Business

ଜେଏସ୍‌ଡବ୍ଲୁ ସିମେଂଟ୍‌ର ମୋଟ ସ୍ଥାପିତ କ୍ଷମତା ବାର୍ଷିକ ୨୦.୬ ନିୟୁତ ଟନ୍‌କୁ ବୃଦ୍ଧି


ଭୁବନେଶ୍ୱର: ଜେଏସ୍‌ଡବ୍ଲୁ ଗ୍ରୁପ୍‌ର ଅଂଶ ତଥା ପାର୍ଥ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜେଏସ୍‌ଡବ୍ଲୁ ସିମେଂଟ୍ ସଫଳତାର ସହ ଏହାର କର୍ଣ୍ଣାଟକର ବିଜୟନଗର କାରଖାନାରେ ବାର୍ଷିକ ଦୁଇ ନିୟୁତ ଟନ୍ କ୍ଷମତା ଯୋଡ଼ିପାରିଛି। ଫଳରେ କାରଖାନାର ମୋଟ କ୍ଷମତା ବାର୍ଷିକ ୬ ନିୟୁତ ଟନ୍‌କୁ ବୃଦ୍ଧି ପାଇଛି।
୪୬୧ କୋଟି ଟଙ୍କାରେ କରାଯାଇଥିବା ଏହି ସମ୍ପ୍ରସାରଣ ପରେ ଜେଏସଡବ୍ଲୁ ସିମେଂଟ୍‌ର ମୋଟ୍ ସ୍ଥାପିତ ଗ୍ରାଇଣ୍ଡିଂ କ୍ଷମତା ବାର୍ଷିକ ୨୦.୬ ନିୟୁତ ଟନ୍‌କୁ ବୃଦ୍ଧି ପାଇଛି। ପରିବେଶ ଅନୁକୂଳ ସିମେଂଟ ଉତ୍ପାଦନ ଉପରେ କମ୍ପାନିର ଗୁରୁତ୍ୱକୁ ଏହା ପ୍ରତିଫଳିତ କରୁଛି।
ଜେଏସ୍‌ଡବ୍ଲୁ ଷ୍ଟିଲ୍ କାରଖାନା ପାଖରେ ଥିବା ବିଜୟନଗର କାରଖାନା ଗ୍ରୁପ୍‌ର ପରିଚାଳନା ଦକ୍ଷତାରୁ ଲାଭବାନ ହେଉଛି। ବିଶେଷ କରି ବ୍ଲାଷ୍ଟ ଫର୍ଣ୍ଣେସ୍ ସ୍ଲାଗ୍ ପାଇଁ କଂଚାମାଲ ସଂଗ୍ରହରେ ତାହାର ଲାଭ ମିଳୁଛି। ଏଥି ସହିତ ପରିବେଶ ଅନୁକୂଳ ସିମେଂଟ୍ ଉତ୍ପାଦନ ସମ୍ଭବପର ହୋଇପାରିଛି।
ଭାରତରେ ଗ୍ରିନଫିଲ୍‌ଡ ଓ ବ୍ରାଉନ୍‌ଫିଲ୍‌ଡ ସମ୍ପ୍ରସାରଣ ଜରିଆରେ ମୋଟ ଗ୍ରାଇଣ୍ଡିଂ କ୍ଷମତାକୁ ବାର୍ଷିକ ୪୦.୮୫ ନିୟୁତ ଟନ୍ ପର୍ଯ୍ୟନ୍ତ ବୃଦ୍ଧି କରିବା ଲକ୍ଷ୍ୟ ଅନୁସାରେ ଏହି ନୂତନ କ୍ଷମତା ଯୋଡ଼ାଯାଇଛି।
ଜେଏସଡବ୍ଲ୍ୟୁ ସିମେଂଟ୍‌ର ସିଇଓ ନୀଲେଶ ନାର୍ଭେକର କହିଛନ୍ତି ଯେ, “ବିଜୟନଗରରେ ଏହି ନୂତନ କ୍ଷମତା ଆମର ସାମଗ୍ରିକ କ୍ଷମତାକୁ ୪୦.୮୫ ଏମଟିପିଏକୁ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ସ୍ଥାୟିତ୍ୱ ପ୍ରତି ଆମର ପ୍ରତିବଦ୍ଧତା ବଜାୟ ରଖିଛି। ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ଏବଂ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ସହିତ ସମନ୍ୱୟର ଉପଯୋଗ କରି ଆମେ ‘ଗ୍ରୀନ୍ ସିମେଂଟ୍‌’ ଉତ୍ପାଦନ କରିବାକୁ ସକ୍ଷମ ହୋଇଛୁ ଯାହା କେବଳ ଆମ ଗ୍ରାହକଙ୍କ ବଢୁଥିବା ଚାହିଦାକୁ ପୂରଣ କରିବ ନାହିଁ; ବରଂ ଏହା ପରିବେଶ ପ୍ରଭାବକୁ ମଧ୍ୟ ଯଥେଷ୍ଟ ହ୍ରାସ କରିବ। ଯେହେତୁ ଆମେ ସମ୍ପ୍ରସାରଣ ଜାରି ରଖିବୁ, ଆମର ଧ୍ୟାନ ଅଭିନବ ଏବଂ ସ୍ଥାୟୀ ଉତ୍ପାଦନ ପ୍ରଣାଳୀ ଉପରେ ରହିବ ଯାହା ଏକ ସର୍କୁଲାର ଅର୍ଥନୀତି ଆଡକୁ ବିଶ୍ୱସ୍ତରୀୟ ପରିବର୍ତନକୁ ସମର୍ଥନ କରିବ।”
ରାଜସ୍ଥାନ, ପଞ୍ଜାବ, ମଧ୍ୟପ୍ରଦେଶ ଏବଂ ଉତରପ୍ରଦେଶରେ ପ୍ରସ୍ତାବିତ ୟୁନିଟ୍ ସମେତ ଉତର ଏବଂ କେନ୍ଦ୍ରୀୟ ଭାରତରେ ବ୍ରାଉନଫିଲ୍ଡ ଏବଂ ଗ୍ରୀନଫିଲ୍ଡ ପ୍ରକଳ୍ପରେ ପୁଞ୍ଜିନିବେଶ ପାଇଁ ଜେଏସଡବ୍ଲ୍ୟୁ ସିମେଂଟ୍‌ର ବ୍ୟାପକ ରଣନୀତିର ଏକ ଅଂଶ ହେଉଛି ବିଜୟନଗରର ସମ୍ପ୍ରସାରଣ ।
ଜେଏସ୍‌ଡବ୍ଲ୍ୟୁ ସିମେଂଟର ଲକ୍ଷ୍ୟ ହେଉଛି ସମଗ୍ର ଦେଶରେ ବଢ଼ୁଥିବା ଭିତିଭୂମି ଚାହିଦାପୂରଣ କରିବା। ଜେଏସଡବ୍ଲ୍ୟୁ ସିମେଂଟ୍ ଗ୍ରାଉଣ୍ଡ ଗ୍ରାନୁଲେଟେଡ ବ୍ଲାଷ୍ଟ ଫର୍ଣ୍ଣେସ୍ ସ୍ଲାଗ୍ (ଜିଜିବିଏସ) ସିମେଂଟର ଉତ୍ପାଦନ ଉପରେ ଧ୍ୟାନ ଦେଉଛି ଯାହା ସମ୍ପୂର୍ଣ୍ଣ ଭାବରେ ବ୍ଲାଷ୍ଟ ଫର୍ଣ୍ଣେସ୍ ସ୍ଲାଗରୁ ଉତ୍ପାଦିତ ଏକ ପରିବେଶ ଅନୁକୂଳ ଉତ୍ପାଦ ଅଟେ ।

Share

Leave a Reply

Your email address will not be published. Required fields are marked *

3 × 5 =