Business

ମହିନ୍ଦ୍ରା ଲାଷ୍ଟ୍ ମାଇଲ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ‘ମହିନ୍ଦ୍ରା ଜିଓ’ ଉନ୍ମୋଚିତ


ଭୁବନେଶ୍ୱର: ମହିନ୍ଦ୍ରା ଲାଷ୍ଟ୍ ମାଇଲ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ଏକ ନୂଆ ବୈପ୍ଳବିକ ଚାରି ଚକିଆ ଯାନ ‘ମହିନ୍ଦ୍ରା ଜିଓ’ ଉନ୍ମୋଚନ କରାଯାଇଛି। ଜିରୋ ଏମିସନ୍ ଅପ୍‌ସନ(ଜେଡ୍‌ଇଓ)୍‌ରୁ ‘ଜିଓ’ଶବ୍ଦ ଆସିଛି ଯାହା ଇଲେକ୍ଟ୍ରିକ୍ ଯାନର ପରିବେଶ ପ୍ରତି ଦାୟିତ୍ୱବୋଧକୁ ଦର୍ଶାଉଛି। ଦୂରଦୂରାନ୍ତ ପର୍ଯ୍ୟନ୍ତ ପରିବହନର ବିଦ୍ୟୁତକରଣ କରିବା ଏବଂ ଜୀବନରେ ସମୃଦ୍ଧ ହେବାରେ ଗ୍ରାହକଙ୍କୁ ସହାୟକ ହେବା ଲାଗି କମ୍ପାନିର ରହିଥିବା ଲକ୍ଷ୍ୟ ସହ ଏହା ସମନ୍ୱିତ ରହିଛି।
ଦୁଇଟି ଭାରିଆଂଟ୍‌ରେ ଉପଲବ୍ଧ ହେଉଥିବା ମହିନ୍ଦ୍ରା ଜିଓକୁ ସହରାଚଂଳ ଲଜିଷ୍ଟିକ୍ସ ଆବଶ୍ୟକତା ପୂରଣ କରିବା ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଏହାର ଏକ୍ସ ସୋ’ରୁମ୍ ଦାମ୍ ୭.୫୨ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। ଏହି ଗାଡ଼ି ଜରିଆରେ ଗ୍ରାହକମାନେ ଡିଜେଲ୍ ଚାଳିତ ଗାଡ଼ି ତୁଳନାରେ ସାତ ବର୍ଷ ମଧ୍ୟରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଂଚୟ କରିପାରିବେ।
ମହିନ୍ଦ୍ରା ଜିଓରେ କମ୍ପାନି ପକ୍ଷରୁ ହାଇ ଭୋଲ୍‌ଟେଜ୍ ୩୦୦+ ଭୋଲ୍‌ଟ ଢାଂଚା ବ୍ୟବହାର କରାଯାଇଛି ଯାହା ଅଧିକ ରେଂଜ୍ ସହିତ ଦ୍ରୁତ ଚାର୍ଜିଂ ସୁବିଧା ପ୍ରଦାନ କରିବ। ଏହାର ଅତ୍ୟାଧୁନିକ ମୋଟର ୩୦ କିଲୋୱାଟ୍ ଶକ୍ତି ଓ ୧୧୪ ଏନ୍‌ଏମ୍ ଟର୍କ ଉତ୍ପନ୍ନ କରୁଛି। ଏହାର ଶ୍ରେଷ୍ଠ ବେଗ ହେଉଛି ଘଂଟା ପିଛା ୬୦କିମି। ଏଥିରେ ଶୀଘ୍ର ପରିବହନ କରାଯାଇପାରିବ, ଫଳରେ ଦ୍ରୁତ ଆୟ ହେବ। ଏହାର ପେଲୋଡ୍ କ୍ଷମତା ହେଉଛି ୭୬୫ କିଲୋ ପର୍ଯ୍ୟନ୍ତ। ବାସ୍ତବ ଦୁନିଆ ଗାଡ଼ି ଚାଳନା ସ୍ଥିତିରେ ଏହାର ରେଂଜ୍ ୧୬୦ କିମି ରହିଛି। ଏଥିରେ ଜେନେରେଟିଭ୍ ବ୍ରେକିଂ ବ୍ୟବସ୍ଥା ରହିଛି ଯାହା ଗାଡ଼ିର ସୁରକ୍ଷାକୁ ବଢ଼ାଉଛି। ଇକୋ ଓ ପାୱାର ଭଳି ଦୁଇଟି ମୋଡ୍ ଏଥିରେ ରହିଛି। ଡିସି ଚାର୍ଜରେ ଏହାକୁ ୬୦ ମିନିଟ୍ ଚାର୍ଜ କଲେ ତ୍‌ାହା ୧୦୦ କିମି ଯାତ୍ରା କରିପାରିବ।
ଏହାର ଡ୍ୟାସ୍‌ବୋର୍ଡକୁ ଅତ୍ୟନ୍ତ ଯତ୍ନର ସହ ପ୍ରସ୍ତୁତ କରାଯାଇଛି। ଏକ ଟାଇପ୍‌-ସି ଚାର୍ଜର, ୟୁଏସ୍‌ବି ଚାର୍ଜିଂ ସ୍ଲଟ୍‌, ଲକ୍ ହୋଇପାରୁଥିବା ଗ୍ଲୋଭ୍ ବାକ୍ସ, ପୂର୍ଣ୍ଣ ଡିଜିଟାଲ୍ ଇନଷ୍ଟ୍ରୁମେଂଟ୍ କନ୍‌ସୋଲ୍ ଭଳି ସୁବିଧା ଏଥିରେ ରହିଛି। କମ୍ପାନି ପକ୍ଷରୁ ଜିଓ ବ୍ୟାଟେରି ଉପରେ ୭ ବର୍ଷ/୧.୫ କିମି ୱାରେଂଟି ପ୍ରଦାନ କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ଏଥିରେ ରହିଛି ଡ୍ରାଇଭର ନିରୀକ୍ଷଣ ବ୍ୟବସ୍ଥା ଯେଉଁଥିରେ ଏଡିଏଏସ୍‌ର ଶକ୍ତି ରହିଛି। ଏଥିରେ ଲେନ୍ ଡିପାରେଚର ୱାର୍ଣ୍ଣିଂ, ହେଡ୍‌ୱେ ମନିଟରିଂ, ଡ୍ରାଇଭର ବିହେବିଅରାଲ୍ ଆନାଲିସିସ୍‌, ପେଡେଷ୍ଟ୍ରିଆନ୍ କୋଲିଜନ୍ ଭଳି ବ୍ୟବସ୍ଥା ରହିଛି। ଏଥିରେ ହିଲ୍ ହୋଲ୍‌ଡ ଆସିଷ୍ଟ, ୧୮୦ ଏମଏମ ଗ୍ରାଉଣ୍ଡ କ୍ଲିୟରାନ୍ସ ରହିଛି। କମ୍ପାନି ପକ୍ଷରୁ ଉଦୟ କାର୍ଯ୍ୟକ୍ରମ ଅଧୀନରେ ମହିନ୍ଦ୍ରା ଜିଓ ପାଇଁ ପ୍ରଥମ ତିନି ବର୍ଷ ଲାଗି ଡ୍ରାଇଭରଙ୍କ ନିମନ୍ତେ ୧୦ ଲକ୍ଷ ଟଙ୍କାର ବୀମା ପ୍ରଦାନ କରାଯାଉଛି।
ମହିନ୍ଦ୍ରା ଲାଷ୍ଟ୍ ମାଇଲ୍ ମୋବିଲିଟିର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ସୁମନ ମିଶ୍ରା କହିଛନ୍ତି ଯେ, “ଅଭିନବ ପ୍ରଯୁକ୍ତି, ଭରସାଯୋଗ୍ୟ ଉତ୍ପାଦ, ସମନ୍ୱିତ ସମାଧାନ ସହିତ ଦୂରଦୂରାନ୍ତ ବିଦ୍ୟୁତକ ପରିବହନ ବ୍ୟବସ୍ଥାକୁ ରୂପାନ୍ତରିତ କରିବା ଲାଗି ତଥା ପରିବେଶ ପ୍ରତି ଆମର ରହିଥିବା ଦାୟିତ୍ୱବୋଧର ଉପଯୁକ୍ତ ପ୍ରମାଣ ହେଉଛି ମହିନ୍ଦ୍ରା ଜିଓ। ଆମର ବିଶ୍ୱାସ ରହିଛି ଯେ ମହିନ୍ଦ୍ରା ଜିଓ ବାଣିଜ୍ୟିକ ଯାନ ବର୍ଗରେ ଇଲେକ୍ଟ୍ରିକ୍ ଯାନର ଗ୍ରହଣୀୟତାରେ ସହାୟକ ହେବ।”

Share

Leave a Reply

Your email address will not be published. Required fields are marked *

twenty − nineteen =