Business

ମେକ୍ ଇନ୍ ଓଡ଼ିଶାକୁ ସଫଳ କରିବା ପାଇଁ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ପ୍ରତିଶୃତିବଦ୍ଧ

ଭୁବନେଶ୍ବର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ ଗୁଡିକ ଓଡ଼ିଶାର ଆର୍ଥିକ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ରାଜ୍ୟର ବିଦ୍ୟୁତ୍ ବଣ୍ଟନ କାର୍ଯ୍ୟକୁ ରୂପାନ୍ତରିତ କରିବା ପାଇଁ 7000 ରୁ ଅଧିକ ସ୍ଥାନୀୟ ଠିକାଦାର ଏବଂ ଯୋଗାଣକାରୀଙ୍କ ସହ କାର୍ଯ୍ୟ କରୁଛନ୍ତି।
ଏହି ଚୁକ୍ତିନାମାଗୁଡ଼ିକ ଓଡ଼ିଶାର ଦ୍ରୁତ ଶିଳ୍ପାୟନ, ସ୍ଥାନୀୟ ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ଏବଂ ରାଜ୍ୟବ୍ୟାପୀ ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ। ସେମାନେ ସେମାନଙ୍କ ସଂସ୍ଥାରେ ମଧ୍ୟ ଶହ ଶହ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି।
ଓଡ଼ିଶା ଡିସକମ୍ – ଟିପି ସେଣ୍ଟ୍ରାଲ୍, ଟିପି ସଦର୍ନ, ଟିପି ନର୍ଦନ ଏବଂ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ୭,୦୦୦ ସ୍ଥାନୀୟ ଭେଣ୍ଡର ଏବଂ ଯୋଗାଣକାରୀଙ୍କ ସହ ସହଯୋଗିତା ସ୍ଥାପନ କରି ଦୈନନ୍ଦିନ କାର୍ଯ୍ୟ ଏବଂ ସେବା ସୁନିଶ୍ଚିତ କରୁଛନ୍ତି। ଏହି ସହଯୋଗିତା ମଧ୍ୟରୁ ଅନେକ ଟାଟା ପାୱାରର ଉତ୍କର୍ଷ ଓଡ଼ିଶା ପ୍ରତି ଯୋଗଦାନକୁ ସିଧାସଳଖ ସମର୍ଥନ କରିବା ସହିତ, ସ୍ଥାନୀୟ ଭେଣ୍ଡର ମାନଙ୍କୁ ନିକଟବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ନିଯୁକ୍ତି ଦେବା ପାଇଁ ଉତ୍ସାହିତ କରୁଛି। ଏହି ସ୍ଥାନୀୟ ଭେଣ୍ଡର ମାନଙ୍କଠାରୁ ପ୍ରାପ୍ତ ସାମଗ୍ରୀ ମଧ୍ୟ ନିକଟରେ ହୋଇଥିବା ଦାନା ବାତ୍ୟା ସମୟରେ ଓଡ଼ିଶାର ବିଦ୍ୟୁତ ଭିର୍ତ୍ତିଭୂମି ସୁଦୃଢ଼ କରିବାରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥିଲା ।
ଘୂର୍ଣ୍ଣିଝଡ଼ ଦାନା ସମୟରେ ସ୍ଥାନୀୟ ଭେଣ୍ଡର ମାନଙ୍କଠାରୁ ପ୍ରାପ୍ତ ସାମଗ୍ରୀ ସମସ୍ତ ପ୍ରଭାବିତ ଅଞ୍ଚଳରେ ୪୮ ରୁ ୭୨ ଘଣ୍ଟାର ରେକର୍ଡ ସମୟ ମଧ୍ୟରେ ବିଦ୍ୟୁତ୍ ସଂଯୋଗ ପୁନରୁଦ୍ଧାର ହୋଇପାରିଥିଲା।
ଏହି ଭେଣ୍ଡରମାନେ ବିଦ୍ୟୁତ ଖୁଣ୍ଟ ନିର୍ମାଣ, ମିଟର ରିଡିଂ, ବିଲିଂ, ବିଲ ସଂଗ୍ରହ, ନେଟୱାର୍କ ରକ୍ଷଣାବେକ୍ଷଣ, କଲ୍ ସେଣ୍ଟର ପରିଚାଳନା ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।
ଏହି ପଦକ୍ଷେପ ରାଜ୍ୟ ସରକାରଙ୍କ ‘ମେକ୍ ଇନ୍ ଓଡ଼ିଶା’ ଲକ୍ଷ୍ୟ ସହିତ ସମନ୍ୱୟ ରକ୍ଷାକରି, ସ୍ଥାନୀୟ ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସହିତ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ସ୍ଥାନୀୟ ଅଞ୍ଚଳରୁ ସାମଗ୍ରୀ ସଂଗ୍ରହ କରି ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡିକ ସହିତ ସହଯୋଗିତାକୁ ପ୍ରୋତ୍ସାହିତ କରି, ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକ ସ୍ଥାନୀୟ ଅର୍ଥନୀତିକୁ ସମର୍ଥନ କରିବା ସହିତ ସେମାନେ ସେବା ଯୋଗାଉଥିବା ଅଞ୍ଚଳର ଦୀର୍ଘସ୍ଥାୟୀତ୍ୱ ଏବଂ ସମୃଦ୍ଧି ସୁନିଶ୍ଚିତ କରୁଛନ୍ତି।
ଦୃଢ଼ ବଣ୍ଟନ ନେଟୱାର୍କ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିଛି । ରାଜ୍ୟର ଗ୍ରାମାଞ୍ଚଳ ରେ ୨୧ ଘଣ୍ଟା ଏବଂ ସହରାଞ୍ଚଳରେ ୨୩ ଘଣ୍ଟାର ବିଦ୍ୟୁତ ଯୋଗାଣ ଯାହାକି ଜାତୀୟ ହାର ତୁଳନାରେ ଉନ୍ନତ ଏବଂ ଏହି ପଦକ୍ଷେପ ଯୋଗୁଁ ୧୦ ଲକ୍ଷରୁ ଅଧିକ ନୂତନ ସଂଯୋଗ ସମ୍ଭବ ହୋଇପାରିଛି, ଯେଉଁଥିରେ ଅନେକ ଶିଳ୍ପ କ୍ଷେତ୍ର ମଧ୍ୟ ଅନ୍ତର୍ଭୁକ୍ତ।

Share

Leave a Reply

Your email address will not be published. Required fields are marked *

16 + fourteen =