ପୃଥିବୀ ଦିବସରେ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ୨୦୫୭ ସୁଦ୍ଧା ନେଟ୍ ଜିରୋ ଲକ୍ଷ୍ୟ ହାସଲ ନେଇ ପ୍ରତିବଦ୍ଧତା; ଇଏସ୍ଜି ନୀତି ଉନ୍ମୋଚିତ
- ବ୍ୟାଙ୍କ ଗ୍ରହଣ କରୁଥିବା ସମସ୍ତ ଇଏସ୍ଜି ଅଭିଯାନ ପାଇଁ ଏହି ନୀତି ମାର୍ଗଦର୍ଶକ ଦସ୍ତାବିଜ ଭାବେ କାର୍ଯ୍ୟ କରିବ
- ୨୦୩୪ ସୁଦ୍ଧା ସ୍କୋପ୍-୧ ଓ ସ୍କୋପ୍-୨ରେ ଏମିସନ୍ ୭୫% ହ୍ରାସ ଲକ୍ଷ୍ୟ
ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ-ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ପୃଥିବୀ ଦିବସ ୨୦୨୫ ପାଳନ ଅବସରରେ ଏହାର ପରିବେଶ, ସାମାଜିକ ଓ ପ୍ରଶାସନ (ଇଏସ୍ଜି) ନୀତି ଉନ୍ମୋଚନ କରାଯିବାର ଐତିହାସିକ ଘୋଷଣା କରାଯାଇଥିବା ବେଳେ ୨୦୫୭ ସୁ୍ଦ୍ଧା ନେଟ୍ ଜିରୋ ଏମିସନ୍ (ନିର୍ଗମନ) ଲକ୍ଷ୍ୟ ହାସଲ କରିବା ଲାଗି ପ୍ରତିବଦ୍ଧତା ପ୍ରଦର୍ଶନ କରାଯାଇଛି। ଏହି ରଣନୈତିକ ପଦକ୍ଷେପ ଦାୟିତ୍ୱବାନ ଏବଂ ସ୍ଥାୟୀ ବ୍ୟାଙ୍କିଂ ଅଭ୍ୟାସକୁ ପ୍ରୋତ୍ସାହିତ କରିବା, ଇଏସଜି ବିପଦକୁ ହ୍ରାସ କରିବା ଏବଂ କମ୍ କାର୍ବନ ଭବିଷ୍ୟତ ପାଇଁ ସୁଯୋଗ ହାସଲ କରିବା, ଗ୍ଲୋବାଲ ସଷ୍ଟେନେବିଲିଟି ଫ୍ରେମୱାର୍କ ସହିତ ସମନ୍ୱିତ ହେବା ଏବଂ ବ୍ୟାଙ୍କ ମଧ୍ୟରେ ଏକ ଇଏସଜି-କେନ୍ଦ୍ରୀତ ସଂସ୍କୃତି ସୃଷ୍ଟି କରିବା ପାଇଁ ବ୍ୟାଙ୍କର ଦୀର୍ଘ ଦିନର ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି ।
ଅକ୍ଷୟ ଶକ୍ତି ଉତ୍ସର ଗୁରୁତ୍ୱ ଉପରେ ଆଲୋକପାତ କରୁଥିବା ପୃଥିବୀ ଦିବସ ୨୦୨୫ର ବିଷୟବସ୍ତୁ “ଆମ ଶକ୍ତି, ଆମ ଗ୍ରହ’ର ବିଷୟବସ୍ତୁ ଅନୁଯାୟୀ ବ୍ୟାଙ୍କ ଅଫ୍ ବରୋଦା ନବୀକରଣୀୟ ଶକ୍ତି କ୍ଷେତ୍ରକୁ ଋଣ ଆବଣ୍ଟନରେ ପ୍ରାଥମିକତା ଦେବ।
ବ୍ୟାଙ୍କ୍ ପରିବେଶ ସୁରକ୍ଷା ଦିଗରେ ନିଜର ଯୋଗଦାନ “ପ୍ଲାଣ୍ଟ-ଏ-ଟ୍ରି” କାର୍ଯ୍ୟକ୍ରମ ମାଧ୍ୟମରେ, ବ୍ୟାଙ୍କ ଦ୍ୱାରା ପ୍ରଦତ୍ତ ପ୍ରତ୍ୟେକ ଅଟୋ ଏବଂ ଗୃହ ଋଣ ପାଇଁ ଗ୍ରାହକମାନଙ୍କ ତରଫରୁ କ୍ୟାଲେଣ୍ତର ବର୍ଷ ୨୦୨୫ରେ ଏପର୍ଯ୍ୟନ୍ତ ୩୦,୦୦୦ରୁ ଅଧିକ ବୃକ୍ଷ ରୋପଣ କରିଛି।
ଇଏସଜି ନୀତି ବ୍ୟାଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଇଏସଜି ପଦକ୍ଷେପ ଏବଂ କାର୍ଯ୍ୟକଳାପ ପାଇଁ ଏକ ମାର୍ଗଦର୍ଶକ ଦସ୍ତାବିଜ ଭାବରେ କାର୍ଯ୍ୟ କରିବ। ଏହି ନୀତି ବ୍ୟାଙ୍କରେ ଇଏସଜି ପ୍ରଶାସନ ଢାଂଚା, ପରିବେଶ, ସାମାଜିକ ଓ ଶାସନ ଏବଂ ଇଏସଜି ମାନକ ଓ ଲକ୍ଷ୍ୟର ତିନୋଟି ସ୍ତମ୍ଭକୁ ଗୁରୁତ୍ୱ ଦିଆଯାଇଛି।
ଏହି ଅବସରରେ ବ୍ୟାଙ୍କ ଅଫ୍ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଦେବଦତ୍ତ ଚାନ୍ଦ କହିଛନ୍ତି ଯେ, “ପୃଥିବୀ ଦିବସ୨୦୨୫ ବ୍ୟାଙ୍କ ଅଫ୍ ବରୋଦାର ସ୍ଥାୟୀତ୍ୱ ପୂର୍ଣ୍ଣ ବୃଦ୍ଧି ଯାତ୍ରାରେ ଏକ ନିର୍ଣ୍ଣାୟକ ମୁହୂର୍ତ। ଆମ ଇଏସଜି ନୀତି ଏବଂ ଆମର ନେଟ୍ ଜିରୋ ପ୍ରତିବଦ୍ଧତାର ଉନ୍ମୋଚନ ହେଉଛି ପରିବେଶ ସୁରକ୍ଷାରେ ଅର୍ଥପୂର୍ଣ୍ଣ ଯୋଗଦାନ, ସାମାଜିକ କଲ୍ୟାଣକୁ ପ୍ରୋତ୍ସାହିତ କରିବା ଏବଂ ଶାସନର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ମାଧ୍ୟମରେ ବ୍ୟାଙ୍କ ଏକ ଦାୟିତ୍ୱବାନ କର୍ପୋରେଟ୍ ନାଗରିକ ଭାବରେ ଗୁରୁତ୍ୱ ଦେଉଛି। ଆମର ଲକ୍ଷ୍ୟ ହେଉଛି ଇଏସଜି ଅଭ୍ୟାସକୁ ଆମର କାର୍ଯ୍ୟନୀତି ଏବଂ ପରିଚାଳନାରେ ସାମିଲ କରିବା।”
ଏହି ନୀତିରେ ବ୍ୟାଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା କେତେକ ପ୍ରମୁଖ ଦୀର୍ଘ, ମଧ୍ୟମ ଏବଂ ସ୍ୱଳ୍ପମିଆଦୀ ଲକ୍ଷ୍ୟଗୁଡ଼ିକ ହେଉଛି:
- ୨୦୫୭ ସୁଦ୍ଧା ନିଟ୍ ଜିରୋ ନିର୍ଗମନ ହାସଲ
- ୨୦୩୪ ସୁଦ୍ଧା ସ୍କୋପ୍ ୧ ଏବଂ ସ୍କୋପ୍ ୨ ନିର୍ଗମନରେ ୭୫% ହ୍ରାସ କରିବା (ମୂଳ ବର୍ଷ ହେଉଛି ୨୦୨୪)
- ୨୦୨୭ ସୁଦ୍ଧା ୫୦ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ଋଣ ଏକ୍ସପୋଜର ପାଇଁ ଜଳବାୟୁ ବିପଦ ଆକଳନ ସୁନିଶ୍ଚିତ କରିବା
- ଇଏସ୍ଜି ଏବଂ ଜଳବାୟୁ ବିପଦ ଉପରେ କର୍ମଚାରୀ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ, ୨୦୨୭ ସୁଦ୍ଧା ସମସ୍ତ କର୍ମଚାରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ
- ସମଗ୍ର ସଂଗଠନରେ ଏକ ଦୃଢ଼ ଇଏସଜି ସଂସ୍କୃତି ପ୍ରତିଷ୍ଠା କରିବା ପାଇଁ ନୈତିକ ଏଆଇ, ସାଇବର ସୁରକ୍ଷା, ଡାଟା ଗୋପନୀୟତା, ନୈତିକତା ଏବଂ ଆଚରଣ ବିଧି ଭଳି କ୍ଷେତ୍ରରେ ବୋର୍ଡ ଏବଂ ନେତୃତ୍ୱ ଦଳ ପାଇଁ ନିୟମିତ ସଚେତନତା କାର୍ଯ୍ୟକ୍ରମ
୩ଟି ଇଏସଜି ସ୍ତମ୍ଭ ଅଧୀନରେ ଥିବା ବ୍ୟାଙ୍କର ମହତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ହେଉଛି: - ପରିବେଶ: ବିପଦ ପରିଚାଳନା ଢାଂଚାରେ ଜଳବାୟୁ ବିପଦକୁ ସମନ୍ୱିତ କରିବା; ବ୍ୟାଙ୍କର ନିଜସ୍ୱ କାର୍ଯ୍ୟର ନିର୍ଗମନ ହ୍ରାସ ମାଧ୍ୟମରେ ପରିବେଶ ପରିଚାଳନା ପ୍ରଦର୍ଶନ ଏବଂ ସଷ୍ଟେନେବଲ/ ସବୁଜ ଫାଇନାନ୍ସ ।
- ସାମାଜିକ: ଗ୍ରାହକଙ୍କ ଗୋପନୀୟତା ଏବଂ ସୂଚନା ସୁରକ୍ଷା; ଡିଜିଟାଇଜେସନ୍କୁ ପ୍ରୋତ୍ସାହିତ କରିବା; ସାମାଜିକ ଅନ୍ତର୍ଭୁକ୍ତୀକରଣ ପାଇଁ ଅର୍ଥ ଯୋଗାଣ; ଗ୍ରାହକ କେନ୍ଦ୍ରୀୟତାକୁୁ ପ୍ରାଥମିକତା ଦେବା; ଏବଂ କର୍ମଚାରୀଙ୍କ କଲ୍ୟାଣ ଏବଂ ବିକାଶ।
- ଶାସନ: ଏକ ଅନୁପାଳନ ଭିତିକ ସଂସ୍କୃତିର ପୋଷଣ; ବ୍ୟାବସାୟିକ ନୈତିକତା ଏବଂ ଶାସନ ଉପରେ ଗୁରୁତ୍ୱ ଦେବା।
ବ୍ୟାଙ୍କ ଅଫ୍ ବରୋଦା ଗ୍ରୀନ୍ ଡିପୋଜିଟ୍, ଆବାସିକ ରୁଫଟପ୍ ସୋଲାର ଋଣ ସ୍କିମ୍ ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ଫାଇନାନ୍ସିଂ ସ୍କିମ୍ ଭଳି ଅନେକ ସ୍ଥାୟୀ ଫାଇନାନ୍ସ ସମାଧାନ ଆରମ୍ଭ କରିଛି। ବ୍ୟାଙ୍କରେ ଏକ ନୈତିକତା ସଂହିତା ମଧ୍ୟ ରହିଛି ଯାହା କର୍ମଚାରୀ, ବିକ୍ରେତା ଏବଂ ଅନ୍ୟ ଅଂଶୀଦାରଙ୍କଠାରୁ ଆଶା କରାଯାଉଥିବା ନୈତିକ ଆଚରଣର ନୀତିକୁ ବ୍ୟାଖ୍ୟା କରୁଛି।
ପୃଥିବୀ ଦିବସରେ ବ୍ୟାଙ୍କ ଏହାର ‘ସଷ୍ଟେନେବଲ’ ପ୍ରୟାସ ପ୍ରଦର୍ଶନ କରିବା ପାଇଁ ଏକ ଉତ୍ସର୍ଗୀକୃତ “ବିଓବି ଆର୍ଥ” ୱେବ୍ ସ୍ପେସ୍ ଆରମ୍ଭ କରିଛି ଏବଂ କର୍ମଚାରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ “ଗ୍ରୀନ୍ ଫାଇନାନ୍ସିଂ’ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ କର୍ମଶାଳା ଆରମ୍ଭ କରୁଛି।
ବ୍ୟାଙ୍କର ୱେବସାଇଟ୍ରେ ଇଏସ୍ଜି ନୀତି ଉପଲବ୍ଧ ରହିଛି।