିକ ସଙ୍କଟରେ ପରିବର୍ତନ ଓ ନୂତନ ପ୍ରଯୁକ୍ତି ପାଇଁ ବିଶ୍ୱ ସାଇବର ନିରାପତା ଏବେ ଗୁରୁତ୍ୱପୂର୍ଣ୍ଣ ପରିବର୍ତନ ଦେଇ ଗତି କରୁଛି। ଜେନଏଆଇ ସଂସ୍ଥାଗୁଡ଼ିକର ଦକ୍ଷତା ବଢ଼ାଉଥିବା ବେଳେ ସାଇବର ଆକ୍ରମଣର ପ୍ରତିରୋଧ କରିବା ଲାଗି ସଂସ୍ଥାଗୁଡ଼ିକ ନିଜକୁ ପ୍ରସ୍ତୁତ କରିବା ଦରକାର। ଆଗରେ ରହିବା ଲାଗି ସଂସ୍ଥାଗୁଡ଼ିକ ପାଇଁ ଉନ୍ନତ ଓ ଜେଏନଆଇ ଶକ୍ତି ଥିବା ବିପଦ ଚିହ୍ନଟ ଓ ପ୍ରତିକ୍ରିୟା ବ୍ୟବସ୍ଥା ମହତ୍ୱପୂର୍ଣ୍ଣ। ନୂଆ ପ୍ରଯୁକ୍ତିର ଏହି ଯୁଗରେ ଏକ ଦୃଢ଼ ଓ ପ୍ରତିକ୍ରିୟଶାଳୀ ସାଇବର ଦୃଢ଼ତା ରଣନୀତି କେବଳ ଏକ ବିକଳ୍ପ ନୁହେଁ, ବରଂ ଅଭାବନୀୟ ସାଇବର୍ ଘଟଣାଗୁଡ଼ିକର ମୁକାବିଲା କରିବା ଓ ଆଗକୁ ବଢ଼ିବା ଲାଗି ଏକ ଆବଶ୍ୟକତାରେ ପରିଣତ ହୋଇଛି।’’
ଟିସିଏସ୍ ୨୦୨୫ ସାଇବର ନିରାପତା ଆଉଟ୍‌ଲୁକ୍ ଅନୁସାରେ ନୂଆ ସାଇବର ଆକ୍ରମଣଗୁଡ଼ିକୁ ସାମ୍ନା କରିବା ସହ ନିଜ ବ୍ୟବସାୟକୁ ସୁରକ୍ଷିତ ରଖିବା ଲାଗି ସଂସ୍ଥାଗୁଡ଼ିକ ଜେନ୍‌ଏଆଇ ବ୍ୟବହାର କରିବାକୁ ଚାହୁଛନ୍ତି। ୨୦୨୫ର ସାଇବର ନିରାପତା ଧାରାଗୁଡ଼ିକ ହେଉଛି ସାଇବର୍ ନିରାପତାରେ ଜେନ୍‌ଏଆଇର ବ୍ୟବହାର। ଡିପ୍‌ଫେକ୍‌, ଫିସିଂ, ଡାଟା ହରଫେର ଓ ନୂଆ ମାଲ୍‌ୱେର ଆଦିକୁ ବ୍ୟବହାର କରି ଆକ୍ରମଣ ହେବା ଆଶଙ୍କା ରହିଛି। ବିପଦର ମୁକାବିଲା କରିବା ଲାଗି କ୍ଲାଉଡ୍ ନିରାପତା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଫଳରେ କ୍ଲାଉଡ୍ କମ୍ପ୍ୟୁଟିଂର ଗ୍ରହଣୀୟତା ବଢ଼ିବ। ପରିଚାଳନା ସମନ୍ୱୟ ପାଇଁ ନମନୀୟ ଯୋଗାଣ ଶୃଙ୍ଖଳ ପ୍ରାସଙ୍ଗିକ ହୋଇରହିବ। ୨୦୨୫ର ବର୍ଦ୍ଧିତ ଆଇଓଟି ଡିଭାଇସ୍ ପାଇଁ ଦୃଢ଼ ଡିଜାଇନ ପରିଚାଳନା, ସୁରକ୍ଷିତ ଯୋଗାଯୋଗ ଚ୍ୟାନେଲ୍ ଆବଶ୍ୟକ ପଡ଼ିବ।
ଜିରୋ ଟ୍ରଷ୍ଟ ନିରାପତା ଲାଗି ସାଇବର୍ ନିରାପତା ମେସ୍ ଢ଼ାଂଚା ପଥ ପ୍ରଦର୍ଶନ ହେବ ଯେଉଁଥିରେ ନିୟମିତ ପ୍ରମାଣନ ଆବଶ୍ୟକ ହେବ ଯାହା ଫଳରେ ବିପଦ କମ୍ ହାଇପାରିବ। ୨୦୨୬ ସୁଦ୍ଧା ସବୁ ବଡ ସଂସ୍ଥା ଜିରୋ ଟ୍ର୍‌ଷ୍ଟ ପଦ୍ଧତିକୁ ଗ୍ରହଣ କରିବେ। ଏସ୍‌ଓସି ମାନ ଚିହ୍ନଟ ଓ ପ୍ରଶମନର ପରିଚାଳନା ଲାଗି “ଅଟୋମେସନ ପ୍ରଥମ’ ଦର୍ଶନକୁ ଗ୍ରହଣ କରିବେ।
ବିଶ୍ୱସ୍ତରର ସାଇବର୍ ନିରାପତାର ଅଗ୍ରଣୀ ସଂସ୍ଥା ଟିସିଏସ୍ ପକ୍ଷରୁ ବିପଦ ଚିହ୍ନଟ ଓ ପ୍ରଶମନ ଭଳି ବିଭିନ୍ନ ପ୍ରକାର ନିରାପତା ସେବା ପ୍ରଦାନ କରାଯାଉଛି। ବିଭିନ୍ନ ଶିଳ୍ପର ସ୍ୱତନ୍ତ୍ର ଆବଶ୍ୟକତାକୁ ନଜର ରଖି ସେଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। କମ୍ପାନିର ରୋଷ୍ଟର୍‌ରେ ୧୬,୦୦୦ରୁ ଅଧିକ ସାଇବର ନିରାପତା ପ୍ରଫେସନାଲ ରହିଛନ୍ତି ଓ ଏହା ସାରା ବିଶ୍ୱରେ ୬୦୦ରୁ ଅଧିକ କମ୍ପାନିର ଡିଜିଟାଲ ଦୁନିଆକୁ ସୁରକ୍ଷିତ କରି ସେମାନଙ୍କ ସୁରକ୍ଷାକୁ ବଢ଼ାଉଛି। ଟିସିଏସର ୧୫ରୁ ଅଧିକ ସାଇବର ଡେଲିଭରି ସେଂଟର ସାରା ବିଶ୍ୱରେ ରହିଛି।

Share

Leave a Reply

Your email address will not be published. Required fields are marked *

16 + seven =