Business

ଟାଟା ଡିଜିଟାଲ୍ ପକ୍ଷରୁ ଟାଟା ଏଆଇଏର ଜୀବନ ବୀମା ଉତ୍ପାଦ ଟାଟା ନିଉ ଆପ୍‌ରେ ଉପଲବ୍ଧ

ଭୁବନେଶ୍ୱର: ଟାଟା ଡିଜିଟାଲ୍ ପକ୍ଷରୁ ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସ ସହଯୋଗରେ ଟାଟା ନିଉଜ ଆପ୍‌ରେ ଏହାର ବ୍ୟାପକ ବୀମା ଉତ୍ପାଦର ଶୁଭାରମ୍ଭ କରିଛି। ଏହି ପଦକ୍ଷେପ ଟାଟା ନିଉଜକୁ ଗ୍ରାହକଙ୍କ ଆର୍ଥିକ ଆବଶ୍ୟକତା ପୂରଣ ଲାଗି ଏକକ ସ୍ଥଳରେ ପରିଣତ କରିଛି।
ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ଲାଗି ତିିନିଟି କ୍ଲିକ୍‌ରେ କିଣାକିଣି ପ୍ରକ୍ରିୟ୍ରାକୁ ସଂଗଠିତ କରାଯାଇଛି। ଗ୍ରାହକଙ୍କ ତଥ୍ୟ ଆଧାରରେ ପ୍ରାକ୍ ମଂଜୁର ଅଫର ତତ୍କାଳ ପ୍ରଦାନ କରିବ ଏବଂ କାଗଜପତ୍ର ଆବଶ୍ୟକତାକୁ ଦୂର କରିବ। ତେଣୁ କିଛି ସେକେଣ୍ଡ ଭିତରେ ଇ-ମେଲ୍ ଜରିଆରେ ପଲିସି କାଗଜପତ୍ର ପ୍ରଦାନ କରିବ ଯାହା ତ୍ୱରିତ ଓ ନିରବଚ୍ଛିନ୍ନ କିଣାକିଣି ଅନୁଭୂତି ପ୍ରଦାନ କରିବ। ଟାଟା ନିଉର ରିୱାର୍ଡ ବ୍ୟବସ୍ଥାରେ ଗ୍ରାହକମାନେ ନିଉ କଏନ୍ ଜିତିପାରିବେ ଯାହାକୁ ଟାଟାର ବିଭିନ୍ନ ସଂସ୍ଥାରେ ରିଡିମ୍ କରିହେବ ଏବଂ ଟାଟା ନିଉ ଏଚଡିଏଫସି କ୍ରେଡିଟ କାର୍ଡଧାରୀ ଅତିରିକ୍ତ ଲାଭ ପାଇପାରିବେ।
ଟାଟା ନିଉର ଡିଜିଟାଲ ଦକ୍ଷତାକୁ ବ୍ୟବହାର କରି ଗ୍ରାହକମାନେ ନିରବଚ୍ଛିନ୍ନ ଭାବେ ନିଜ ଆବଶ୍ୟକତା ଅନୁସାରେ ବୀମା ଉତ୍ପାଦ ହାସଲ କରିପାରିବେ। ଗ୍ରାହକମାନେ ମିଆଦୀ ଜୀବନ ବୀମା ସମାଧାନ, ସଂପତି ସୃଷ୍ଟି ଯୋଜନା ଓ ଫର୍ଚୁନ ଗ୍ୟାରେଂଟି ପେନ୍‌ସନ୍ ଯୋଜନା ଆଦି ହାସଲ କରିପାରିବେ।
ଟାଟା ଡିଜିଟାଲର ବୀମା ବିଭାଗର ମୁଖ୍ୟ ବ୍ୟବସାୟ ଅଧିକାରୀ ଅମରେଶ ଖେର କହିଛନ୍ତି ଯେ, “ଟାଟା ଏଆଇଏ ଲାଇଫ୍ ଇନସ୍ୟୁରାନ୍ସ ସହିତ ଆମର ସହଯୋଗିତା ଟାଟା ନିଉରେ ଆର୍ôଥକ ସେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ। ପ୍ରଥମ କିଛି ଦିନରେ ଆମେ ଯେଉଁ ଅବିଶ୍ୱସନୀୟ ପ୍ରତିକ୍ରିୟା ଦେଖିଛୁ ତାହା ସୁଲଭ ଏବଂ ଶୀର୍ଷ ସ୍ତରୀୟ ଜୀବନ ବୀମା ସମାଧାନର ଚାହିଦାର ପ୍ରମାଣ। ଆମେ ଆମର ଗ୍ରାହକମାନଙ୍କୁ ସେମାନଙ୍କ ସଂପତିକୁ ସୁରକ୍ଷିତ ରଖିବା ଏବଂ ସୁବିଧାଜନକ ଏବଂ ସୁରକ୍ଷିତ ଉପାୟରେ ସମ୍ପତି ନିର୍ମାଣ କରିବାକୁ ସଶକ୍ତ କରୁଛୁ। ଟାଟା ନିଉର ଉପଭୋକ୍ତା ଅନୁକୂଳ ପ୍ଲାଟଫର୍ମ ଏବଂ ଡିଜିଟାଲ ସାମର୍ଥ୍ୟ ଗ୍ରାହକଙ୍କ ନିକଟରେ ପହଂଚିବା ପାଇଁ ଉପଯୁକ୍ତ ଚ୍ୟାନେଲ ପ୍ରଦାନ କରୁଛି ଏବଂ ସେମାନଙ୍କୁ ସେମାନଙ୍କର ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ କରୁଥିବା ଉପଯୁକ୍ତ ସମାଧାନ ପ୍ରଦାନ କରୁଛି।”
ଟାଟା ଏଆଇଏର ବିକଳ୍ପ ଓ ଉଦୀୟମାନ ଚ୍ୟାନେଲର ସଭାପତି ତଥା ମୁଖ୍ୟ ବିତରଣ ଅଧିକାରୀ ଜିଲାନୀ ବାଶା କହିଛନ୍ତି ଯେ, “ଟାଟା ନ୍ୟୁରେ ଆମର ଉପଭୋକ୍ତା କେନ୍ଦ୍ରୀତ ସମାଧାନ ଉପଲବ୍ଧ ଥିବାରୁ ଆମେ ଆନନ୍ଦିତ । ଏହା ଦ୍ୱାରା ଆମେ ଆଜିର ଡିଜିଟାଲ୍ ଦେଶୀ ଉପଭୋକ୍ତାଙ୍କୁ ସେମାନଙ୍କ ପସନ୍ଦର ସପିଂ ପ୍ଲାଟଫର୍ମ ଟାଟା ନିଉ ଜରିଆରେ ସହଜରେ ଜୀବନ ବୀମା ଉପଲବ୍ଧ କରାଇବାରେ ସକ୍ଷମ ହୋଇପାରିବା। ଆମେ ଟାଟା ନିଉର ଉପଭୋକ୍ତାଙ୍କୁ ନୂତନ ଯୁଗର ଆର୍ôଥକ ସୁରକ୍ଷା ଏବଂ ସମ୍ପତିି ସଂଗ୍ରହ ସୁଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ଯାହା ଦ୍ୱାରା ସେମାନେ ଫିକର ମୁକ୍ତ ଜୀବନ ଯାପନ କରିବା ପାଇଁ ସଶକ୍ତ ହୋଇପାରିବେ।”

Share

Leave a Reply

Your email address will not be published. Required fields are marked *

13 + 18 =