Business

ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପର ପଂଚମ ରାଉଣ୍ଡରେ ମୋହସିନ ପରମବାନଙ୍କ ପ୍ରଥମ ସ୍ଥାନ ହାସଲ


ଭୁବନେଶ୍ୱର: ଚେନ୍ନାଇର ମାଡ୍ରାସ ଇଂଟରନ୍ୟାସନାଲ ସର୍କିଟରେ ଅନୁଷ୍ଠିତ ହୋଇଯାଇଛି ୨୦୨୪ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ କପର ଏନଏସଏଫ୨୫୦ଆରର ରେସ-୧ର ପଂଚମ ରାଉଣ୍ଡ। ଏହି ରୋମାଂଚକର ରେସରେ ଅତୁଳନୀୟ ପ୍ରଦର୍ଶନ ଜରିଆରେ ମୋହସିନ ପରମବାନ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଛଅଟି ଲ୍ୟାପ ବିଶିଷ୍ଟ ଏହି ରେସରେ ମୋହସିନ ନିଜର ସ୍ଥିରତା ବଜାୟ ରଖିବା ସହ ଚମତ୍କାର ବିଜୟ ହାସଲ କରିଛନ୍ତି। ଏହି ବିଜୟ ଦ୍ୱାରା ଚମ୍ପିଆନସିପରେ ତାଙ୍କ ସ୍ଥିତି ଆହୁରି ସୁଦୃଢ଼ ହୋଇପାରିଛି। ସେ ୧୧:୨୨.୯୮୯୦ ସମୟ ନେଇ ରେସ ଶେଷ କରିଥିଲେ। ତାଙ୍କ ଶ୍ରେଷ୍ଠ ଲ୍ୟାପ ସମୟ ଥିଲା ୧:୫୧.୯୭୭।
ତାଙ୍କ ପଛକୁ ରହିଥିଲେ ସିଦ୍ଦେଶ ସାୱନ୍ତ। ଦ୍ୱିତୀୟ ସ୍ଥାନ ହାସଲ କରିବା ଲାଗି ସେ ଶ୍ରେଷ୍ଠ ପ୍ରଦର୍ଶନ ଓ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଇଥିଲେ। ମୋହସିନଙ୍କ ସହ ସେ ଗତି ବଜାୟ ରଖିଥିଲେ ଏବଂ ତାଙ୍କୁ କଡ଼ା ମୁକାବିଲା ପ୍ରଦାନ କରିଥିଲେ। ସେ ୧୧:୨୨.୪୨୫ ସମୟ ନେଇ ରେସ ଶେଷ କରିଥିଲେ। ତାଙ୍କ ଶ୍ରେଷ୍ଠ ଲ୍ୟାପ ସମୟ ଥିଲା ୧:୫୧.୯୮୦।
ଅନ୍ୟ ପକ୍ଷରେ ସାଭିଅନ ସାବୁ ପୋଡିୟମରେ ତୃତୀୟ ସ୍ଥାନ ହାସଲ କରିଥିଲେ। ଛଅ ଲ୍ୟାପ ବିଶିଷ୍ଟ ଏହି ରେସରେ ସେ ନିଜ ସ୍ଥିତିରେ ପର୍ଯ୍ୟାୟକ୍ରମେ ଉନ୍ନତି ଆଣିଥିଲେ। ଅତି ଚତୁରତାର ସହ ଅନ୍ୟମାନଙ୍କୁ ଅତିକ୍ରମ କରି ସେ ଆଗକୁ ବଢ଼ିଥିଲେ। ସେ ୧୧:୨୨.୫୬୮ ସମୟନେଇ ରେସ୍ ଶେଷ କରିଥିଲେ। ତାଙ୍କ ଶ୍ରେଷ୍ଠ ଲ୍ୟାପ୍ ସମୟ ଥିଲା ୧:୫୧.୬୭୧। କଡ଼ା ପ୍ରତିଦ୍ୱନ୍ଦ୍ୱିତା ସତ୍ୱେ ସେ ଶାନ୍ତ ରହିଥିଲେ ଓ ପୋଡିୟମରେ ନିଜ ପାଇଁ ସ୍ଥାନ ସୁରକ୍ଷିତ କରିପାରିଥିଲେ।
ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ଚାମ୍ପିଅନସିପ ଲାଗି ପରବର୍ତୀ ପିଢ଼ିର ରାଇଡର ବିକାଶ ଓ ସମୃଦ୍ଧ କରିବା ଲାଗି ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ କପ ହେଉଛି ଏକ ସମ୍ମାନଜନକ ମଂଚ। ରେସିଂରେ ଉଚ୍ଚ ସ୍ତରକୁ ଯିବା ଲାଗି ଯୁବ ରାଇଡରମାନଙ୍କ ଲାଗି ଏହା ହେଉଛି ମୁଳଦୁଆ। ମୋଟୋ୩ ରେସିଂ ଲାଗି ବିକାଶ କରାଯାଇଥିବା ହୋଣ୍ଡା ଏନଏସଏଫ୨୫୦ଆର ମୋଟରସାଇକଲକୁ ପ୍ରତିଯୋଗୀମାନେ ଏହି ରେସରେ ବ୍ୟବହାର କରୁଛନ୍ତି। ଏହି ଚାମ୍ପିଅନସିପର ମୁଖ୍ୟ ଲକ୍ଷ୍ୟ ହେଉଛି ପ୍ରତିଭାବାନ ରାଇଡରଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରଫେସନାଲ ତାଲିମ ଦେବା। ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ କପ ଭାରତର ଯୁବ ରାଇଡରମାନଙ୍କ ଲାଗି ପ୍ରଫେସନାଲ ମୋଟରସାଇକଲ ରେସିଂରେ ପ୍ରବେଶ କରିବାର ପଥରେ ପରିଣତ ହୋଇଛି।
୨୦୨୪ ଋତୁରେ ପାଂଚଟି ରାଉଣ୍ଡ ରହିଛି ଯାହାର ପ୍ରଥମ ରାଉଣ୍ଡ ୨୦୨୪ ଜୁନ ୧୪-୧୬ ମଧ୍ୟରେ ଚେନ୍ନାଇର ମାଡ୍ରାସ ଇଂଟରନ୍ୟାସନାଲ ସର୍କିଟରେ ଅନୁଷ୍ଠିତ ହୋଇଥିଲା। ସେହି ସମାନ ସ୍ଥାନରେ ଅକ୍ଟୋବର ୫-୬ରେ ପଂଚମ ରାଉଣ୍ଡ ଅନୁଷ୍ଠିତ ହୋଇଛି।

Share

Leave a Reply

Your email address will not be published. Required fields are marked *

3 × 2 =