Business

କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାରେ ୨ ସୋ’ରୁମ୍ ଶୁଭାରମ୍ଭ ଘୋଷଣା

 – ନଭେମ୍ବର ୩୦ (ଶନିବାର) ବଲିଉଡ୍ ତାରକା ସୋନାକ୍ଷୀ ସିହ୍ନା ଉଦ୍‌ଘାଟନ କରିବେ
 – ସମ୍ବଲପୁରର ବୁଢ଼ାରଜା ମେନ୍ ରୋଡ୍ ସୋ’ରୁମ୍ ଅପରାହ୍ନ ୩ଟା ୩୦ ମିନିଟ୍ ଓ ଝାରସୁଗୁଡ଼ାର ସରବାହାଲ ରୋଡ୍ ସୋ’ରୁମ୍‌କୁ ଅପରାହ୍ନ ୫ଟା ୩୦ ମିନିଟ୍‌ରେ ଶୁଭାରମ୍ଭ କରାଯିବ
 – ଗହଣା କ୍ରୟରେ ଗ୍ରାହକମାନଙ୍କ ଲାଗି ସର୍ବାଧିକ ଲାଭ ସୁନିଶ୍ଚିତ କରିବା ଲାଗି ଆକର୍ଷଣୀୟ ଅଫର ଘୋଷଣା

ଭୁବନେଶ୍ୱର: ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଓ ଅଗ୍ରଣୀ ଗହଣା ବ୍ରାଣ୍ଡ୍ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାରେ ଦୁଇଟି ନୂଆ ସୋ’ରୁମ୍ ଶୁଭାରମ୍ଭ କରାଯିବା ବିଷୟରେ ଘୋଷଣା କରାଯାଇଛି। ଏହି ନୂତନ ସୋ’ରୁମ୍‌ଗୁଡ଼ିକ ସହ ଝାରସୁଗୁଡ଼ା ଓ ସମ୍ବଲପୁର ଭଳି ବଜାରରେ କମ୍ପାନି ଏହାର ବଜାର ଉପସ୍ଥିତିକୁ ସୁଦୃଢ଼ କରିବ। ବଲିଉଡ୍ ତାରକା ସୋନାକ୍ଷୀ ସିହ୍ନା ଏହି ସମ୍ପୂର୍ଣ୍ଣ ନୂଆ ସୋ’ରୁମ୍‌କୁ ୨୦୨୪ ନଭେମ୍ବର ୩୦ ତାରିଖରେ ଉଦ୍‌ଘାଟନ କରିବେ। ଏହି ଦୁଇ ସୋ’ରୁମ୍‌ରେ କଲ୍ୟାଣ ଜୁଏଲର୍ସର ଗହଣା ସମ୍ଭାରଗୁଡ଼ିକରୁ ବ୍ୟାପକ ଡିଜାଇନ୍ ରହିବା ସହ ଏହା ଏକ ବିଶ୍ୱସ୍ତରୀୟ ପରିବେଶ ପ୍ରଦାନ କରିବ। ଅଧିକ ଗ୍ରାହକଙ୍କ ନିକଟରେ ପହଂଚିବା ଓ ଅଭିବୃଦ୍ଧିକୁ ସହାୟକ ହେବା ଲାଗି କମ୍ପାନି ପକ୍ଷରୁ ଏହି ଅଂଚଳ ସାରାରେ ଏହାର ଉପସ୍ଥିତିକୁ ନିରନ୍ତର ଭାବେ ସମ୍ପ୍ରସାରଣ କରାଯାଉଛି।
ଉନ୍ମୋଚନ ଅବସରରେ କଲ୍ୟାଣ ଜୁଏଲର୍ସ ପକ୍ଷରୁ ବିଭିନ୍ନ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି ଯେଉଁଥିରେ ଗ୍ରାହାକମାନେ ସେମାନଙ୍କ ଗହଣା କ୍ରୟରେ ଉଲ୍ଲେଖନୀୟ ସଂଚୟ ଉପଭୋଗ କରିବାର ସୁଯୋଗ ପାଇପାରିବେ। ପ୍ଲେନ୍ (ସାଦା) ସୁନା ଅଳଙ୍କାର ପାଇଁ ଗଢ଼ା ମଜୁରି ଉପରେ ଗ୍ରାହକମାନେ ୪୫% ପର୍ଯ୍ୟନ୍ତ ରିହାତି ପାଇପାରିବେ। ପ୍ରିମିୟମ ପ୍ରଡକ୍ଟ ପାଇଁ ଗଢ଼ା ମଜୁରୀ ଉପରେ ୩୦% ରିହାତି ଲାଗୁ ହେଉଥିବା ବେଳେ ଟେମ୍ପୁଲ ଓ ଆଂଟିକ୍ ଗହଣାଞ୍ଚ ପାଇଁ ଗଢ଼ା ମଜୁରି ଉପରେ ୩୫% ରିହାତି ଦେଉଛି । ସପିଂ ଅଭିଜ୍ଞତାକୁ ଆହୁରି ବଢ଼ାଇବା ପାଇଁ ୩୦ ଗ୍ରାମରୁ କମ୍ ସମସ୍ତ ଗହଣା ସାମଗ୍ରୀରେ ଗଢ଼ା ମଜୁରି ଉପରେ ୨୫% ରିହାତି ମିଳିବ। ଏହା ବ୍ୟତୀତ କଲ୍ୟାଣ ସ୍ପେଶାଲ ଗୋଲ୍ଡ ବୋର୍ଡ ରେଟ୍ ରହିଛି ଯାହା ବଜାରରେ ସର୍ବନିମ୍ନ ଏବଂ ସମସ୍ତ କମ୍ପାନୀ ସୋ’ରୁମ୍ ରେ ମାନକ ଭାବେ ମଧ୍ୟ ଲାଗୁ ହେବ ।
କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ରମେଶ କଲ୍ୟାଣରମଣ କହିଛନ୍ତି ଯେ,“ଓଡ଼ିଶାରେ ନୂଆ ସୋ’ରୁମ୍ ଆରମ୍ଭ ହେବା ଦ୍ୱାରା ଏହି ଅଂଚଳରେ କଂପାନିର ବଜାର ଉପସ୍ଥିତି ବୃଦ୍ଧି ପାଇବ। କଲ୍ୟାଣ ଜୁଏଲର୍ସ ପାଇଁ ଓଡ଼ିଶା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବଜାର ଏବଂ ଏହି କ୍ଷେତ୍ରରେ ଆମର ନୂତନ ପୁଞ୍ଜିନିବେଶ ଆମ ଗ୍ରାହକମାନଙ୍କୁ ସର୍ବୋତମ ସପିଂ ଅନୁଭୂତି ପ୍ରଦାନ ଜାରି ରଖିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।”
କଲ୍ୟାଣ ଜୁଏଲର୍ସରେ ବିକ୍ରି କରାଯାଉଥିବା ଗହଣାଗୁଡ଼ିକ ବିଆଇଏସ ହଲମାର୍କର ଏବଂ ଏକାଧିକ ଶୁଦ୍ଧତା ପରୀକ୍ଷା ଦେଇ ଗତି କରେ। ଗ୍ରାହକମାନେ କଲ୍ୟାଣ ଜୁଏଲର୍ସର ୪-ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍ ପାଇବେ ଯାହା ଶୁଦ୍ଧତା, ଗହଣାର ଜୀବନବ୍ୟାପୀ ମରାମତି, ସମ୍ପୂର୍ଣ୍ଣ ଉତ୍ପାଦ ବିବରଣୀ ଏବଂ ଏକ୍ସଚେଂଜ୍ ଓ ବାଏ ବ୍ୟାକ୍ ନୀତିରେ ସ୍ୱଚ୍ଛତା ଆଦିର ଗ୍ୟାରେଂଟି ପ୍ରଦାନ କରୁଛି। ବିଶ୍ୱାସନୀୟ ଗ୍ରାହକମାନଙ୍କୁ ଶ୍ରେଷ୍ଠ ପ୍ରଦାନ କରିବା ଲାଗି ବ୍ରାଣ୍ଡ୍‌ର ରହିଥିବା ପ୍ରତିବଦ୍ଧତାର ଅଂଶ ହେଉଛି ଏହି ସାର୍ଟିଫିକେଟ୍‌।
ଏହି ନୂଆ ସୋ’ରୁମ୍‌ରେ କଲ୍ୟାଣ ଜୁଏଲର୍ସର ଲୋକପ୍ରିୟ ବ୍ରାଣ୍ଡ୍ ମୁହୁରତ-ବିବାହ ଗହଣା, ମୁଧ୍ରା-ହାତତିଆରି ଆଂଟିକ୍ ଗହଣା, ନିମାହ-ମନ୍ଦିର ଗହଣା, ଗ୍ଲୋ-ଡ୍ୟାନ୍‌ସିଂ ହୀରା, ଜିଆ ସୋଲିଟାୟାର ଭଳି ହୀରା ଗହଣା, ଅନୋଖି-ଅନକଟ ହୀରା, ଅପୂର୍ବା-ସ୍ୱତନ୍ତ୍ର ଅବସର ପାଇଁ ହୀରା, ଅନ୍ତରା-ବିବାହ ହୀରା, ହୀରା -ଦୈନିକ ବ୍ୟବହାର ହୀରା ଗହଣା, ରଙ୍ଗ (ପ୍ରିସିଅସ୍ ଷ୍ଟୋନ୍ ଗହଣା) ଏବଂ ନିକଟରେ ଉନ୍ମୋଚନ ହୋଇଥିବା ଲିଲା-ହୀରା ଓ ସେମି-ପ୍ରିସିଅସ୍ ଷ୍ଟୋନ ଗହଣା ଆଦି ରହିବ।

Share

Leave a Reply

Your email address will not be published. Required fields are marked *

5 + 7 =