Business

ସାଇ ଲାଇଫ୍ ସାଇନ୍‌ସେସ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ସାଇ ଲାଇଫ୍ ସାଇନ୍‌ସେସ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି । ଔଷଧ ସନ୍ଧାନଠାରୁ ଆରମ୍ଭ କରି ବିକାଶ ଏବଂ ଛୋଟ ନୂଆ ରସାୟନ କମ୍ପାନିଗୁଡ଼ିକଠାରୁ ଆରମ୍ଭ କରି ବିଶ୍ୱସ୍ତରୀୟ ଔଷଧ କମ୍ପାନି ଓ ବାୟୋଟେକ୍‌ନୋଲୋଜି ସଂସ୍ଥାଙ୍କ ଲାଗି ମାନୁଫାକ୍‌ଚରିଂ ମୂଲ୍ୟ ଶୃଙ୍ଖଳା ପର୍ଯ୍ୟନ୍ତ କମ୍ପାନି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେବା ପ୍ରଦାନ କରୁଛି ।
କମ୍ପାନି ଏହାର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ ଇକ୍ୱିଟି ସେୟାର ଜାରି କରି ପାଣ୍ଠି ସଂଗ୍ରହ କରିବାକୁ ଯୋଜନା ରଖିଛି । ଏହି ଅଫରରେ ୮୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଅଫର ଫର ୍ ସେଲ୍‌ରେ ୬୧,୫୭୩,୧୨୦ ଇକ୍ୱିଟି ସେୟାର ବିକ୍ରି କରାଯିବ ।
ଆଇପିଓରୁ ସଂଗୃହୀତ ରାଶିକୁ ସାଇ ଲାଇଫ୍ ସାଇନ୍‌ସେସ୍ ପକ୍ଷରୁ ୧) କମ୍ପାନି ହାସଲ କରିଥିବା ଋଣକୁ ଆଂଶିକ କିମ୍ବା ପୂର୍ଣ୍ଣ ପରିଶୋଧ ପାଇଁ ୬୦୦ କୋଟି ଟଙ୍କା ଏବଂ ୨) ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବାକୁ ଯୋଜନା ରଖିଛି ।
ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍‌ରେ ପ୍ରଦାନ କରାଯାଇଥିବା ଇକ୍ୱିଟି ସେୟାରକୁ କମ୍ପାନି ବିଏସ୍‌ଇ ଲିମିଟେଡ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍ (ଏନ୍‌ଏସ୍‌ଇ)ରେ ତାଲିକାଭୁକ୍ତ କରିବାକୁ ପ୍ରସ୍ତାବ ରଖିଛି ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି କୋଟାକ୍ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନି ଲିମିଟେଡ, ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍‌, ଜେଫେରିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଓ ମର୍ଗାନ ଷ୍ଟାନ୍‌ଲି ଇଣ୍ଡିଆ କମ୍ପାନି ପ୍ରାଇଭେଟ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

twenty + eight =