Business

ଟାଟା ଏଆଇଏ ପକ୍ଷରୁ ୧୪୬୫ କୋଟି ଟଙ୍କାର ସର୍ବକାଳୀନ ସର୍ବାଧିକ ବୋନସ୍ ପ୍ରଦାନ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଜୀବନ ବୀମା କମ୍ପାନି ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସ କମ୍ପାନି ଲିମିଟେଡ୍ ପକ୍ଷରୁ ଅଂଶଗ୍ରହଣକାରୀ ପଲିସିଧାରକଙ୍କ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୧୪୬୫ କୋଟି ଟଙ୍କାର ବୋନସ୍ ପ୍ରଦାନ କରାଯାଇଛି । ଏହା ହେଉଛି କମ୍ପାନି ପକ୍ଷରୁ ଘୋଷଣା କରାଯାଇଥିବା ସର୍ବକାଳୀନ ସର୍ବାଧିକ ବୋନସ୍ । ୨୦୨୨-୨୩ ଆର୍ଥିକ ବର୍ଷରେ ଦିଆଯାଇଥିବା ୧୧୮୩ କୋଟି ଟଙ୍କା ବୋନସ୍ ତୁଳନାରେ ଏହା ୨୪% ଅଧିକ ।
ଟାଟା ଏଆଇଏର ଦୃଢ଼ ନିବେଶ ପରିଚାଳନା ଦକ୍ଷତା ଓ ଦୃଢ଼ ବିପଦ ପରିଚାଳନା ଅଭ୍ୟାସ ପାଇଁ ଏହା ନିରନ୍ତର ଭାବେ ଅଂଶଗ୍ରହଣକାରୀ ପଲିସିଧାରକଙ୍କୁ ଅଧିକ ବୋନସ୍ ପ୍ରଦାନ କରୁଛି । ସେଥିପାଇଁ କମ୍ପାନି ଗ୍ରାହକଙ୍କ ବିଶ୍ୱାସ ଜିତିଥିବା ବେଳେ ସେମାନେ ନିଜ ପଲିସିକୁ କମ୍ପାନି ସହ ନବୀକରଣ କରାଉଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ଟାଟା ଏଆଇଏ ଶିଳ୍ପର ଅଗ୍ରଣୀ ପରସିଷ୍ଟେନ୍‌ସି ପ୍ରଦର୍ଶନ ବଜାୟ ରଖିଛି
ଟାଟା ଏଆଇଏର କାର୍ଯ୍ୟନିର୍ବାହୀ ଉପସଭାପତି ଓ ନିଯୁକ୍ତ ଆକ୍‌ଚୁଆରି କ୍ଷୀତିଜ୍ ଶର୍ମା କହିଛନ୍ତି ଯେ, “ଆମ ଅଂଶଗ୍ରହଣକାରୀ ପଲିସିରେ ଆଉ ଏକ ବର୍ଷର ଉଲ୍ଲେଖନୀୟ ବୋନସ ପ୍ରଦାନ କରୁଥିବାରୁ ଆମେ ବେଶ୍ ଉଲ୍ଲସିତ । ଟାଟା ଏଆଇଏର ରେକର୍ଡ ବୋନସ୍ ଘୋଷଣା ବିଶ୍ୱାସ ପାଇଁ ପଲିସିଧାରକଙ୍କୁ ରିୱାର୍ଡ ପ୍ରଦାନ କରିବାର ପ୍ରତିବଦ୍ଧତାକୁ ଦର୍ଶାଉଛି । ଆମ ପଲିସିଧାରକଙ୍କୁ ଉତ୍କୃଷ୍ଟ ରିଟର୍ଣ୍ଣ ପ୍ରଦାନ କରିବା ଲାଗି ଆମ ନିରନ୍ତର ଉଦ୍ୟମ ଗ୍ରାହକମାନଙ୍କୁ ଚିନ୍ତାମୁକ୍ତ ଜୀବନ ବଂଚିବା ଏବଂ ନିଜ ପ୍ରିୟଜନଙ୍କ ଅଭିଳାଷକୁ ପୂରଣ କରିବାରେ ସକ୍ଷମ କରୁଛି ।’’
ଟାଟା ଏଆଇଏ ପକ୍ଷରୁ ବ୍ୟାପକ ପାର୍ଟିସିପେଟିଂ (ଅଂଶଗ୍ରହଣକାରୀ) ଉତ୍ପାଦ ପଦାନ କରାଯାଉଛି ଯାହା ଗ୍ରାହକମାନଙ୍କୁ ସଂପତି ସଂଗ୍ରହ କରିବା କିମ୍ବା ଆୟ କରି ନିଜ ପରିବାର ଓ ସେମାନଙ୍କ ଅଭିଳାଷକୁ ସୁରକ୍ଷିତ ରଖିବାରେ ସହାୟକ ହେଉଛି । ଏହି ଉତ୍ପାଦ ବୀମା ସୁରକ୍ଷା, ଆୟ ଓ ବୋନସ୍ ଜରିଆରେ ଏକକାଳୀନ ରାଶି ପ୍ରଦାନ କରୁଛି । ଗ୍ରାହକମାନେ ବଜାର ନିବେଶ ସହ ଜଡ଼ିତ ବିପଦ ଗ୍ରହଣ ନକରି ଏହି ସମାଧାନଗୁଡ଼ିକ ଜରିଆରେ ନିଜ ନିବେଶକୁ ବଢ଼ାଇପାରିବେ ।
ସେଭଳି ଏକ ଉତ୍ପାଦ ହେଉଛି ଟାଟା ଏଆଇଏ ସ୍ମାର୍ଟ ଭାଲ୍ୟୁ ଇନକମ୍ ପ୍ଲାନ୍ ଯାହା ପଲିସିଧାରକମାନଙ୍କୁ ବୀମା ସୁରକ୍ଷା ସହିତ ପଲିସି କିଣିବାର ଏକ ସପ୍ତାହ ପରଠାରୁ ନଗଦ ବୋନସ୍ ହାସଲ କରିବାର ବିକଳ୍ପ ପ୍ରଦାନ କରୁଛି । ପଲିସିଧାରକମାନେ ସବ୍ ୱାଲେଟ୍ ବିକଳ୍ପ ଚୟନ କରିପାରିବେ ଯେଉଁଠାରେ ସେମାନେ ପାଇଥିବା ବୋନସ୍ ଜରିଖାପରିବେ ଏବଂ ସେଥିରୁ ସୁଧ ଆୟ କରିପାରିବେ । ଏହି ବିକଳ୍ପରେ ୧୦୦ ବର୍ଷ ପର୍ଯ୍ୟନ୍ତ ଆୟ ହାସଲ କରିବା ବିକଳ୍ପ ରହିଛି ।
ଟାଟା ଏଆଇଏର ନିବେଶ ନୀତି ପଲିସିଧାରକଙ୍କ ପାଇଁ ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଏଥିରେ ଉତ୍କୃଷ୍ଟ, ନିରନ୍ତର ଓ ବିପଦ ମୁକାବିଲାଭିତିକ ଦୀର୍ଘମିଆଦୀ ରିଟର୍ଣ୍ଣ ଉପରେ ଗୁରୁତ୍ୱାରୋପ କରାଯାଉଛି । କମ୍ପାନି ଗ୍ରାହକଙ୍କୁ ନିରନ୍ତର ମୂଲ୍ୟ ପ୍ରଦାନ କରିବା ଲାଗି ଦୀର୍ଘମିଆଦୀ ଦୃଷ୍ଟିକୋଣ ନେଇ ଗବେଷଣା ଫ୍ରେମୱାର୍କ ଗଠନ କରିଛି । ୩ ବର୍ଷରୁ କମ୍ ସମୟ ଭିତରେ ଏହା ପରିଚାଳନା ଅଧୀନ ସଂପତିକୁ ଦ୍ୱିଗୁଣିତ କରି ୧ ଲକ୍ଷ ଟଙ୍କା କରୁଛି । ଏହାର ୯୧% ଏୟୁଏମ୍‌କୁ ପାଂଚ ବର୍ଷିଆ ଭିତିରେ ୪ ତାରକା କିମ୍ବା ୫ ତାରକା ରେଟିଂ ମିଳିଛି ।

Share

Leave a Reply

Your email address will not be published. Required fields are marked *

three − two =