Business

ଦେବ ଆସେଲରେଟର ପକ୍ଷରୁ ଆଇପିଓ ପାଇଁ ସେବି ନିକଟରେ ଡିଆରଏଚପି ଦାଖଲ


ଭୁବନେଶ୍ୱର: ଦେବ ଆସେଲରେଟର ଲିମିଟେଡ (ଦେବଏକ୍ସ) ପକ୍ଷରୁ ଇନିସିଆଲ ପବ୍ଲିକ ଅଫର (ଆଇପିଓ) ଜରିଆରେ ପାଣ୍ଠି ହାସଲ କରିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। ଉମେଶ ଉତମଚନ୍ଦାନି, ପାର୍ଥ ଶାହ, ରୁଶିତ ଶାହ ଓ ଦେବ ଇନଫର୍ମେସନ ଟେକ୍ନୋଲୋଜି ଲିମିଟେଡ ପକ୍ଷରୁ ଦେବ ଆସେଲରେଟର ଲିମିଟେଡକୁ ପ୍ରତିଷ୍ଠା କରାଯାଇଛି। ଏହା ହେଉଛି ଦେଶର ଦ୍ୱିତୀୟ ଶ୍ରେଣୀ ସହରଗୁଡ଼ିକରେ କାର୍ଯ୍ୟାଳୟ ପରିସର ପ୍ରଦାନ କରୁଥିବାର ଏକ ଅଗ୍ରଣୀ ସଂସ୍ଥା। ଦେଶର ୬ଟି ସହରରେ ଏହା ଫ୍ଲେକ୍ସ ଅଫିସ ସ୍ଥାନ ପ୍ରଦାନ କରୁଛି। ଦିଲ୍ଲୀ ଏନସିଆର, ହାଇଦ୍ରାବାଦ, ମୁମ୍ବାଇ, ପୁଣେ ଓ ଅହମ୍ମଦାବାଦ, ଇନ୍ଦୋର, ଜୟପୁର, ଉଦୟପୁର ଓ ଭଦୋଦରା ଭଳି ୧୫ଟି ବଜାରରେ ଏହା ଅଫିସ ସ୍ଥାନ ପ୍ରଦାନ କରୁଛି।
କମ୍ପାନି ଆଇପିଓ ଜରିଆରେ ସଂଗ୍ରହ କରିବାକୁ ଥିବା ପାଣ୍ଠିକୁ ନୂଆ କେନ୍ଦ୍ରର ଫିଟ ଆଉଟ ଓ ସିକ୍ୟୁରିଟି ଜମା ପାଇଁ ପୁଞ୍ଜି ବ୍ୟୟ ଭାବେ ବ୍ୟବହାର କରିବ। ଏଥି ସହିତ କମ୍ପାନିର କେତେକ ଋଣକୁ ପରିଶୋଧ କିମ୍ବା ଆଗୁଆ ଶୁଝିବାରେ ବ୍ୟବହାର କରାଯିବ ଏବଂ ନନ୍‌-କନଭର୍ଟିବଲ ଡିବେଂଚରକୁ ରିଡିମ କରାଯିବ। ଏହି ଇସ୍ୟୁର ଏକମାତ୍ର ବୁକ ରନିଂ ଲିଡ ମ୍ୟାନେଜର ହେଉଛି ପାଂଟୋମାଥ କ୍ୟାପିଟାଲ ଆଡଭାଇଜର୍ସ ପ୍ରାଇଭେଟ ଲିମିଟେଡ।
ଦେବଏକ୍ସ ପକ୍ଷରୁ ସୋର୍ସିଂ ଅଫିସ ସ୍ପେସ୍‌, ଡିଜାଇନ୍ କଷ୍ଟମାଇଜ୍ କରିବା, ସ୍ପେସ୍ ବିକଶିତ କରିବା ଏବଂ ସମ୍ପୂର୍ଣ୍ଣ ସମ୍ପତି ପରିଚାଳନା ପ୍ରଦାନ କରିବା ପାଇଁ ପ୍ରଯୁକ୍ତି ସମାଧାନ ସହିତ ସମନ୍ୱିତ ସେବା ପ୍ରଦାନ କରାଯାଉି। ୨୦୨୪ ଅଗଷ୍ଟ ୩୧ ସୁଦ୍ଧା କମ୍ପାନି ୨୩୦ରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରିଛି ଏବଂ ଭାରତର ୧୧ଟି ସହରରେ ଏହାର ୨୫ଟି କେନ୍ଦ୍ର ରହିଛି।
କଂପାନିର ଗ୍ରାହକମାନଙ୍କ ମଧ୍ୟରେ ବଡ଼ ବଡ଼ କର୍ପୋରେଟ୍‌, ଏମଏନସି ଏବଂ ଏସଏମଇ ରହିଛନ୍ତି। ସେମାନଙ୍କୁ ନମନୀୟ ଅଫିସ ସ୍ପେସ, କୋ ୱାର୍କିଂ ସ୍ପେସ ଆଦି ସୁବିଧା ପ୍ରଦାନ କରାଯାଇଛି। ସହାୟକ ସଂସ୍ଥା ନିଡିଲ ଆଣ୍ଡ ଥ୍ରେଡ ଡିଜାଇନ ଏଲଏଲପି ଜରିଆରେ ଏହା ଡିଜାଇନ କାର୍ଯ୍ୟକାରୀ ସମାଧାନ ପ୍ରଦାନ କରାଯାଉଛି।
୨୦୨୨ ମାର୍ଚ୍ଚ ୩୧ରୁ ୨୦୨୪ ମାର୍ଚ୍ଚ ୩୧ ମଧ୍ୟରେ କମ୍ପାନିର ପରିଚାଳନା କେନ୍ଦ୍ର, ପରିଚାଳନା ସିଟ ଓ ପରିଚାଳନା ସୁପର ବିଲଟ ଅପ ଅଂଚଳରେ ଯଥାକ୍ରମେ ୬୬.୬୭ ପ୍ରତିଶତ, ୩୯.୮୯ ପ୍ରତିଶତ ଓ ୫୩.୧୪ ପ୍ରତିଶତ ବୃଦ୍ଧି ଘଟିଛି। ପରିଚାଳନାରୁ ରାଜସ୍ୱ ୮୭.୦୮ ପ୍ରତିଶତ ବୃଦ୍ଧି ପାଇ ୩୦.୮ କୋଟି ଟଙ୍କାରୁ ୧୦୮.୦୮ କୋଟି ଟଙ୍କା ହୋଇଛି।

Share

Leave a Reply

Your email address will not be published. Required fields are marked *

15 − thirteen =