Business

ଜେଏସ୍‌ଡବ୍ଲୁ ଭେଂଚର୍ସ ପକ୍ଷରୁ ଏରିଓରେ ୧.୮ ନିୟୁତ ଡଲାରର ନିବେଶ


ଭୁବନେଶ୍ୱର: ଏରିଆଲ ଇଂଟେଲିଜେନ୍ସ ପ୍ଲାଟଫର୍ମ ଏରିଓରେ ଜେଏସଡବ୍ଲୁ ଭେଂଚର୍ସ ପକ୍ଷରୁ ସିରିଜ୍ ବି ଫଣ୍ଡିଂ ସ୍ୱରୂପ ୧.୮ ନିୟୁତ ଡଲାରର ପୁଞ୍ଜିନିବେଶ କରାଯାଇଛି। ଅଭିନବ ବାଣିଜ୍ୟିକ ଡ୍ରୋନ୍ ସମାଧାନ ପ୍ରଦାନ କରିବାରେ ଏରିଓର ସ୍ଥିତିକୁ ଏହି ନିବେଶ ସୁଦୃଢ଼ କରିବ ଏବଂ ଅନ୍ତର୍ଜାତୀୟ ବଜାରରେ ଏହାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ।
ଏରିଓ ପକ୍ଷରୁ ଉନ୍ନତ ଡ୍ରୋନ୍ ପ୍ରଯୁକ୍ତି ଓ ଏଆଇ ପରିଚାଳିତ ଡାଟା ଆନାଲିଟିକ୍ସକୁ ବ୍ୟବହାର କରି ଖଣି, ଭିତିଭୂମି, ସହରାଚଂଳ ଓ ଗ୍ରାମାଂଚଳ ବିକାଶ ଓ ଜମି ରେକର୍ଡ କ୍ଷେତ୍ର ପାଇଁ ସଂପତି ପରିଚାଳନାରେ ଉନ୍ନତି ଆଣିବ। କମ୍ପାନି ପକ୍ଷରୁ ଇନଭେଂଟୋରି ଅନୁଶୀଳନ, ଗୁଣାତ୍ମକ ମାନ ଯାଂଚ ଓ ଜମି ରେକର୍ଡ ଡିଜିଟାଇଜେସନ୍ ଭଳି ସେବା ପ୍ରଦାନ କରାଯାଉଛି।
ଗତ ତିନି ବର୍ଷରେ ବଡ଼ ଧରଣ ସରକାରୀ ପ୍ରକଳ୍ପ, ସ୍ୱାମିତ୍ୱ ସ୍କିମ୍‌ରେ ୪୫୦୦୦ରୁ ଅଧିକ ଗ୍ରାମର ମ୍ୟାପିଂ ଏବଂ ଡିଜିଟାଲ ଇଣ୍ଡିଆ ଜମି ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମରେ ୫୦ ହଜାର ବର୍ଗକିଲୋମିଟରକୁ ସାମିଲ କରିବାରେ ଏରିଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଏବିଆଇଟିଡିଏ ସ୍ତରରେ ଏରିଓ ଲାଭ ହାସଲ କରିଛି ଯାହା ଏହାର ଦୃଢ଼ ଆର୍ଥିକ ସ୍ୱାସ୍ଥ୍ୟ ଓ ସ୍ଥାୟୀ ଅଭିବୃଦ୍ଧି ମଡେଲ୍‌କୁ ଦର୍ଶାଉଛି।
ଏରିଓର ସହ ପ୍ରତିଷ୍ଠାତା ଓ ସିଇଓ ବିପୁଲ ସିଂହ କହିଛନ୍ତି ଯେ,“ଏହି ସିରିଜ୍ ବି ରାଉଣ୍ଡରେ ଆମ ଅଭିବୃଦ୍ଧି ଯାତ୍ରାରେ ଏକ ସହଯୋଗୀ ଭାବେ ଜେଏସଡବ୍ଲୁ ଭେଂଚର୍ସକୁ ସ୍ୱାଗତ କରି ଆମେ ଉଲ୍ଲସିତ। ସେମାନଙ୍କ ବିଶ୍ୱାସ ଓ ସହାୟତା ଆମ ଅଭିନବ ଦର୍ଶନ ଓ ଡ୍ରୋନ୍ ପ୍ରଯୁକ୍ତି ଜରିଆରେ ସଂପତି ପରିଚାଳନାରେ ରୂପାନ୍ତରଣ ଆଣିବା ଲାଗି ଆମ ଲକ୍ଷ୍ୟ ଏକ ଦୃଢ଼ ପ୍ରମାଣ। ଜେଏସଡବ୍ଲୁ ଭେଂଚର୍ସର ବିଶେଷତା ଓ ମିଳିତ ଲକ୍ଷ୍ୟ ନେଇ ଆମେ ନୂତନ ଶିଖରରେ ପହଂଚିବା ଓ ବିଶ୍ୱ ସ୍ତରରେ ଆମ ଉପସ୍ଥିତି ବଢ଼ାଇବାକୁ ପ୍ରସ୍ତୁତ ରହିଛୁ।”
ଜେଏସଡବ୍ଲୁ ଭେଂଚର୍ସର ମ୍ୟାନେଜିଂ ପାର୍ଟନର ସଚିତ ଟାଗ୍‌ରା କହିଛନ୍ତି ଯେ,“ଡ୍ରୋନ୍ ନିୟାମକ ୨୦୨୧ ଭଳି ସରକାରୀ ପଦକ୍ଷେପ ଓ ପ୍ରଯୁକ୍ତିରେ ଦୃଢ଼ ଉନ୍ନତି ଯୋଗୁଁ ଗତ କିଛି ବର୍ଷ ମଧ୍ୟରେ ଡ୍ରୋନ୍ ପ୍ରଯୁକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଆମର ବିଶ୍ୱାସ ରହିଛି ଯେ ଏହି ରୂପାନ୍ତରଣରେ ଏରିଓ ଆଗରେ ରହିଛି ଏବଂ ସେମାନେ ନୂତନ ବଜାରକୁ ସଂପ୍ରସାରଣ କରିବା କରୁଥିବା ଓ ଆକାଶ ମାର୍ଗ ଇଂଟେଲିଜେଂଟ୍ ସମାଧାନରେ ନବସୃଜନ ଜାରି ରହିଥିବାରୁ ସେମାନଙ୍କୁ ସମର୍ଥନ କରିବାକୁ ଆମେ ଉତ୍ସାହିତ ରହିଛୁ।”
ଜେଏସଡବ୍ଲୁ ଭେଂଚର୍ସ ଓ ଏରିଓ ମଧ୍ୟରେ ଏହି ସହଯୋଗିତା ଉଭୟ ସଂସ୍ଥା ପାଇଁ ଏକ ମାଇଲଖୁଂଟ ଯାହାର ଲକ୍ଷ୍ୟ ହେଉଛି ଡ୍ରୋନ୍ ପ୍ରଯୁକ୍ତିରେ ନବସୃଜନର ପରିସୀମାକୁ ବଢ଼ିବା ଏବଂ ଆରିଏଲ୍ ଇଂଟେଲିଜେନ୍ସରେ ଥିବା ସମ୍ଭାବନାକୁ ଜାଗ୍ର କରି ସଂପତି ପରିଚାଳନାରେ ବିପ୍ଳବ ଆଣିବା।

Share

Leave a Reply

Your email address will not be published. Required fields are marked *

13 − 7 =