Business

ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସର ଆପ୍ ଡାଉନ୍‌ଲୋଡ୍ ୧ ନିୟୁତ ମାଇଲଖୁଂଟ ଟପିଲା

ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ଜୀବନ ବୀମା କମ୍ପାନି ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଘୋଷଣା କରାଯାଇଛି, ଯେ ଏହାର ଗ୍ରାହକମାନଙ୍କ ଦ୍ୱାରା ଆପ୍ ଡାଉନ୍‌ଲୋଡ୍ ୧ ନିୟୁତରୁ ଅଧିକ ହୋଇଛି। ଏହା ଟାଟା ଏଆଇଏ ଗ୍ରାହକମାନଙ୍କ ଡିଜିଟାଲ୍ ସମାଧାନ ଉପରେ ବିଶ୍ୱାସ ଓ ନିର୍ଭରଶୀଳତାକୁ ପ୍ରଦର୍ଶିତ କରୁଛି ଯେଉଁଥିରେ ମୋବାଇଲ୍ ଆପ୍‌, ଗ୍ରାହକ ପୋର୍ଟାଲ୍ ଓ ହ୍ୱାଟସ୍‌ଆପ୍ ରହିଛି। କମ୍ପାନି ସହିତ ଜୀବନ ବୀମା ଯାତ୍ରାକୁ ସହଜ ଓ ନିରବଚ୍ଛିନ୍ନ ଭାବେ ପରିଚାଳନା କରିବାରେ ଏହା ଟାଟା ଏଆଇଏ ଗ୍ରାହକମାନଙ୍କୁ ସଶକ୍ତ କରୁଛି।
ଏହି ଆଧୁନିକ ଆପ୍ ଜରିଆରେ ଗ୍ରାହକମାନେ ନିଜ ବୀମା ପଲିସିକୁ ଯେକୌଣସି ସମୟରେ ପରିଚାଳନା କରିପାରୁଛନ୍ତି। ସବୁ କିଛି ହାତପାଆନ୍ତାରେ ମିଳୁଥିବାରୁ ସେମାନଙ୍କୁ ଶାଖା ପରିଦର୍ଶନ କରିବାକୁ କିମ୍ବା ପଲିସି କାଗଜପତ୍ର ପ୍ରିଂଟ୍ କରିବାକୁ ପଡ଼ୁନାହିଁ। ଏହି ଆପ୍‌ରେ ୬୦ ପ୍ରକାର ସେବା ଚବିଶ ଘଂଟା ମିଳୁଛି ଯେଉଁଥିରେ ସାମିଲ ରହିଛି ପ୍ରିମିୟମ୍ ପ୍ରଦାନ, ଆବେଦନର ଟ୍ରାକିଂ, ପୋର୍ଟଫୋଲିଓ ଅପ୍‌ଡେଟ୍‌, ବୀମା ରାଶି, ଫଣ୍ଡ ମୂଲ୍ୟ, ଏନଏଭି ବିବରଣୀ ଇତ୍ୟାଦି। ଇନଷ୍ଟାଂଟ ଲୋନ୍ ଭଳି ଶିଳ୍ପର ପ୍ରଥମ ସୁବିଧା ଏଥିରେ ରହିଛି। ଗ୍ରାହକ ସେବା ତତ୍କାଳ ପୂରଣ କରିବା ଭଳି ସୁବିଧା ମଧ୍ୟ ଏଥିରେ ରହିଛି।
ଏହି ସମସ୍ତ ସୁବିଧାଗୁଡ଼ିକ ବ୍ୟତୀତ ଆପ୍ ପକ୍ଷରୁ ୧୨ ସ୍ୱାସ୍ଥ୍ୟ ଓ ୱେଲନେସ୍ ସେବା ପ୍ରଦାନ କରାଯାଉଛି ଯାହା ବ୍ୟବହାରକାରୀଙ୍କ ସାମଗ୍ରିକ କଲ୍ୟାଣକୁ ପ୍ରୋତ୍ସାହିତ କରୁଛି। ବର୍ହିରୋଗ ପରାମର୍ଶ, ନିଦାନ, ଭର୍ଚୁଆଲ ଓ ଅନଲାଇନ୍ ପରାମର୍ଶ, ଜରୁରୀକାଳୀନ ସେବା, ମାନସିକ କଲ୍ୟାଣ, ପୁଷ୍ଟି ପରିଚାଳନା ଭଳି ସୁବିଧା ଏଥିରେ ରହିଛି।
ଏଆଇଏର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ମୁଖ୍ୟ ପ୍ରଯୁକ୍ତି ବିଦ୍ୟା ଅଧିକାରୀ ସୌମ୍ୟ ଘୋଷ କହିଛନ୍ତି ଯେ,“ଆମର ଡିଜିଟାଲ ଅଫରକୁ କ୍ରମାଗତ ଭାବରେ ଉଦ୍ଭାବନ ଏବଂ ବିସ୍ତାର କରି ଗ୍ରାହକଙ୍କ ଅଭିଜ୍ଞତା ବୃଦ୍ଧି କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ୧ ନିୟୁତରୁ ଅଧିକ ଆପ୍ ଡାଉନଲୋଡ୍‌ରେ ପହଂଚିବା କେବଳ ଏକ ସଂଖ୍ୟା ନୁହେଁ; ଏହା ଆମର ଗ୍ରାହକମାନଙ୍କର ବିକଶିତ ଆବଶ୍ୟକତାକୁ ପୂରଣ କରୁଥିବା ସର୍ବୋତମ ସେବା ପ୍ରଦାନ କରିବାକୁ ଆମର ସମର୍ପଣକୁ ସୂଚିତ କରୁଛି।”
ଟାଟା ଏଆଇଏ ଏହାର ଷ୍ଟ୍ରେଟ୍ ଥ୍ରୁ ପ୍ରୋସେସିଂ (ଏସଟିପି) ବ୍ୟବସ୍ଥା ଜରିଆରେ ଏହାର ତତ୍କାଳ ଜାରି କରିବା ପ୍ରକ୍ରିୟାରେ ଉନ୍ନତି ଆଣିପାରିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୯୭ ପ୍ରତିଶତ ଏସଟିପି ଅନୁପାତ ସହ ଏହା ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ଡିଜିଟାଲ୍ ସେବା ପ୍ରଦାନ କରିଛି।
ଏହାର ଆପ୍‌ରେ ୟୁପିଆଇ ପେମେଂଟ୍ ଓ କାର୍ଡ ଭେରିଫିକେସନ ଭାଲ୍ୟୁ (ସିଭିଭି) ବିନା ପେମେଂଟ୍ କରିବା ସୁବିଧା ରହିଛି। ଚଳିତ ଆର୍ଥିକ ବର୍ଷରେ ଏହାର ଡିଜିଟାଲ୍ ପ୍ଲାଟଫର୍ମରେ କୌଣସି ବିଭ୍ରାଟ ଘଟିନାହିଁ: ଏବଂ୧୦୦% ଅପଟାଇମ୍ ହାସଲ କରିଛି। ଗତ ୧୨ ମାସରେ ଏହାର ମାସିକ ସକ୍ରିୟ ଗ୍ରାହକରେ ଦୁଇ ଗୁଣା ବୃଦ୍ଧି ଘଟିଛି ଏବଂ ଦୈନିକ ଓ ମାସିକ ସକ୍ରିୟ ଗ୍ରାହକ ସଂପୃକ୍ତି ହାର ୧୧ ପ୍ରତିଶତ ରହିଛି। ଏହାର ଡିଜିଟାଲ୍ କାରବାରରେ ପାଂଚ ଗୁଣା ବୃଦ୍ଧି ଘଟିଛି।

Share

Leave a Reply

Your email address will not be published. Required fields are marked *

four × two =