Business

ସମ୍ବଲପୁରରେ କଲ୍ୟାଣ ଜୁଏଲର୍ସର ନୂଆ ସୋ’ରୁମ୍ ଉଦ୍‌ଘାଟିତ

 – ବୁଢ଼ାରଜା ମେନ୍ ରୋଡ୍‌ରେ ଅବସ୍ଥିତ ଏହି ସୋ’ରୁମ୍ ସହ ସମ୍ବଲପୁର ସହରରେ ପ୍ରବେଶ କରିଛି କମ୍ପାନି
 – ବିଶ୍ୱସ୍ତରୀୟ ପରିବେଶରେ ପୃଷ୍ଠପୋଷକଙ୍କୁ ବିଳାସପୂର୍ଣ୍ଣ ସପିଂ ଅନୁଭୂତିର ପ୍ରତିଶ୍ରୁତି

ଭୁବନେଶ୍ୱର: ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଓ ଅଗ୍ରଣୀ ଗହଣା ବ୍ରାଣ୍ଡ୍ କଲ୍ୟାଣ ଜୁଏଲର୍ସ ପକ୍ଷରୁ ସମ୍ବଲପୁରରେ ନୂଆ ସୋ’ରୁମର ଶୁଭାରମ୍ଭ କରାଯିବା ସହ କମ୍ପାନି ଏହି ସହରରେ ପ୍ରବେଶ କରିଛି। ବଲିଉଡ ତାରକା ସୋନାକ୍ଷୀ ସିହ୍ନା ଏହି ସୋ’ରୁମକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା କିନ୍ତୁ ଦୁର୍ଭାଗ୍ୟବଶତଃ ଅପ୍ରତ୍ୟାଶିତ ପାଣିପାଗ ପରିସ୍ଥିତି ଯୋଗୁଁ, ସେ କାର୍ଯ୍ୟକ୍ରମରେ ଯୋଗ ଦେଇ ନପାରି ଅନତି ଦୂରରୁ ପ୍ରତ୍ୟବର୍ତ୍ତନ କରିଥିଲେ।
ଅଭିନେତ୍ରୀ ସୋନାକ୍ଷୀ ସିହ୍ନା କହିଛନ୍ତି, ଯେ,“ମୁଁ ସମ୍ବଲପୁରରେ କଲ୍ୟାଣ ଜୁଏଲର୍ସଙ୍କ ବିଶାଳ ଉଦଘାଟନୀ ଉତ୍ସବରେ ଅଂଶଗ୍ରହଣ କରି ମୋର ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କୁ ଭେଟିବା ପାଇଁ ଉତ୍ସାହିତ ଥିଲି। କିନ୍ତୁ ଦୁର୍ଭାଗ୍ୟବଶତଃ ଅପ୍ରତ୍ୟାଶିତ ପାଣିପାଗ ପରିସ୍ଥିତି ଯୋଗୁଁ, ଯାତ୍ରା ମଧ୍ୟଭାଗରେ ଝାରସୁଗଡା ଠାରୁ ଫେରିବାକୁ ପଡିଲା। ମୁଁ ସମ୍ବଲପୁରର କଲ୍ୟାଣ ଜୁଏଲର୍ସଙ୍କୁ ମୋର ଶୁଭେଚ୍ଛା ଜଣାଉଛି ଏବଂ ଅତିଶୀଘ୍ର ସମସ୍ତଙ୍କ ଗହଣରେ ଉପସ୍ଥିତ ହେବାକୁ ଚେଷ୍ଚିତ ଓ ଅପେକ୍ଷିତ ରହିଛି। ମୁଁ ନିଶ୍ଚିତ ଯେ ଗ୍ରାହକମାନେ କଲ୍ୟାଣ ଜୁଏଲର୍ସ ପ୍ରତି ସେମାନଙ୍କର ଅଟୁଟ ସମର୍ଥନ ପୋଷଣ କରିବେ।”
ନୂଆ ସୋ’ରୁମ୍ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣରମଣ କହିଛନ୍ତି ଯେ, “ଏକ କମ୍ପାନୀ ଭାବେ ଆମେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟରେ ପହଂଚିଛୁ ଏବଂ ଗ୍ରାହକଙ୍କ ସପିଂ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଏକ ବ୍ୟାପକ ବ୍ୟବସ୍ଥା ନିର୍ମାଣ ଦିଗରେ ଯଥେଷ୍ଟ ଅଗ୍ରଗତି କରିଛୁ। ବର୍ଷ ବର୍ଷ ଧରି ଆମେ ଏହି ଅଂଚଳରେ ଆମର
ଉପସ୍ଥିତିକୁ ବିସ୍ତାର କରିଛୁ ଏବଂ ଆମର ବିଶ୍ୱାସ ଯେ ସମ୍ବଲପୁରର ସୋ’ରୁମ୍ ଆମର ବଜାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ଏବଂ ଆମର ମୂଲ୍ୟବାନ ଗ୍ରାହକମାନଙ୍କୁ ଅଧିକ ସୁବିଧା ଏବଂ ଉପଲବ୍ଧତା ପ୍ରଦାନ କରିବ।’’
ଉନ୍ମୋଚନ ଅବସରରେ କଲ୍ୟାଣ ଜୁଏଲର୍ସ ଅନେକ ଆକର୍ଷଣୀୟ ଅଫର ଘୋଷଣା କରିଛି ଯେଉଁଥିରେ ପୃଷ୍ଠପୋଷକମାନଙ୍କୁ ସେମାନଙ୍କ ଗହଣା କ୍ରୟ ଉପରେ ଉଲ୍ଲେଖନୀୟ ସଂଚୟ ଉପଭୋଗ କରିବାର ସୁଯୋଗ ଦିଆଯାଇଛି। ଗ୍ରାହକମାନେ ପ୍ଲେନ (ସାଦା) ସୁନା ଗହଣାର ଗଢ଼ା ମଜୁରି ଉପରେ ୪୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ। ପ୍ରିମିୟମ ଉତ୍ପାଦ ପାଇଁ ଗଢ଼ା ମଜୁରି ଉପରେ ଫ୍ଲାଟ୍ ୩୦% ରିହାତି ଲାଗୁ ହେଉଥିବା ବେଳେ ଗହଣା ବ୍ରାଣ୍ଡ ଟେମ୍ପୁଲ ଓ ଆଂଟିକ ଗହଣା ପାଇଁ ଗଢ଼ା ମଜୁରି ଉପରେ ଫ୍ଲାଟ୍ ୩୫% ରିହାତି ଦିଆଯାଉଛି।। ସପିଂ ଅଭିଜ୍ଞତାକୁ ଆହୁରି ବଢ଼ାଇବା ପାଇଁ ୩୦ ଗ୍ରାମରୁ କମ୍ ସମସ୍ତ ଗହଣା ସାମଗ୍ରୀରେ ଗଢ଼ା ମଜୁରି ଉପରେ ୨୫% ରିହାତି ମିଳିବ। ଏହା ବ୍ୟତୀତ କଲ୍ୟାଣ ସ୍ପେଶାଲ ଗୋଲ୍ଡ ବୋର୍ଡ ରେଟ୍ ରହିଛି ଯାହା ବଜାରରେ ସର୍ବନିମ୍ନ ଏବଂ ସମସ୍ତ କମ୍ପାନୀ ସୋ’ରୁମ୍ ରେ ମାନକ ଭାବେ ମଧ୍ୟ ଲାଗୁ ହେବ । କଲ୍ୟାଣ ଜୁଏଲର୍ସରେ ବିକ୍ରି କରାଯାଉଥିବା ଗହଣାଗୁଡ଼ିକ ବିଆଇଏସ ହଲମାର୍କର ଏବଂ ଏକାଧିକ ଶୁଦ୍ଧତା ପରୀକ୍ଷା ଦେଇ ଗତି କରେ। ଗ୍ରାହକମାନେ କଲ୍ୟାଣ ଜୁଏଲର୍ସର ୪-ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍ ପାଇବେ ଯାହା ଶୁଦ୍ଧତା, ଗହଣାର ଜୀବନବ୍ୟାପୀ ମରାମତି, ସମ୍ପୂର୍ଣ୍ଣ ଉତ୍ପାଦ ବିବରଣୀ ଏବଂ ଏକ୍ସଚେଂଜ୍ ଓ ବାଏ ବ୍ୟାକ୍ ନୀତିରେ ସ୍ୱଚ୍ଛତା ଆଦିର ଗ୍ୟାରେଂଟି ପ୍ରଦାନ କରୁଛି।
ଏହି ନୂଆ ସୋ’ରୁମ୍‌ରେ କଲ୍ୟାଣ ଜୁଏଲର୍ସର ଲୋକପ୍ରିୟ ବ୍ରାଣ୍ଡ୍ ମୁହୁରତ-ବିବାହ ଗହଣା, ମୁଧ୍ରା-ହାତତିଆରି ଆଂଟିକ୍ ଗହଣା, ନିମାହ-ମନ୍ଦିର ଗହଣା, ଗ୍ଲୋ-ଡ୍ୟାନ୍‌ସିଂ ହୀରା, ଜିଆ ସୋଲିଟାୟାର ଭଳି ହୀରା ଗହଣା, ଅନୋଖି-ଅନକଟ ହୀରା, ଅପୂର୍ବା-ସ୍ୱତନ୍ତ୍ର ଅବସର ପାଇଁ ହୀରା, ଅନ୍ତରା-ବିବାହ ହୀରା, ହୀରା -ଦୈନିକ ବ୍ୟବହାର ହୀରା ଗହଣା, ରଙ୍ଗ (ପ୍ରିସିଅସ୍ ଷ୍ଟୋନ୍ ଗହଣା) ଏବଂ ନିକଟରେ ଉନ୍ମୋଚନ ହୋଇଥିବା ଲିଲା-ହୀରା ଗହଣା ଆଦି ରହିବ।

Share

Leave a Reply

Your email address will not be published. Required fields are marked *

eleven + 4 =