Business

ମଣିପାଲ୍‌ସିଗ୍‌ନା ପକ୍ଷରୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ବୀମା ଯୋଜନା “ସର୍ବହ’’ର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ସ୍ୱାସ୍ଥ୍ୟ ବୀମା କମ୍ପାନି ମଣିପାଲସିଗ୍‌ନା ହେଲ୍‌ଥ ଇନ୍‌ସ୍ୟୁରାନ୍ସ କମ୍ପାନି ଲିମିଟେଡ୍ ପକ୍ଷରୁ ନୂଆ ସ୍ୱାସ୍ଥ୍ୟ ବୀମା ଯୋଜନା “ମଣିପାଲ୍ ସିଗ୍‌ନା ସର୍ବହ’ର ଶୁଭାରମ୍ଭ କରାଯାଇଛି। ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ବୀମା ସମାଧାନ ଲାଗି ପ୍ରସ୍ତୁତ କରାଯାଇଥିବା “ସର୍ବହ’ ବ୍ୟାପକ ବର୍ଗର ଗ୍ରାହକ, ବିଶେଷ କରି ମଧ୍ୟମ ବର୍ଗର ଲୋକମାନଙ୍କୁ ସ୍ୱାସ୍ଥ୍ୟ ବୀମା ସୁବିଧା ପ୍ରଦାନ କରିବ।
ସଂକ୍ରାମକ, ଅଣ ସଂକ୍ରାମକ ଓ ଜୀବନଶୈଳୀ ଭଳି ତିନି ପ୍ରକାର ରୋଗ ସହିତ ଭାରତ ଲଢ଼େଇ କରୁଛି। ନିତି ଆୟୋଗ ପକ୍ଷରୁ ପ୍ରସ୍ତୁତ ଭାରତର ମିସିଂ ମିଡିଲଙ୍କ ପାଇଁ ସ୍ୱାସ୍ଥ୍ୟ’ ବୀମା ରିପୋର୍ଟରେ ଦର୍ଶାଯାଇଛି ଯେ ଜନସଂଖ୍ୟାର ଅତିକମରେ ୩୦ ପ୍ରତିଶତ ଯେଉଁମାନଙ୍କ ସଂଖ୍ୟା ୩୦-୪୦ କୋଟି ହେବ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ କୌଣସି ଆର୍ଥିକ ଯୋଜନା ନାହିଁ। ତେଣୁ ଦେଶରେ ସ୍ୱାସ୍ଥ୍ୟ ବୀମା ସାନ୍ଧ୍ରତା ବଢ଼ାଇବା ଏବଂ ବିଭିନ୍ନ ବର୍ଗର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ମଣିପାଲ୍ ସିଗ୍‌ନା ପକ୍ଷରୁ “ସର୍ବହ’କୁ ଉନ୍ମୋଚନ କରାଯାଇଛି ଯାହା ଅନିୟମିତ ଉଚ୍ଚ ସ୍ୱାସ୍ଥ୍ୟ ସେବା ବ୍ୟୟ ବିରୋଧରେ ସୁରକ୍ଷା ପ୍ରଦାନ କରିବ ଯାହା ପରିବାରକୁ ଦାରିଦ୍ର‌୍ୟ ମଧ୍ୟକୁ ଠେଲି ହୋଇଯିବାରୁ ସୁରକ୍ଷା ପ୍ରଦାନ କରିବ।


ମଣିପାଲ୍‌ସିଗ୍‌ନା ହେଲ୍‌ଥ ଇନସ୍ୟୁରାନ୍ସର ପରିଚାଳନା ନିର୍ଦେଶକ ତଥା ସିଇଓ ପ୍ରସୁନ୍ ସିକ୍‌ଦାର କହିଛନ୍ତି ଯେ, “ମଣିପାଲସିଗ୍‌ନାରେ ଆମର ପ୍ରତିବଦ୍ଧତା କେବଳ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବାଠାରୁ ଅଧିକ। ଏହା ସ୍ୱାସ୍ଥ୍ୟସେବା ଉପଲବ୍ଧତା ଏବଂ ସୁଲଭତାରେ ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନକୁ ଦୂର କରିବା ପାଇଁ ଏକ ନୂତନ ଉଦ୍ଭାବନ କରିବା ବିଷୟରେ ଗୁରୁତ୍ୱାରୋପ କରୁଛି। ବିଶେଷକରି ଭାରତର ମିସିଂ ମିଡିଲଙ୍କ ପାଇଁ ପ୍ରତିବଦ୍ଧ ରହିଛି। “ମଣିପାଲ ସିଗ୍‌ନା ସବର୍ହ’ର ଶୁଭାରମ୍ଭ ସହିତ ଆମେ ଏକ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ବୀମା ସମାଧାନ ଆରମ୍ଭ କରୁଛୁ ଯାହା କେବଳ ବିଭିନ୍ନ ଗ୍ରାହକ ବର୍ଗଙ୍କ ଆବଶ୍ୟକତା ପୂରଣ କରିବ ନାହିଁ ବରଂ ଭାରତର ମିସିଂ ମିଡିଲ ବର୍ଗର ସାମର୍ଥ୍ୟ ଏବଂ ଉପଲବ୍ଧତା ଆହ୍ୱାନର ସମାଧାନ କରିବା ସହିତ ସରକାର ଏବଂ ନିୟାମକଙ୍କ “୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା’ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବ।’’
“ମଣିପାଲସିଗ୍‌ନା ସର୍ବହର ପ୍ରତ୍ୟେକ ଅଫରକୁ ସଠିକ ସ୍ତରର ବୀମା ସୁରକ୍ଷା ପ୍ରଦାନ କରିବା ଏବଂ ସମସ୍ତଙ୍କ ପାଇଁ ଅତ୍ୟାବଶ୍ୟକ ସୁବିଧା, ଅସୀମ ଶକ୍ତି ଏବଂ ତତ୍କାଳ ଶାନ୍ତି ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଆମର ବିଶ୍ୱାସ ଯେ ୪ଟି ପ୍ରମୁଖ ଅଙ୍ଗ ରୋଗ ପାଇଁ ଅସୀମ ସୁବିଧା ଅସୀମିତ ସୁରକ୍ଷା ପ୍ରଦାନ କରୁଥିବା “ମଣିପାଲସିଗ୍‌ନା ସର୍ବହ’, ଦାବି ସତ୍ୱେ ୧୦୦୦% ପର୍ଯ୍ୟନ୍ତ ବୀମା ଗ୍ୟାରେଂଟି ଦେଉଥିବା ଫାଇଦା ଏବଂ ମଧୁମେହ, ମେଦବହୁଳତା, ଆଜମା, ରକ୍ତଚାପ ଏବଂ କୋଲେଷ୍ଟ୍ରଲ ଭଳି ପୂର୍ବରୁ ଥିବା ରୋଗ ପାଇଁ ୩୧ତମ ଦିନରୁ ସୁରକ୍ଷା ପ୍ରଦାନ କରୁଥିବା ଲାଭ

ପ୍ରଦାନ କରିବ। ଲୋକମାନଙ୍କୁ ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ଆବଶ୍ୟକତା ପାଇଁ ସଠିକ୍ ସ୍ତରର ବୀମା ସୁବିଧା ପ୍ରଦାନ କରିବାରେ ସାହାଯ୍ୟ କରି ଏହା ଅର୍ଥପୂର୍ଣ୍ଣ ପରିବର୍ତନ ଆଣିପାରିବ ବୋଲି ସେ କହିଛନ୍ତି।’’
ମଣିପାଲ ସିଗ୍‌ନା ସର୍ବହର ତିନିଟି ଭାରିଆଂଟ୍ ରହିଛି। ତାହା ହେଉଛି ମଣିପାଲ୍ ସିଗ୍‌ନା ସର୍ବହ ପ୍ରଥମ, ମଣିପାଲ୍ ସିଗ୍‌ନା ସର୍ବହ ଉତମ ଓ ମଣିପାଲ ସିଗ୍‌ନା ସର୍ବହ ପରମ୍‌। ପ୍ରତି ଭାରିଆଂଟ୍‌ରେ ଅନେକ ସ୍ୱତନ୍ତ୍ର ପ୍ରକାର ସୁବିଧା ରହିଛି ଯାହା ବିଭିନ୍ନ ପ୍ରକାର ଜଟିଳ ରୋଗ ପାଇଁ ବୀମା ସୁବିଧା ପ୍ରଦାନ କରୁଛି।

Share

Leave a Reply

Your email address will not be published. Required fields are marked *

thirteen + eight =