Business

ଟାଟା ନିଉ ଏଚ୍‌ଡିଏଫ୍‌ସି ବ୍ୟାଙ୍କ କାର୍ଡ ୨ ନିୟୁତ ମାଇଲଖୁଂଟ ଅତିକ୍ରମ

ଭୁବନେଶ୍ୱର: ଟାଟା ନିଉ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ଟାଟା ନିଉ ଏଚ୍‌ଡିଏଫ୍‌ସି ବ୍ୟାଙ୍କ କ୍ରେଡିଟ୍ କାର୍ଡ ୨ ନିୟୁତ ମାଇଲଖୁଂଟ ଅତିକ୍ରମ କରିଥିବା ଘୋଷଣା କରାଯାଇଛି। ଏଥି ସହିତ ଏହା ଭାରତର ପସନ୍ଦର ରିୱାର୍ଡ କ୍ରେଡିଟ୍ କାର୍ଡରେ ପରିଣତ ହୋଇଛି। ଏହା ସାରା ଦେଶରେ ଗ୍ରାହକଙ୍କୁ ମୂଲ୍ୟ ପ୍ରଦାନ ଓ ନିରବଚ୍ଛିନ୍ନ ରିୱାର୍ଡ ପ୍ରଦାନ କରିବାରେ କାର୍ଡର ସଫଳତାକୁ ଦର୍ଶାଉଛି।
୨୦୨୨ ଅଗଷ୍ଟରେ ଶୁଭାରମ୍ଭ ହେବା ପରଠାରୁ ଟାଟା ନିଉ ଏଚଡିଏଫ୍‌ସି ବ୍ୟାଙ୍କ କ୍ରେଡିଟ୍ କାର୍ଡକୁ ଗ୍ରାହକମାନେ ଏହାର ସରଳ ଓ ସ୍ୱଚ୍ଛ ରିୱାର୍ଡ ବ୍ୟବସ୍ଥା ପାଇଁ ବେଶ୍ ପସନ୍ଦ କରୁଛନ୍ତି। ନୂଆ କାର୍ଡ ଜାରିଆରେ ଉଲ୍ଲେଖନୀୟ ବଜାର ଭାଗ ସହିତ ଏହା ସାରା ଦେଶର ଗ୍ରାହକମାନଙ୍କ ବିଶ୍ୱାସ ଓ ଆସ୍ଥାକୁ ଦ୍ରୁତ ଗତିରେ ହାସଲ କରିଛି।
ଏହି କାର୍ଡ ନୂତନ କାର୍ଡ ଜାରିରେ ୧୩ ପ୍ରତିଶତ ବଜାର ଅଂଶ ହାସଲ କରିଛି, ଯାହା ଭାରତରେ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ମଧ୍ୟରେ ଅନ୍ୟତମ ସର୍ବାଧିକ। ଏହାର ୟୁପିଆଇ ସେବା ବେଶ୍ ସଫଳ ହୋଇଛି, ଯେଉଁଥିରେ ମାସିକ ୧୨ ନିୟୁତରୁ ଅଧିକ କାରବାର ହେଉଥିବା ବେଳେ ୮୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯାଉଛି। କାର୍ଡ ବ୍ୟବହାରକାରୀମାନେ ଗ୍ରୋସରି, ଇନ୍ଧନ, ୟୁଟିଲିଟି ଆଦିରେ ସର୍ବାଧିକ ପ୍ରାୟ ୩୦ ପ୍ରତିଶତ ଖର୍ଚ୍ଚ କରୁଛନ୍ତି। ନୂତନ ଭାବେ ବ୍ୟାଙ୍କରେ ଖାତା ଖୋଲୁଥିବା ଗ୍ରାହକମାନଙ୍କୁ ଏଫ୍‌ଡି ବଦଳରେ ନିଉ କାର୍ଡ ଜାରି କରାଯାଉଛି। ଛାତ୍ରଛାତ୍ରୀ, ଅବସରପ୍ରାପ୍ତ କର୍ମଚାରୀ, ଗୃହିଣୀ ଓ ସ୍ୱାବଲମ୍ବୀ ଭଳି ବିବିଧ ବର୍ଗର ଗ୍ରାହକ ଏହାକୁ ବ୍ୟବହାର କରୁଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ଗହଣା ଭଳି ଚଢ଼ା ଦାମ୍‌ର କାରବାରରେ ମଧ୍ୟ ଏହାକୁ ବ୍ୟବହାର କରାଯାଉଛି।
ଟାଟା ଡିଜିଟାଲ୍‌ର ଚିଫ୍ ବିଜନେସ୍ ଅଫିସର-ଫାଇନାନ୍ସିଆଲ୍ ସର୍ଭିସେସ୍ ଗୌରବ ହଜରତି କହିଛନ୍ତି ଯେ, “ଲାଭଗୁଡ଼ିକୁ ଗ୍ରାହକମାନଙ୍କ ପାଇଁ ଅଧିକ ରିୱାର୍ଡିଂ ଓ ସ୍ୱଚ୍ଛ କରି କ୍ରେଡିଟ୍ କାର୍ଡ ଅନୁଭୂତିରେ ବିପ୍ଳବ ଆଣିବା ପାଇଁ ଟାଟା ଡିଜିଟାଲ୍‌ରେ ଆମେ ସମର୍ପିତ ରହିଛୁ। ଟାଟା ନିଉ ଏଚଡିଏଫ୍‌ସି ବ୍ୟାଙ୍କ କ୍ରେଡିଟ୍ କାର୍ଡ ୨ ନିୟୁତ ମାଇଲଖୁଂଟ ଅତିକ୍ରମ କରିବା ନିଉ କାର୍ଡ ଉପରେ ଗ୍ରାହକଙ୍କ ଥିବା ବିଶ୍ୱାସର ଦୃଢ଼ ପ୍ରମାଣ। ନିଉ କାର୍ଡ ଅନୁଭୂତିକୁ ନିରନ୍ତର ଭାବେ ବଢ଼ାଇ ଆମର ବର୍ଦ୍ଧିତ ନିଉ କାର୍ଡ ଗ୍ରାହକମାନଙ୍କୁ ଆହୁରି ଅଧିକ ମୂଲ୍ୟ ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ।’’
ଏଚ୍‌ଡିଏଫ୍‌ସି ବ୍ୟାଙ୍କର କଂଟ୍ରି ମୁଖ୍ୟ-ପେମେଂଟ୍‌ସ, ଲାଏବିଲିଟି ପ୍ରଡକ୍ଟସ, କଂଜ୍ୟୁମର ଫାଇନାନ୍ସ ଆଣ୍ଡ୍ ମାର୍କେଟିଂ ପରାଗ ରାଓ କହିଛନ୍ତି ଯେ, “ଭାରତର ଅଗ୍ରଣୀ କାର୍ଡ ଜାରି କରୁଥିବା ସଂସ୍ଥା ଭାବରେ ପ୍ରତି ଗ୍ରାହକ ବର୍ଗଙ୍କୁ ଶ୍ରେଷ୍ଠ ମାନର ପେମେଂଟ୍ ସମାଧାନ ପ୍ରଦାନ କରି ସେମାନଙ୍କୁ ସୁହାଇବା ଭଳି ସୁବିଧା ପ୍ରଦାନ କରିବାକୁ ଆମେ ଉଦ୍ୟମ କରୁଛୁ। ଟାଟା ନିଉ ଏଚ୍‌ଡିଏଫ୍‌ସି ବ୍ୟାଙ୍କ କ୍ରେଡିଟ୍ କାର୍ଡ ଏହାର ଡିଜିଟାଲ୍ ପ୍ରଥମ ଦୃଷ୍ଟିକୋଣ ଏବଂ ଦୃଢ଼ ମୂଲ୍ୟ ସହିତ ଗ୍ରାହକଙ୍କ ଅନୁଭୂତିରେ ଉନ୍ନତି ଆଣିବା ଏବଂ ପ୍ରତି ଖର୍ଚ୍ଚକୁ ରିୱାର୍ଡିଂ ମୁହୂର୍ତରେ ପରିଣତ କରୁଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ।’’

Share

Leave a Reply

Your email address will not be published. Required fields are marked *

10 + ten =