Business

ଦ୍ରୁତ ଅଭିବୃଦ୍ଧିଶୀଳ ସାମ୍ପୁ କେଶ ରଙ୍ଗ ପାଇଁ ପ୍ରମୁଖ ବଜାର ଭାବେ ଉଭା ହୋଇଛି ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶାରେ ସାମ୍ପୁ କେଶ ରଙ୍ଗ ବର୍ଗରେ ଦ୍ରୁତ ଅଭିବୃଦ୍ଧି ଦେଖାଦେଇଛି ଯାହା ତ୍ୱରିତ ଓ ସହଜ କେଶ ରଙ୍ଗ ସମାଧାନ ପ୍ରତି ବଢ଼ୁଥିବା ପସନ୍ଦକୁ ପ୍ରତିଫଳିତ କରୁଛି। ରାଜ୍ୟର ଅଧିକରୁ ଅଧିକ ଗ୍ରାହକ ସାମ୍ପୁ କେଶ ରଙ୍ଗକୁ ଚୟନ କରୁଛନ୍ତି ଯାହା ହେଉଛି ନିଜେ ରଙ୍ଗ କରି ହେଉଥିବା ଏକ ପଦ୍ଧତି ଯେଉଁଥିରେ ପେସାଦାର ସହାୟତାର ଆବଶ୍ୟକତା ନାହିଁ।
ବ୍ୟବହାର କରିବା ସହଜତାକୁ ନେଇ ବର୍ଦ୍ଧିତ ସଚେତନତା ଓ ଅଗ୍ରାଧିକାର ସହିତ ସହଜତାକୁ ଅଧିକ ପସନ୍ଦ କରାଯାଉଥିବାରୁ ଓଡ଼ିଶାର ସାମ୍ପୁ କେଶ ରଙ୍ଗ ବଜାର ଏବେ ୧୧ କୋଟି ଟଙ୍କା ହୋଇଛି ଯାହା ରାଜ୍ୟର ମୋଟ ୧୧୦ କୋଟି ଟଙ୍କାରୁ ଅଧିକ କେଶ ରଙ୍ଗ ବଜାର ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରୁଛି। ପ୍ରୟୋଗ କରିବା ସହଜ ହୋଇଥିବାରୁ ଏହି ବର୍ଗରେ ଚାହିଦା ବଢ଼ୁଥିବା ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏହା ପାରମ୍ପରିକ ପାଉଡର ଓ ମେହେନ୍ଦି ଜରିଆରେ କେଶ ରଙ୍ଗ କରିବା ବଦଳରେ ଦ୍ରୁତ ଓ ପ୍ରଭାବଶାଳୀ ବିକଳ୍ପ ପ୍ରଦାନ କରୁଥିବାରୁ ତାହା ଆଧୁନିକ ଜୀବନଶୈଳୀ ପାଇଁ ବେଶ୍ ଉପଯୁକ୍ତ ହୋଇପାରିଛି।
ଗୋଦରେଜ୍ କଂଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ (ଜିସିପିଏଲ୍‌)ର ମାର୍କେଟିଂ ମୁଖ୍ୟ-ପର୍ସନାଲ୍ କେୟାର ନୀରଜ ସେନଗୁତୁଭନ କହିଛନ୍ତି ଯେ, “ଗ୍ରାହକମାନେ ବ୍ୟକ୍ତିଗତ ସୁହାଇବା ଏବଂ ଅଭିନବ କେଶ ରଙ୍ଗ ସମାଧାନ ଚାହୁଥିବା ବେଳେ ସାମ୍ପୁ କେଶ ରଙ୍ଗରେ ଚାହିଦା ବୃଦ୍ଧି ଉଲ୍ଲେଖନୀୟ ରହିଛି।’’
ଗ୍ରାହକଙ୍କ ପସନ୍ଦରେ ହୋଇଥିବା ଏହି ପରିବର୍ତନକୁ ସ୍ୱୀକାର କରି ଗୋଦରେଜ୍ କଂଜ୍ୟୁମର ପ୍ରଡକ୍ଟସ୍ ପକ୍ଷରୁ ଗୋଦରେଜ୍ ସେଲ୍‌ଫି ନାମରେ ଏକ ଉତ୍ପାଦ ଉପସ୍ଥାପନ କରାଯାଇଛି ଯାହା ହେଉଛି ଏକ ୫ ମିନିଟ୍‌ରେ ସାମ୍ପୁ କେଶ ରଙ୍ଗ ବ୍ରାଣ୍ଡ୍‌। ଏହି ୟୁନିସେକ୍ସ ଉତ୍ପାଦ ଦୁଇଟି ପ୍ୟାକ୍‌ରେ ଆସୁଛି ଛୋଟ କେଶ ପାଇଁ ପ୍ୟାକ୍‌ର ମୂଲ୍ୟ ୧୫ ଟଙ୍କା ରହିଥିବା ବେଳେ ଲମ୍ବା କେଶ ପାଇଁ ଉଦ୍ଦିଷ୍ଟ ପ୍ୟାକ୍‌ର ଦାମ୍ ୩୦ ଟଙ୍କା ରହିଛି।
“ଏହି ଉତ୍ପାଦ ଗ୍ରାହକମାନଙ୍କୁ ପାଉଡର ଓ ମେହେନ୍ଦି କେଶ ରଙ୍ଗ ଭଳି କମ୍ ମୂଲ୍ୟର କେଶ ରଙ୍ଗ ବଦଳରେ ସୁଲଭ ତଥା ସହଜ ଓ ଉତମ ସମାଧାନକୁ ଅପ୍‌ଗ୍ରେଡ୍ କରିବାରେ ସହାୟକ ହେବ ବୋଲି ସେନଗୁତୁଭନ କହିଛନ୍ତି। ଓଡ଼ିଶାର ସାମ୍ପୁ କେଶ ରଙ୍ଗ ବର୍ଗ ୩୨% ଅଭିବୃ୍‌ଦ୍ଧି ହାର ହାସଲ କରିଛି ଯାହା ସୁବିଧାଜନକ କେଶ ରଙ୍ଗ ଫର୍ମାଟ୍‌ର ରାଜ୍ୟରେ ବର୍ଦ୍ଧିତ ଗ୍ରହଣୀୟତାକୁ ଦର୍ଶାଉଛି।
ଏହି ବର୍ଗରେ ଦୃଢ଼ ବିକାଶ ଜାରି ରହିଥିବା ବେଳେ ଶିଳ୍ପ ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଆଗାମୀ ବର୍ଷଗୁଡ଼ିକରେ ଭାରତର କେଶ ରଙ୍ଗ ବଜାରକୁ ଆକାର ପ୍ରଦାନ କରିବାରେ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।

Share

Leave a Reply

Your email address will not be published. Required fields are marked *

4 × one =