Business

ପରମେସୁ ବାୟୋଟେକ୍ ପକ୍ଷରୁ ସେବି ନିକଟରେ ୬୦୦ କୋଟି ଟଙ୍କାର ଆଇପିଓ ଦାଖଲ

ଭୁବନେଶ୍ୱର: ପରମେସୁ ବାୟୋଟେକ୍ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। ପରମେସୁ ବାୟୋଟେକ୍ ହେଉଛି ଭାରତର ମକାଭିତିକ ଉତ୍ପାଦ ନିର୍ମାଣର ସର୍ବବୃହତ ସଂସ୍ଥା। ଏହା ମକା ଗୁଣ୍ଡ, ମୋଡିଫାଏଡ ମକା ଗୁଣ୍ଡ, ଲକ୍ୱିଡ୍ ଗ୍ଲୁକୋଜ, ମଲଟାଡେକ୍ଟ୍ରିନ ପାଉଡର, ଜର୍ମସ୍‌, ଗ୍ଲୁଟେନ୍‌, ଫାଇବର, କର୍ଣ୍ଣ ଷ୍ଟିପ୍ ଲିକର୍ ଓ ଅନ୍ୟାନ୍ୟ ଫାଇବର୍ ଆଦି ଉତ୍ପାଦନ କରୁଛି।
ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ କମ୍ପାନି ୬୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ହାସଲ କରିବାକୁ ଯୋଜନା ରଖିଛି। ଏହି ଅଫରରେ ୫୨୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଓ ଅଫର ଫର ସେଲ୍‌ରେ ନିବେଶକମାନେ ୮୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ।
ଏହା ଜରିଆରେ ସଂଗୃହୀତ ହେବାକୁ ଥିବା ପାଣ୍ଠିକୁ କମ୍ପାନି ୧) ମଧ୍ୟପ୍ରଦେଶରେ ୩୩୦ କୋଟି ଟଙ୍କା ନିବେଶରେ ସ୍ଥାପନ ହେବାକୁ ଥିବା ୧୨୦୦ ଟିପିଡି କ୍ଷମତର ନୂଆ କାରଖାନା ସ୍ଥାପନ ଲାଗି ପୁଞ୍ଜି ବ୍ୟୟ, ୨) ୮୫ କୋଟି ଟଙ୍କାକୁ କମ୍ପାନି ହାସଲ କରିଥିବା ବିଭିନ୍ନ ଋଣରକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ପରିଶୋଧ କରିବା ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରାଯିବ।
କମ୍ପାନିର ବର୍ତମାନ କ୍ଷମତା ୮୦୦ ଟିପିଡି ହୋଇଥିବା ବେଳେ ୨୦୨୩-୨୪ରେ ଏହା ୯୩.୦୯ ପ୍ରତିଶତର ଉଚ୍ଚ କ୍ଷମତା ଉପଯୋଗ ହାର ହାସଲ କରିଛି। ବିଭିନ୍ନ ପ୍ରକାର ମୋଡିଫାଏଡ୍ ଷ୍ଟାର୍ଚ ପ୍ରସ୍ତୁତ କରିବାରେ ଅଗ୍ରଣୀ ରହିଛି। ଆନ୍ଧ୍ରପ୍ରଦେଶର ଦେବରାପଲ୍ଲୀରେ ସମ୍ପ୍ରସାରିତ କାରଖାନା ଜରିଆରେ କମ୍ପାନି ଉଭୟ ଦେଶ ଓ ବିଦେଶ ବଜାରରେ ଦୃଢ଼ ଉପସ୍ଥିତି ବଜାୟ ରଖିଛି। କମ୍ପାନିର ଉତ୍ପାଦ ଦେଶର ୧୪ଟି ରାଜ୍ୟ ଓ ଚାରି କେନ୍ଦ୍ର ଶାସିତ ଅଂଚଳ ଓ ଦକ୍ଷିଣ ପୂର୍ବ ତଥା ମଧ୍ୟପ୍ରାଚ୍ୟର ୧୦ଟି ଦେଶରେ ଉପଲବ୍ଧ ହେଉଛି।
କମ୍ପାନିର ରାଜସ୍ୱ ପରିମାଣ ୨୦୨୧-୨୨ର ୪୯୫ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୩-୨୪ରେ ୬୨୮ କୋଟି ଟଙ୍କାରେ ପହଂଚିଛି। ଇବିଆଇଟିଡିଏ ୫୯ କୋଟି ଟଙ୍କାରୁ ବୃଦ୍ଧି ପାଇ ୭୬ କୋଟି ଟଙ୍କା ହୋଇଛି ଏବଂ ଟିକସ ପରବର୍ତୀ ଲାଭ ଏହି ସମୟରେ ୩୪ କୋଟି ଟଙ୍କାରୁ ବୃଦ୍ଧି ପାଇ ୪୦ କୋଟି ଟଙ୍କା ହୋଇଛି।
ଏହି ଇସ୍ୟୁର ବୁକ ରନିଂ ଲିଡ ମ୍ୟାନେଜର ହେଉଛି ପାଂଟୋମାଥ କ୍ୟାପିଟାଲ ଆଡଭାଇଜର୍ସ ପ୍ରାଇଭେଟ୍ ଲିମିଟେଡ।

Share

Leave a Reply

Your email address will not be published. Required fields are marked *

4 × one =