Business

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ହର୍ନିମାନ୍ ସର୍କଲ୍ ଶାଖାର ଶତବାର୍ଷିକୀ ପାଳନ

ଭୁବନେଶ୍ୱର: ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁମ୍ବାଇସ୍ଥିତ ହର୍ନିମାନ୍ ସର୍କଲ୍ ଶାଖାର ଶତବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ମାନ୍ୟବର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏକ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି। ଏଥି ସହିତ ସେ “ଦି ଇଭଲ୍ୟୁସନ୍ ଅଫ୍ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ”ର ପଂଚମ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି ଯେଉଁଥିରେ ବ୍ୟାଙ୍କର ୧୯୮୧ରୁ ୧୯୯୬ ପର୍ଯ୍ୟନ୍ତର ଯାତ୍ରାର ଦସ୍ତାବିଜ ରହିଛି। ଏହି ଅବସରରେ ଆର୍ଥିକ ସେବା ବିଭାଗର ସଚିବ ଶ୍ରୀ ଏମ ନାଗରାଜୁ ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।
ଐତିହ୍ୟ ହର୍ନିମାନ୍ ସର୍କଲ୍ ଶାଖାକୁ ୧୮୬୩ ମସିହାରେ ତତ୍କାଳୀନ ବ୍ୟାଙ୍କ ଅଫ୍ ବମ୍ବେ ପକ୍ଷରୁ ଖୋଲାଯାଇଥିଲା। ଏହାର ଢାଂଚାକୁ ଗ୍ରେଡ୍ ୨ ଐତିହ୍ୟ ମାନ୍ୟତା ପ୍ରଦାନ କରାଯାଇଥିବା ବେଳେ ଏହା ହେଉଛି ଭାରତୀୟ ବ୍ୟାଙ୍କ ଇତିହାସର ମୁଳଦୁଆ ଭାବେ ଦଣ୍ଡାୟମାନ ହୋଇଛି।
ଭାରତର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ, “ଏସବିଆଇର ଉଲ୍ଲେଖନୀୟ ଯାତ୍ରା, ଏହାର ଆଇକନିକ ଶାଖାର ଶତବାର୍ଷିକୀ ଉତ୍ସବରେ ପରିଣତ ହୋଇଛି ଯାହା ଅଭିବୃଦ୍ଧି ଏବଂ ସେବାର ଏକ ଅସାଧାରଣ ପରମ୍ପରାକୁ ପ୍ରତିଫଳିତ କରୁଛି । ୧୯୨୦ ମସିହାରେ ମିଶ୍ରଣ ସମୟରେ ୧୦୦ଟି ଶାଖା ଥିବା ବେଳେ ୨୦୨୫ ଆର୍ôଥକ ବର୍ଷରେ ଆଉ ୫୦୦ଟି ଶାଖା ଯୋଡ଼ିବାର ଯୋଜନା ଥିବା ଏସବିଆଇ ଆଜି ୨୨,୬୪୦ରୁ ଅଧିକ ଶାଖାକୁ ବୃଦ୍ଧି କରିଛି। ବ୍ୟାଙ୍କର ୬୩,୦୦୦ରୁ ଅଧିକ ଏଟିଏମ୍ ରହିଛି, ୮୦,୩୦୦ ବ୍ୟାଙ୍କିଙ୍ଗ୍ ପ୍ରତିନିଧିଙ୍କୁ ନିୟୋଜିତ କରିଛି ଏବଂ ୫୦ କୋଟିରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି। ଏହାର ୧୩୨ ନିୟୁତ ଏବଂ ୨୮୭ ନିୟୁତ ଇଂଟରନେଟ୍ ବ୍ୟାଙ୍କିଙ୍ଗ୍‌,ୟୋନୋ, ୟୋନା ଲାଇଟ୍ ଆପ୍ ଗ୍ରାହକ ରହିଛନ୍ତି। ଡେବିଟ୍ କାର୍ଡ ଖର୍ଚ୍ଚରେ ଏସବିଆଇର ଅଂଶ ୨୫%, ମୋବାଇଲ ୍ ବ୍ୟାଙ୍କିଙ୍ଗ୍ କାରବାରରେ ୨୨% ଏବଂ ଏଟିଏମ୍‌ରେ ୨୯% ରହିଛି। ଏସବିଆଇର ଅବଦାନ ପରିସଂଖ୍ୟାନଠାରୁ ବହୁ ଦୂରରେ ରହିଛି- ଏହା ଅତ୍ୟାଧୁନିକ ଡିଜିଟାଲ ଜ୍ଞାନକୌଶଳ ବ୍ୟବହାର କରି ଏବଂ ଆର୍ôଥକ ଅନ୍ତର୍ଭୁକ୍ତୀକରଣକୁ ସୁନିଶ୍ଚିତ କରି ଭାରତର ବ୍ୟାଙ୍କିଙ୍ଗ୍ ଦୃଶ୍ୟପଟକୁ ପରିବର୍ତନ କରିଛି। ଆଧୁନିକତା ସହ ପରମ୍ପରାକୁ ଯୋଡ଼ିବାର ଯାତ୍ରା ଐତିହ୍ୟ ଶାଖାଗୁଡ଼ିକର ସଂରକ୍ଷଣରେ ପ୍ରତିଫଳିତ ହେଉଥିବା ବେଳେ ୟୋନୋ ଭଳି ଏହାର ପ୍ରମୁଖ ଡିଜିଟାଲ ପ୍ଲାଟଫର୍ମ ବିଶ୍ୱସ୍ତରରେ ଭାରତର ଫିନଟେକ୍ ଦକ୍ଷତାକୁ ପ୍ରଦର୍ଶିତ କରୁଛି। ଜନଧନ ଯୋଜନା, ପିଏମ ସୁରକ୍ଷା ଯୋଜନା ଏବଂ ଅଟଳ ପେନସନ ଯୋଜନା ଭଳି ପଦକ୍ଷେପରେ ଏସବିଆଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଶର ଦୁର୍ଗମ କୋଣଅନୁକୋଣରେ ମଧ୍ୟ ନାଗରିକଙ୍କ ପାଖରେ ବ୍ୟାଙ୍କ ସେବା ପହଂଚାଇବାରେ ଏହାର ସଫଳତାକୁ ଦର୍ଶାଉଛି।”
ଏସବିଆଇର ଅଧ୍ୟକ୍ଷ ଶ୍ରୀ ସି.ଏସ୍ ସେଟ୍ଟି କହିଛନ୍ତି ଯେ, “ଏସବିଆଇ ଏହାର ଗୌରବମୟ ପରମ୍ପରାକୁ ପ୍ରତିଫଳିତ କରୁଥିବା ବେଳେ ଆମେ ଭାରତର ଆର୍ôଥକ ଅଭିବୃଦ୍ଧିର ଏକ ମୂଳଦୁଆ ହୋଇ ଗର୍ବ ଅନୁଭବ କରୁଛୁ, ଅର୍ଥନୈତିକ ପ୍ରଗତିକୁ ପ୍ରୋତ୍ସାହିତ କରୁଛୁ ଏବଂ ଏହି ଶିଳ୍ପକୁ ପୁନଃପରିକଳ୍ପିତ କରିଥିବା ପରିବର୍ତନଶୀଳ ବ୍ୟାଙ୍କିଙ୍ଗ୍ ଉଦ୍ଭାବନର ଅଗ୍ରଣୀ ରହିଛୁ। ଏସବିଆଇ ଏକ ନୂତନ ଯୁଗ ଆରମ୍ଭ କରୁଥିବା ବେଳେ ଏହି ମାଇଲଖୁଂଟ ଆମର ସ୍ଥାୟୀ ପରମ୍ପରାର ପ୍ରମାଣ ଏବଂ ପ୍ରତ୍ୟେକ ଭାରତୀୟଙ୍କ ବିବିଧ ଆର୍ôଥକ ଆବଶ୍ୟକତା ପୂରଣ କରିବା ପାଇଁ ଆମର ଅତୁଟ ସମର୍ପଣକୁ ସୁଦୃଢ଼ କରୁଛ ଯାହା ଆମକୁ ପ୍ରକୃତରେ “ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବ୍ୟାଙ୍କ’ର୍ ରେ ପରିଣତ କରିଛି।”

Share

Leave a Reply

Your email address will not be published. Required fields are marked *

16 − sixteen =