Business

ସମ୍ଭବ ଷ୍ଟିଲ୍ ଟ୍ୟୁବ୍ସ ଲିମିଟେଡ୍ ପକ୍ଷରୁ ୫୪୦ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ


ଭୁବନେଶ୍ୱର: ବିଦ୍ୟୁତ ସହନଶୀଳ ୱେଲଡେଡ ଷ୍ଟିଲ ପାଇପ ଷ୍ଟ୍ରକଚରାଲ ଟ୍ୟୁବର ଏକ ପ୍ରମୁଖ ନିର୍ମାତା ସମ୍ଭବ ଷ୍ଟିଲ ଟ୍ୟୁବସ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୁତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି।
କମ୍ପାନି ଇନିସିଆଲ ପବ୍ଲିକ ଅଫର ଜରିଆରେ ୫୪୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି। କମ୍ପାନି ପକ୍ଷରୁ ୪୪୦ କୋଟି ଟଙ୍କାର ନୂଆ ସେୟାର ଜାରି କରାଯିବ ଏବଂ ଅଫର ଫର ସେଲରେ ନିବେଶକମାନେ ୧୦୦ କୋଟି ଟଙ୍କାର ସେୟାର ବିକ୍ରି କରିବେ।
କମ୍ପାନି ସେୟାରକୁ ବମ୍ବେ ଷ୍ଟକ୍ ଏକ୍ସଚେଂଜ୍ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି।
ଏହି ଇସ୍ୟୁର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ନୁଭାମା ୱେଲଥ ମ୍ୟାନେଜମେଂଟ ଲିମିଟେଡ ଓ ମୋତିଲାଲ ଓସ୍ୱାଲ ଇନଭେଷ୍ଟମେଂଟ ଆଡଭାଇଜର୍ସ ଲିମିଟେଡ।

Share

Leave a Reply

Your email address will not be published. Required fields are marked *

six + 15 =