Business

ଏନପିସିଆଇ ପକ୍ଷରୁ ଉଦ୍ଭାବନ, ଅନ୍ତର୍ଭୁକ୍ତୀକରଣ ଓ ଭାରତର ଡିଜିଟାଲ୍ ଦେୟ ଅଗ୍ରଗତିକୁ ପ୍ରୋତ୍ସାହିତ କରିବା ପାଇଁ “ଆଲୱେଜ ଫରୱାର୍ଡ’ ବ୍ରାଣ୍ଡ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଡିଜିଟାଲ ପେେଂଟ୍ ବ୍ୟବସ୍ଥାର ମେରୁଦଣ୍ଡ ନ୍ୟାସନାଲ ପେମେଂଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ଭାରତର ଆର୍ôଥକ ଏବଂ ଦେୟ କ୍ଷେତ୍ରରେ ନିରନ୍ତର ଉଦ୍ଭାବନ ଏବଂ ଅନ୍ତର୍ଭୁକ୍ତୀକରଣ ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି ଏହାର ନୂତନ ବ୍ରାଣ୍ଡ୍ ଅଭିଯାନ “ଅଲୱେଜ୍ ଫରୱାର୍ଡ’ର ଶୁଭାରମ୍ଭ କରାଯାଇଛି। ଏନପିସିଆଇର ଏହି ଅଭିଯାନ ଡିଜିଟାଲ ଆର୍ôଥକ କାରବାର କିଭଳି ବ୍ୟକ୍ତିଗତ ଏବଂ ଜାତୀୟ ପ୍ରଗତିର ପ୍ରମୁଖ ଚାଳକ ଓ ଲକ୍ଷ ଲକ୍ଷ ଲୋକଙ୍କୁ ଆଗକୁ ବଢ଼ିବାରେ ସଶକ୍ତ କରୁଛି, ସେହି ବିଶ୍ୱାସ ଉପରେ ତାହା ଆଲୋକପାତ କରୁଛି।
ଏକ ଦଶନ୍ଧିରୁ ଅଧିକ ସମୟ ଧରି ଏନପିସିଆଇ ପକ୍ଷରୁ ୟୁପିଆଇ, ଆଇଏମପିଏସ, ରୁପେ, ଭୀମ୍‌, ଏଇପିଏସ ଏବଂ ଏନଇଟିସି ଫାସଟ୍ୟାଗ୍ ଭଳି ଉଦ୍ଭାବନ ସହିତ ଭାରତର ଡିଜିଟାଲ ଦେୟ ବିପ୍ଳବର ନେତୃତ୍ୱ ନିଆଯାଉଛି । ଏହି ପ୍ଲାଟଫର୍ମଗୁଡିକ ଦେଶବ୍ୟାପୀ ସୁରକ୍ଷିତ ଡିଜିଟାଲ କାରବାରକୁ ଉପଲବ୍ଧ କରାଇଛି ଯାହା ଭାରତକୁ ଏକ ଡିଜିଟାଲ-ପ୍ରଥମ ଅର୍ଥନୀତି ଆଡକୁ ଆଗେଇ ନେଇଛି । ଏନପିସିଆଇର ସୁଦୃଢ଼ ଦେୟ ଭିତିଭୂମି ସମଗ୍ର ଦେଶରେ ନିରବଚ୍ଛିନ୍ନ, କମ୍ ମୂଲ୍ୟର କାରବାରକୁ ସକ୍ଷମ କରିଥିବା ବେଳେ ପ୍ରତ୍ୟେକ ଭାରତୀୟଙ୍କୁ ସହଜ ଏବଂ ଆତ୍ମବିଶ୍ୱାସ ସହିତ ଡିଜିଟାଲ ଆର୍ôଥକ ସେବା ହାସଲ କରିବାକୁ ସଶକ୍ତ କରୁଛି।
ଆଲୱେଜ ଫରୱାର୍ଡ ସ୍ଥିତିର ମୂଳରେ ରହିଛି ଭାରତର ଏକ ସଫଳ ଅର୍ଥନୀତିରେ ପରିଣତ ହେବା ଯେଉଁଠାରେ ଲକ୍ଷ ଲକ୍ଷ ଲୋକ ନିରନ୍ତର ପ୍ରଗତି ପାଇଁ ପ୍ରେରିତ ହୁଅନ୍ତି ତଥା ସମୟ ଏବଂ ସମ୍ବଳ ବିନିଯୋଗ କରି ନିଜର ଲକ୍ଷ୍ୟ ହାସଲ କରିଥାନ୍ତି। ଏନପିସିଆଇର ଲକ୍ଷ୍ୟ ହେଉଛି ଏହି ପ୍ରୟାସକାରୀମାନଙ୍କୁ ସଶକ୍ତ କରିବା, ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେମାନଙ୍କୁ ପ୍ରେରିିତ କରିବା । ଅତ୍ୟାଧୁନିକ ଦେୟ ସମାଧାନ ପ୍ରଦାନ କରି ଏନପିସିଆଇ ଏହି ଆଶାକୁ ବାସ୍ତବ ପ୍ରଗତିରେ ପରିଣତ କରୁଛି ଯାହା ବ୍ୟକ୍ତିବିଶେଷଙ୍କୁ ଆତ୍ମବିଶ୍ୱାସ ଏବଂ ଆକାଂକ୍ଷା ସହିତ ଆଗକୁ ବଢ଼ିବାରେ ସାହାଯ୍ୟ କରୁଛି ।
ଏନପିସିଆଇର ମାର୍କେଟିଂ ମୁଖ୍ୟ ରମେଶ ଯାଦବ କହିଛନ୍ତି ଯେ, “ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଇଚ୍ଛା ରଖିଥିବା ଏବଂ ଏହାକୁ ଆଗକୁ ବଢ଼ାଇବା ପାଇଁ ପ୍ରଯୁକ୍ତିର ଉପଯୋଗ କରୁଥିବା ସମସ୍ତଙ୍କ ଭିତରେ ଥିବା ଆଭ୍ୟନ୍ତରୀଣ ପ୍ରୟାସରେ “ଅଲୱେଜ୍ ଫରୱାର୍ଡ’ ପ୍ରତିଫଳିତ ହେବ। ଏହି ସ୍ଥିତି ଆର୍ôଥକ କାରବାରକୁ କେବଳ ସହଜ ଏବଂ ସୁରକ୍ଷିତ କରିବା ପାଇଁ ଆମର ସମର୍ପଣକୁ ପ୍ରତିଫଳିତ କରେ ନାହିଁ, ବରଂ ବ୍ୟକ୍ତିଗତ ଏବଂ ଜାତୀୟ ପ୍ରଗତି ପାଇଁ ଏକ ଉତପ୍ରେରକ ମଧ୍ୟ। ଏନପିସିଆଇର ‘ଅଲୱେଜ ଫରୱାର୍ଡ’ ହେଉଛି ଭାରତର ଭବିଷ୍ୟତ ଗଠନ ପାଇଁ ପ୍ରଗତି, ଅଭିନବତା ଏବଂ ଡିଜିଟାଲ ପେମେଂଟ୍‌ର ପରିବର୍ତନଶୀଳ ଶକ୍ତିର ଏକ ଉତ୍ସବ।”
ଏହି ପଦକ୍ଷେପର ଏକ ଅଂଶ ଭାବରେ ଏନପିସିଆଇ ନିଜର ବ୍ରାଣ୍ଡ ଅଭିଯାନ ଆରମ୍ଭ କରୁଛି । ଏହି ଅଭିଯାନରେ ପ୍ରିଂଟ, ଡିଜିଟାଲ, ଗଣମାଧ୍ୟମ ଏବଂ ସିନେମାରେ ଗତିଶୀଳ ନବସୃଜନକାରୀମାନେ ଅଂଶଗ୍ରହଣ କରିବେ ଯାହା କି ଦେଶବ୍ୟାପୀ ବିବିଧ ଦର୍ଶକଙ୍କୁ ପ୍ରେରଣା ଦେବ ଏବଂ ସେମାନଙ୍କୁ ନିୟୋଜିତ କରିବା ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି। ଏନପିସିଆଇର ସମାଧାନ କିପରି ବ୍ୟକ୍ତିମାନଙ୍କୁ ସହଜ ଏବଂ ଆତ୍ମବିଶ୍ୱାସ ସହିତ ଜୀବନରେ ଆଗକୁ ବଢ଼ିବାକୁ ସଶକ୍ତ କରୁଛି ତାହା ଏହି ଅଭିଯାନରେ ଦର୍ଶାଯାଇଛି।

Share

Leave a Reply

Your email address will not be published. Required fields are marked *

two × four =